ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଅନ୍ୟତ୍ର ବଦଳି ହୋଇ ଯାଇଅଛି। ଏନେଇ ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଆଜି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଧର୍ମଗଡ଼ ଓକିଲ ସଂଘ ବରିଷ୍ଠ ଅଧିବକ୍ତା ଚିନ୍ତାମଣି ପାତ୍ର ଙ୍କ ଅଧ୍ୟକ୍ଷତାରେ ମାନ୍ୟବର ଜଜ୍ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଧର୍ମଗଡ଼ ରେ ୨ବର୍ଷ ଛଅ ମାସ ସଫଳତାର ସହ କାର୍ଯ୍ୟ କରିବା ପରେ ତାଙ୍କୁ ପୁରୀ ଜିଲ୍ଲା ନିମାପଡ଼ା କୁ ବଦଳି ହୋଇଛି। ଏହି ବିଦାୟକାଳୀନ ସଭାରେ ବରିଷ୍ଠ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ, ଥବିର ପ୍ରସାଦ ସାହୁ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସମୀର କୁମାର ମୁଣ୍ଡ, ମିହିର ରଞ୍ଜନ ପଟ୍ଟଯୋଶୀ, ସନ୍ତୋଷ ମେହେର,ଲିଙ୍ଗରାଜ ବେହେରା, ରାଜେନ୍ଦ୍ର ମୁନି,କଲ୍ୟାଣୀ ନାଏକ, କମଳିନୀ ରଥ,କୃପାସିନ୍ଧୁ ପଣ୍ଡା , ଧୀରେନ୍ ପାତ୍ର,ସଂଯୁକ୍ତା ପଣ୍ଡା, ଦିନେଶ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଓକିଲ ସଂଘର ସାଧାରଣ ସଂପାଦକ ଭବାନୀ ଶଙ୍କର ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଉପ ସଭାପତି ଅଶ୍ବିନୀ କୁମାର ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।ଧର୍ମଗଡ଼ କୋର୍ଟର ବିଚାର ବିଭାଗର ସମସ୍ତ କର୍ମଚାରୀମାନେ ମଧ୍ୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଳାହାଣ୍ଡିର ୨ ଯୁବ କଳାକାର ପାଇବେ ଜାତୀୟ ଯୁବ କଳାକାର ସମ୍ମାନ 

masiha

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

ସୁସ୍ଥରେ ଜିଈଁବା ପାଇଁ ନିଶାନିବାରଣ ଓ ଶାରିରୀକ ପରିଶ୍ରମ ଜରୁରତା ନେଇ ଅଭିରାମ ଙ୍କ ଝାରସୁଗୁଡ଼ା ରୁ ରାଇରଙ୍ଗପୁର ସଚେତନତା ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!