ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ପକ୍ଷରୁ ନୂଆଖାଇ ମହୋତ୍ସବ ପାଳିତi

ଉତ୍କଳ ସମ୍ମିଳନୀ ପକ୍ଷରୁ ନୂଆଖାଇ ମହୋତ୍ସବ ପାଳିତ

ରାଉରକେଲା : କେବଳ ପଶ୍ଚିମ ଓଡିଶା ନୁହେଁ ସମଗ୍ର ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ଅସ୍ମିତା ମହାନ l ଓଡ଼ିଶାର ଗଣପର୍ବ ନୂଆଖାଇ ଏକ କୃଷିଭିତ୍ତିକ ପର୍ବ ନୁହେଁ ବରଂ ଏକ ଭାଇଚାରାର ପର୍ବ ବୋଲି ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ଓ ଉତ୍କଳ ଶିଳ୍ପ ପରିଚାଳକ ସମାଜ ପକ୍ଷରୁ ଆୟୋଜିତ ନୂଆଖାଇ ମହୋତ୍ସବରେ ଅତିଥିମାନେ ମତପୋଷଣ କରିଛନ୍ତି l ଛେଣ୍ଡ କଲୋନୀସ୍ଥ ଧାମରା ସଙ୍ଘ ପରିସରରରେ ଅନୁଷ୍ଠିତ ଏହି ମହୋତ୍ସହବରେ ସମ୍ମିଳନୀର ସଭାପତି ସୁଦାମ ଚନ୍ଦ୍ର ଦାଶ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ବକ୍ତବ୍ୟ ରଖିଥିଲେ ଯେ, ସମ୍ମିଳନୀ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହ ଓଡ଼ିଆ ଭାଷା ଓ ଜାତିର ସମୃଦ୍ଧ ନିମନ୍ତେ କାର୍ଯ୍ୟ କରି ଆସୁଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମିଳନୀର ବହୁବିଧ କାର୍ଯ୍ୟକ୍ରମକୁ ପ୍ରଶଂସା ପ୍ରଦାନ ପୂର୍ବକ ଆସନ୍ତା ସେପ୍ଟେମ୍ବର ତେର ତାରିଖ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ମିଳିତ ହୋଇ ସମ୍ମିଳନୀ ପକ୍ଷରୁ ଆୟୋଜିତ ‘ଆସ ଓଡ଼ିଆ ଲେଖିବା, ସରକାରୀ କାର୍ଯ୍ୟାଳୟରେ ରେ ଓଡ଼ିଆ ଭାଷାର ବ୍ୟବହାର କରିବା’ ନିମିତ୍ତ ଏକ ପଦଯାତ୍ରା ବିଶ୍ରା ଷ୍ଟାଚ୍ୟୁ ପାଖରୁ ଆରମ୍ଭ ହୋଇ ସହରର ମୁଖ୍ୟରାସ୍ତା ଦେଇ କରାଯିବ l ଏହି ପଦଯାତ୍ରାରେ ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡିଶା ସରକାରଙ୍କ ନିୟମାବଳୀ ଅନୁସାରେ ଷ୍ପଷ୍ଟ ଭାବରେ ଓଡ଼ିଆରେ ଲେଖିବା ପାଇଁ ସମସ୍ତ ବ୍ୟବସାୟୀ ଙ୍କୁ ଅନୁରୋଧ କରାଯିବ l ସହରର ସମସ୍ତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ l ମୁଖ୍ୟଵକ୍ତା ତଥା ପ୍ରାକ୍ତନ ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ ବକ୍ତବ୍ୟରେ ବେଦ ବର୍ଣ୍ଣିତ ଏକ ଶ୍ଳୋକ ପାଠକରି କହିଥିଲେ ଯେ, ବୈଦିକ ସଂସ୍କୃତିରେ ଆମେ ସମସ୍ତେ ସମାନ ଓ ଭଦ୍ର ହେବାକୁ ବର୍ଣ୍ଣନା କରାଯାଇଛି l କୃଷି ଉତ୍ପାଦନ ପରେ ଏକତ୍ର ନବାନ୍ନ ଭକ୍ଷଣ କରିବା ଓ ଗୁରୁ ଗୁରୁଜନମାନଙ୍କୁ ପ୍ରଣାମ କରିବା, ସମସ୍ତଙ୍କୁ ସ୍ନେହ ପ୍ରଦାନ କରିବା ସହ ପାରିବାରିକ ବନ୍ଧନକୁ ସୁଦୃଢ କରିବା ଏହି ପର୍ବର ମହତ୍ତ୍ୱ ବୋଲି କହିଥିଲେ l ସମ୍ମାନିତ ଅତିଥି ତଥା ରଘୁନାଥପାଲିର ବିଧାୟକ ଦୁର୍ଗା ଚରଣ ତନ୍ତୀ କହିଥିଲେ ଯେ,ପୂର୍ବେ ଆମରାଜ୍ୟ ଓଡିଶାକୁ ମୋଗଲ, ଇଂରେଜ ଆଦି ବିଦେଶୀମାନେ ଶାସନ କରିଥିଲେ ମଧ୍ୟ ଓଡ଼ିଶାର ସଂସ୍କୃତି ଭିତ୍ତିକ ପର୍ବପର୍ବାଣୀ ଆମକୁ ଏକତ୍ର ସୂତ୍ରରେ ବାନ୍ଧି ରଖିବା ସହ ସଂସ୍କୃତିର ଅବକ୍ଷୟ କରାଇ ନାହିଁ l ଉତ୍କଳ ଶିଳ୍ପ ପରିଚାଳକ ସମାଜର ସଭାପତି ତଥା ଉତ୍କଳ ସମ୍ମିଳନୀର ଉପ ସଭାପତି ଚିତ୍ତରଂଜନ ଦାଶ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା ଯଥା ବେକାରୀ ସମସ୍ୟାର ସମାଧାନ, ରାଉରକେଲାରେ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା, ମେଡିକାଲ କଲେଜ ପ୍ରତିଷ୍ଠା, ବନ୍ଧାମୁଣ୍ଡା ଠାରେ ରେଳ ଡିଭିଜନ ପ୍ରତିଷ୍ଠା, ବିମାନବନ୍ଦର ସାମ୍ପ୍ରସାରଣ ଆଦି କରାଯିବାକୁ ଦାବି ଉପସ୍ଥାପନ କରିଥିଲେ l ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି ତଥା ଦୈନିକ ଖବର କାଗଜ ଉତ୍କଳମେଲ ର ମୁଖ୍ୟ ସମ୍ପାଦକ ଡଃ ପୀତବାସ ମିଶ୍ର ନୂଆଖାଇ ପର୍ବ ମନରେ ପବିତ୍ରତା ଆଣିବା ସହ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ବାର୍ତ୍ତାଦିଏ ବୋଲି କହିଥିଲେ l ଆଜି କେବଳ ପଶ୍ଚିମ ଓଡିଶା ନୁହଁ ବରଂ ସମଗ୍ର ଓଡିଶା ଏହି ପର୍ବ ପାଳନ କରୁଛି l ସରକାର ଏହି ଦିନକୁ ଛୁଟି ଘୋଷଣା କରି ଏହି ପର୍ବର ଉତ୍ସାହକୁ ବହୁଗୁଣିତ କରିଛନ୍ତି ବୋଲି କହିଥିଲେ l ସମ୍ମିଳନୀର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ ପୂର୍ବକ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ମିଳିତ ହୋଇ ସାଂସ୍କୃତିକ ସମନ୍ୱୟ ଆଣିବାକୁ ପରାମର୍ଶ ଦେବା ସହ ଓଡ଼ିଶାର ଅସ୍ମିତା ବୃଦ୍ଧି ସହ ଉତ୍କଳ ସମ୍ମିଳନୀ ଏକ ମିଳନ ମଣ୍ଡପ ବୋଲି ବକ୍ତବ୍ୟ ରଖିଥିଲେ ଏବଂ ଆଗାମୀ ପଦଯାତ୍ରା କାର୍ଯ୍ୟକ୍ରମରେ ସମସ୍ତ ଅନୁଷ୍ଠାନ ସହଯୋଗ କରିବାକୁ ଅନୁରୋଧ କରିଥିଲେ l ସମ୍ମିଳନୀର ଉପସଭାପତି ଡ଼. କିଶୋରୀ ଦାଶ କାର୍ଯ୍ୟକ୍ରମ ସଂଚାଳନ ପୂର୍ବକ ପ୍ରାକ ସୂଚନା ପ୍ରଦାନ କରି କହିଥିଲେ ଯେ, ଭାଇଚାରାର ପର୍ବ ନୂଆଖାଇ ଧନୀ ଗରିବ, ଉଚ୍ଚ ନୀଚର ପ୍ରଭେଦ ରଖେ ନାହିଁ l ଏହି ଅବସରରେ ମାଆ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ନବାନ୍ନ ଅର୍ପଣ ସହ କଣ୍ଠ ଶିଳ୍ପୀ ରାଜକୁମାରୀ ଦେବୀଙ୍କ ଦ୍ୱାରା ଉତ୍କଳ ଜନନୀ ଙ୍କ ବନ୍ଦନା ଗାନ କରାଯାଇଥିଲା l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶାଖାର ସଭ୍ୟ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ନମ୍ରତା ଡ୍ୟାନ୍ସ ଏକାଡେମୀ ଓ ଶିବାୟନ ଗ୍ରୁପ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ଓ ସଂଗୀତ ଗାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ର ବହୁ ସଭ୍ୟ ସଭ୍ୟା ଉପସ୍ଥିତ ଥିବା ବେଳେ ଶାଖାର ସଦସ୍ୟ ଅନିଲ ଦାସ, ବାଳକୃଷ୍ଣ ସ୍ୱାଇଁ, ହରିହର ଶତପଥୀ, ଉତ୍ତମ କୁମାର ମହାନ୍ତି, ସୁନୀଲ ମହାନ୍ତି, ସୂର୍ଯ୍ୟକାନ୍ତ ପଣ୍ଡା, ବୈକୁଣ୍ଠ ସାମଲ, ଅଭିମନ୍ୟୁ ସ୍ୱାଇଁ, ନିରୁପମା ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସମ୍ମିଳନୀ ପକ୍ଷରୁ କଳାକାର ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁବାସ ବାରିକ, କଣ୍ଠ ଶିଳ୍ପୀ ରାଜକୁମାରୀ ଦେବୀ, ନୃତ୍ୟ ଶିଳ୍ପୀ ନମ୍ରତା ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ମିଳନୀର କୋଷାଧ୍ୟକ୍ଷ ଭଗବାନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଅତିଥିମାନେ ନବାନ୍ନ ପ୍ରସାଦ ସେବନ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ବଡ ସମସ୍ୟା ପାଲଟିଛି କାଦୁଅ ରାସ୍ତା

Sunil Chandra Nayak

କୋଇଡା ପ୍ରେସ କ୍ଲବ ତରଫରୁ ଜଳଛତ୍ର ଓ଼ ପଣା ବଣ୍ଟନ କାର୍ଯ୍ୟକ୍ରମ 

masiha

ମଧୁବାବୁ ପେନସନ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ 

Sunil Chandra Nayak

Leave a Comment

error: Content is protected !!