ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜାଗର ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ

ବୌଦ୍ଧ -18/02-( ହୃଦାନନ୍ଦ ମେହେର )- ଆଜି ହେଉଛି ମହାଶିବରାତ୍ରି l ବୌଦ୍ଧ ଜ଼ିଲ୍ଲା ର ବିଭିନ୍ନ ଶୈବ ପୀଠ ରେ ମହାଶିବରାତ୍ରି ପାଳିତ ହେଉଛି l ବୌଦ୍ଧ ବ୍ଲକ ଗନ୍ଧରାଢ଼ୀ ପୀଠରେ ମଧ୍ୟ ମହାଶିବରାତ୍ରି ପାଇଁ ବହୁତ ଭକ୍ତଙ୍କ ଭିଡ ଲାଗି ରହିଛି l ଶୈବ ଓ ବୈଷ୍ଣବ ଧର୍ମର ପୀଠସ୍ଥଳୀ ହେଉଛି ଗନ୍ଧରାଢ଼ୀ l ଏଠାରେ ଗୋଟିଏ ସ୍ଥାନରେ ଦୁଇଟି ମନ୍ଦିର ଅବସ୍ଥିତ l ଏଠାରେ ଗୋଟିଏ ମନ୍ଦିର ରେ ମହାପ୍ରଭୁ ହର ( ସିଦ୍ଧେଶ୍ୱର )ଓ ମହାପ୍ରଭୁ ହରି ( ନୀଳମାଧବ ) ରୂପରେ ପୂଜା ପାଉଛନ୍ତି l ଏହି ମନ୍ଦିର ରେ ଚାରିଟି ଶମ୍ଭୁ ରହିଥିବା ରୁ ଏହାକୁ ଚାରିଶମ୍ଭୁ ମନ୍ଦିର କୁହାଯାଏ l ଗନ୍ଧରାଢ଼ୀ ମନ୍ଦିରର ବେଢାରେ ସିଦ୍ଧେଶ୍ୱର ବ୍ୟତୀତ ଶ୍ରୀ ଯୋଗେଶ୍ୱର, ଶ୍ରୀ କପିଳେଶ୍ଵର ଏବଂ ଶ୍ରୀ ପଶ୍ଚିମ ସୋମନାଥ ପୂଜା ପାଉଥିବାରୁ ଏହାର ଅନ୍ୟ ନାମ ଚାରିଶମ୍ଭୁ ମନ୍ଦିର l ଏହି ହରିହର ପୀଠରେ ଥିବା ଦୁଇଟି ଯାକ ମନ୍ଦିର ଗଠନ ଏକା ପ୍ରକାର ହୋଇଥିବାରୁ ଏହାକୁ ଶ୍ରଦ୍ଧାଳୁ ଜାଆଁଳା ମନ୍ଦିର ମଧ୍ୟ କହନ୍ତି l ଏହି ମନ୍ଦିରର ଗଠନ ଅନ୍ୟ ଶିବ ଏବଂ ବିଷ୍ଣୁଙ୍କ ମନ୍ଦିର ଠାରୁ ଟିକେ ଭିନ୍ନ l ଏଠାରେ ସିଦ୍ଧେଶ୍ୱର ମନ୍ଦିର ଉପର ଚୁଡା ରେ ତ୍ରିଶୂଳ ସ୍ଥାନରେ ଏକ କଳା ମୁଗୁନି ପ୍ରସ୍ତରର ଶିବ ଲିଙ୍ଗ ଶୋଭାପାଉଛି l ଶ୍ରୀ ନୀଳମାଧଵ ଙ୍କ ମନ୍ଦିର ଚୁଡାରେ ଅଷ୍ଟଧାତୁ ଚକ୍ର ସ୍ଥାନରେ କଳା ମୁଗୁନି ପ୍ରସ୍ତରରେ ଏକ ଚକ୍ର ଶୋଭା ପାଇଥାଏ l ମନ୍ଦିର ଦ୍ୱୟ ର ଉଚ୍ଚତା ପ୍ରାୟ 40 ଫୁଟ l ଏହି ଐତିହାସିକ ପୀଠସ୍ଥଳୀ ଗନ୍ଧରାଢ଼ୀ ମନ୍ଦିର, ଚଣ୍ଡିତଳ ର ଗୁପ୍ତେଶ୍ୱର ମନ୍ଦିର, ଚଣ୍ଡିଗଡ ର ସ୍ଵପ୍ନେଶ୍ଵର ମନ୍ଦିର, ଦାମୋଦରପୁର, ଗମ୍ଭାରିପଦର, ପଦ୍ମନପୁର, ଗୋଛାପଡା, କମ୍ପରା, ଖଲିଆପାଲି ଓ କୃଷ୍ଣପାଲି ରେ ଥିବା ଶୈବ ପୀଠ ଗୁଡିକରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା l ଭକ୍ତଙ୍କ ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ଚାରିଶମ୍ଭୁ ମନ୍ଦିର ତଥା ଐତିହାସିକ ପୀଠସ୍ଥଳୀ ଗନ୍ଧରାଢ଼ୀ ମନ୍ଦିରରେ ଜହ୍ନlପଙ୍କ ଫାଣ୍ଡି ଓ ବୌଦ୍ଧ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ମହାଦୀପ ଉଠିବା ପର୍ଯ୍ୟନ୍ତ ବ୍ରତଧାରୀ ମାନେ ନିଷ୍ଠାର ସହ ଉଜାଗର ରହି ଶିବଙ୍କ ଆରାଧନା କରିଥିବା ଦେଖା ଯାଇଥିଲା l ଏହା ବ୍ୟତୀତ ସହରର ଚନ୍ଦ୍ରଚୁଡ ମନ୍ଦିର, ମାତଙ୍ଗେଶ୍ୱର ମନ୍ଦିର, କରଡ଼ିର ଚାମ୍ପେଶ୍ୱର ମନ୍ଦିର, ମହାନଦୀ କୂଳରେ ଥିବା ରାମଗଡ଼ ର ବାବା ଚନ୍ଦ୍ରଶେଖର, ବୁରୁବୁଡ଼ା ର ବାବା ଗୁପ୍ତେଶ୍ୱର, ସରସରା ର ବାବା ବୈଦ୍ୟନାଥ ଏବଂ ସିଦ୍ଧପୁର (ବାଘପାଲି)ର ବାବା ସିଦ୍ଧେଶ୍ୱର ପୀଠରେ ମଧ୍ୟ ଜାଗର ଯାତ୍ରା ପାଳିତ ହୋଇଛି l

Related posts

ରାଇରଙ୍ଗପୁର ପ୍ରସିଦ୍ଧ ୩୩ ତମ ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ଇନ୍ଦ୍ରାବତୀ ବଜାର ତ୍ରିନାଥ ମନ୍ଦିର ପରିସର ରେ ସମ୍ପନ୍ନ ହେଲା ୨୪ ପ୍ରହର ନାମ ଯଜ୍ଞ

Sunil Chandra Nayak

Leave a Comment

error: Content is protected !!