ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକାର ସଂଘର ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ମୋ ଅନୁଷ୍ଠାନ ସମ୍ପାଦକଙ୍କ ବ୍ରହ୍ମପୁର ଗସ୍ତ 

କଳାକାର ସଂଘର ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ମୋ ଅନୁଷ୍ଠାନ ସମ୍ପାଦକଙ୍କ ବ୍ରହ୍ମପୁର ଗସ୍ତ 

ଖଇରା,୦୨/୭/୨୪- ଆସନ୍ତାକାଲି ଅର୍ଥାତ ତା ୦୩/୭/୨୦୨୪ ରିଖ ବୁଧବାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ” ର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ଉକ୍ତ ଉତ୍ସବରେ ଯୋଗ ଦେବା ପାଇଁ ସଂଘର ଜଣେ ସକ୍ରିୟ ସଦସ୍ୟ, କବି, ସାହିତ୍ୟିକ, କଳାକାର, ସାମ୍ବାଦିକ ଏବଂ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଭଦ୍ରକରୁ ଟ୍ରେନ ଯୋଗେ ସୁଦୂର ବ୍ରହ୍ମପୁର ଗସ୍ତ କରିଛନ୍ତି । ତାଙ୍କ ଯୋଗଦାନ କଳାକାର ସଂଘର ଉନ୍ନତି ପଥରେ ନିଶ୍ଚୟ ସହାୟ ହେବ ଏବଂ ସଂଘ କିପରି ମଜଭୁତ ହୋଇ ଆହୁରି ଆଗକୁ ଆଗେଇ ଚାଲିବ ସେଥିପାଇଁ ସଂଘର କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟା ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ଉକ୍ତ ଗସ୍ତର ଉଦ୍ଦେଶ୍ୟ ବୋଲି କହିଛନ୍ତି ଶ୍ରୀ ବେହେରା । ସଂଘ ପରିବାର ଓ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ(ରୋଶନ୍) ଙ୍କ ଠାରୁ ନିମନ୍ତ୍ରଣ ପାଇ ଉତ୍ସବରେ କରିବା ମୋ ପାଇଁ ଏକ ଗୌରବର କଥା ବୋଲି ଶ୍ରୀ ବେହେରା କହିଛନ୍ତି । ସଂଘ ଉନ୍ନତି ପାଇଁ ସମସ୍ତ କଳାକାର ବନ୍ଧୁ ମାନଙ୍କ ସାହାଯ୍ୟ ଓ ସହଯୋଗ ନିତ୍ଯାନ୍ତ ଆବଶ୍ୟକ ବୋଲି ସଂଘ ପରିବାର କହିଛି । ସର୍ବୋପରି ସବୁ କଳାକାର ଏକ ପରିବାର ନ୍ଯାୟରେ ସଂଘ ଆଗେଇ ଚାଲିଛି ।    ଉତ୍ସବ ସମାପ୍ତି ପରେ ସେ ଅଞ୍ଚଳର ବିଭିନ୍ନ ସାହିତ୍ୟ ବନ୍ଧୁ ମାନଙ୍କ ସହିତ ସାହିତ୍ୟ ଉନ୍ନତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖ ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ନିମନ୍ତେ ନିମନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସମ୍ପାଦକ ଶ୍ରୀ ବେହେରା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ପଞ୍ଚମ ଅର୍ଘ୍ୟ : ଭାରତୀୟ ସମ୍ବିଧାନ, ଅସମାନତା, ବିବିଧତା ଶୀର୍ଷକ ଆଲୋଚନା

masiha

ମାସ ମାସ ଧରି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ : ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ

masiha

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!