ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡଓଲମା ବିଦ୍ୟାଳୟରେ ଗୁରୁ ଦିବସ ପାଳିତ 

ବଡଓଲମା ବିଦ୍ୟାଳୟରେ ଗୁରୁ ଦିବସ ପାଳିତ 

ଡାବୁଗାଁ, ୫/୯ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବଡଓଲମା ଆଶ୍ରମ ବିଦ୍ୟାଳୟ ଠାରେ ଗୁରୁଦିବସ ମହାସମାରୋହରେ ଗୁରୁବାର ପାଳିତ ହୋଇଯାଇଛି l ପ୍ରଥମେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ପରେ ଛାତ୍ରୀଛାତ୍ର ମାନେ ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକ ଙ୍କ ପଦଧୌତ କରି ବନ୍ଦାପନା କରିଥିଲେ ପରେ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଆଜିକାର ଦିବସ ଓ ଗୁରୁଶିଷ୍ୟ ସମ୍ପର୍କ ବିଷୟରେ ଛାତ୍ରୀ ଛାତ୍ର ମାନଙ୍କୁ କହିବା ସହିତ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l ଛାତ୍ରୀଛାତ୍ର ମାନେ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ପୁଷ୍ପଗୁଛ ଓ ଉପହାର ପ୍ରଦାନ କରିଥିଲେ l ଶେଷରେ ପ୍ରଧାନ ଶିକ୍ଷକ ସଞ୍ଜୀବ ପଣ୍ଡା ଗୁରୁଦିବସ ବିଷୟରେ ଛାତ୍ରୀଛାତ୍ର ମାନଙ୍କୁ କହିବା ସହିତ ଗୁରୁ ମାନଙ୍କୁ ଭକ୍ତି କରି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ | ଏଥିରେ ଶିକ୍ଷୟତ୍ରୀ ରଶ୍ମିରେଖା ସ୍ଵାଇଁ, ଦମୟନ୍ତୀ ସ୍ଵାଇଁ, ଶିକ୍ଷକ ଗୌତମ ଦାଶ, ଭୋଜରାଜ ମାଝି, ଫେଜଲ ଅବଦୁଲ ଗଫର, ରଜତ ବର୍ତ୍ତିଆ, ଜଗଦୀଶ ସାହୁ, ସମସ୍ତ ଶିକ୍ଷୟତ୍ରୀଶିକ୍ଷକ ଓ ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନିଆଁ ରେ ପୋଡି ହୋଇ ଗର୍ଭବତୀ ମହିଳା ଗୁରୁତର 

Sunil Chandra Nayak

ବହଳଦା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ୨୦୨୪

masiha

ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଶାସ୍ତ୍ରୀଜୀଙ୍କ ଜୟନ୍ତୀ -୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!