ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ

ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ସ୍ଥିତ ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ଖଣ୍ଡ ହିନ୍ଦୁ ସମ୍ମିଳନୀ ଆୟୋଜକ କମିଟି ସଭାପତି ପୁରନ୍ଧର ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି।

ହିନ୍ଦୁ ସମାଜ ଓ ସଂସ୍କୃତି ଉପରେ ବାରମ୍ବାର ଷଡ଼ଯନ୍ତ୍ର ପୂର୍ଣ୍ଣ ଆକ୍ରମଣ ହେଉଥିବାରୁ ସମସ୍ତ ହିନ୍ଦୁ ଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ।ସମ୍ପାଦକ ଅମିଲ ପୁଟେଲ ସମେତ ହିନ୍ଦୁ ସମ୍ମିଳନୀ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

  ଆଠଟି ପଞ୍ଚାୟତ ଯଥା – ବଡ଼ବାଙ୍କି,କନ୍ଦେଇ ମହାଖଣ୍ଡ,ଘୁନେଷ,ତୁରେକେଲା ବଡ଼ଡୋକଲା,ମହୁଲପାଟି ଓ ହଳନଭଟା ରୁ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା । ପ୍ରାରମ୍ଭ ରେ ଜଗତ କଲ୍ୟାଣ ନିମନ୍ତେ ପାଞ୍ଚଟି କୁଣ୍ଡରେ ଗାୟତ୍ରୀ ମହାଯଜ୍ଞ କରିବା ସହ ଗାୟତ୍ରୀ ପାଠ କରାଯାଇଥିଲା । 

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

masiha

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ ଯୋଗଦେଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

masiha

ରାସ୍ତା ଉପରେ ପସରା ପକାଉଥିବା ବ୍ୟବସାୟୀ ଙ୍କୁ ପ୍ରଶାସନର ତାଗିଦ

Sunil Chandra Nayak

Leave a Comment

error: Content is protected !!