ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଐଶ୍ବଆନଏଶ୍ବର ମନ୍ଦିରରେ ଜଳଲାଗି କଲେ କାଉଡିଆ

ମୟୂରଭଞ୍ଜ- ୨୨/୮ ( ମସିହା)ମଳମାସ ପରେ ପୁଣି ଶିବ ମନ୍ଦିରକୁ ଛୁଟିଛି ଜଳ ଲାଗି ପାଇଁ କାଉଡିଆମାନଙ୍କ ସ୍ରୋତ ।ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ସଂଖ୍ୟାଧିକ ଵୋଲଵମ୍ ଭକ୍ତ ଓ ,କାଉଡ଼ିଆ ରାଇରଙ୍ଗପୁରର ପ୍ରସିଦ୍ଧ ଐଶ୍ବାନେଶ୍ବର ଶୈବ ପୀଠରେ ବାବାଙ୍କୁ ଜଳାଭିଷେକ କରିଛନ୍ତି। ରାଇରଙ୍ଗପୁର ସହରର ପାର୍ଶ୍ଵବର୍ତ୍ତୀ ଖଡଖଆଇ ନଦୀ , ଖିଚିଂ ନିକଟସ୍ଥ ପୂଣ୍ୟତୋୟା ବୈତରଣୀ ନଦୀ ଆଦି ବିଭିନ୍ନ ନଦୀରୁ ପବିତ୍ର ଜଳ ସଂଗ୍ରହ କରି ସୁସଜ୍ଜିତ ବାହୁଙ୍ଗିରେ ଝୁଲୁଥିବା ମାଟି କିମ୍ବା ଧାତୁ ନିର୍ମିତ କଳଶିରେ ଜଳଧରି ରାଇରଙ୍ଗପୁର ସହରର ଗଢ ଗ୍ରାମର ସ୍ଥାପିତ ଏହି ରାଜା ରାଜୁଡା ଅମଳର ଐତିହ୍ୟ ଶୈବପୀଠକୁ ପହଞ୍ଚି ଥିଲେ । ସୁସଜ୍ଜିତ ଵାହୁଙ୍ଗିରେ ଝୁଲୁଥିଲା ଜଳପୂର୍ଣ୍ଣ କଳଶି ଓ ଶ୍ରୀ ଫଳ ।ଦେବଦେବ ମହାଦେବଙ୍କ ଚିତ୍ରିତ ଗୈରିକ ବସ୍ତ୍ର ପରିଧାନ କରି ଭକ୍ତମାନେ ଶ୍ରୀକ୍ଷେତ୍ରରେ ପହଞ୍ଚି ଥିଲେ । ରାଇରଙ୍ଗପୁର ସହର ହୋଇ ଉଠିଥିଲା ଶିବଭକ୍ତ ମାନଙ୍କ ଦ୍ଵାରା ଲୋକାରଣ୍ୟ ।କାଉଡିଆଙ୍କ ବୋଲବମ୍ ଧ୍ବନିରେ ମୁଖରିତ ହୋଇ ଉଠିଥିଲା ସମଗ୍ର ଅଂଚଳ । ମନ୍ଦିରରେ ଆଳତି,ଅବକାଶ, ଓ ଅନ୍ୟାନ୍ୟ ପ୍ରାତ୍ୟହିକ ନୀତି କାନ୍ତି ସଂପନ୍ନ ହେବାପରେ କାଉଡିଆମାନେ ମନ୍ଦିରକୁ ଯାଇ ଜଳ ଲାଗି ଓ ଭୋଗରାଗ କରିଥିଲେ ।ଦିନ ତମାମ ଭକ୍ତଙ୍କ ସମାଗମ ଲାଗି ରହିଥିଲା ।ମନ୍ଦିର କମିଟି ତରଫରୁ ଭିତରେ ଓ ବାହାରେ ଶାନ୍ତି ଶୃଙ୍ଖଳା ପ୍ରତି କଡ଼ା ନଜର ରଖା ଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

କାମ ର ମାସେ ନଯାଉଣୁ ପୂର୍ତ୍ତ ବିଭାଗ ରାସ୍ତା ଫାଟି ଆଁ,ରେକୁଟି ରାସ୍ତା ମଧ୍ୟ ନିର୍ମାଣ ନିମ୍ନ ମାନର ସାଙ୍ଗକୁ କାମକୁ ଚୋରା ମୋରମ ବ୍ୟବହୃତ ଅଭିଯୋଗ 

masiha

ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ପକ୍ଷରୁ ୨୩ତମ ଓଡିଶା ରାଜ୍ୟ ସମ୍ମିଳନୀ

Sunil Chandra Nayak

ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ମାନଙ୍କରେ ବସୁଧା ଯୋଜନା ବାଟବଣା

masiha

Leave a Comment

error: Content is protected !!