ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ମାର୍ଚ୍ଚ ୧୬ ର କାର୍ଯ୍ୟକ୍ରମ ପାଇଁ ଅବସର ଭବନରେ ସାମ୍ବାଦିକ ସମ୍ମିଳନୀ

ଆସନ୍ତା ମାର୍ଚ୍ଚ ୧୬ ର କାର୍ଯ୍ୟକ୍ରମ ପାଇଁ ଅବସର ଭବନରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା: ଆସନ୍ତା ମାର୍ଚ୍ଚ ମାସ ୧୬ ତାରିଖ ରେ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ ର ବାର୍ଷିକ ବିବରଣୀ ଓ ଆର୍ଥିକ ଆୟବ୍ୟୟ ତଥା ୩୩ତମ ସାଧାରଣ ପରିଷଦର ବୈଠକ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ଅବସର ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଇଂ ଅଭୟ କୁମାର ଦାସ, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ୧୯୮୭ ମସିହାରୁ ଦୀର୍ଘ ୩୮ବର୍ଷ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ ସମସ୍ତ କର୍ମଚାରୀଙ୍କୁ ନେଇ ଏହି ସଂଘ ନିରବଚ୍ଛିନ୍ନ ଭାବେ ବିଭିନ୍ନ ସେବା ମୂଳକ କାର୍ଯ୍ୟ ସହ କର୍ମଚାରୀଙ୍କ ସ୍ବାସ୍ଥ୍ୟ, ସାମାଜିକ ସ୍ବୀକୃତି, ଆର୍ଥିକ, ଯୋଗ, ମନୋରଞ୍ଜନ କାର୍ଯ୍ୟକ୍ରମ ଆଦି କରିଆସୁଛି। ତେବେ ଏଥିପାଇଁ ପ୍ରତ୍ୟେକ ବର୍ଷ ସଂଘର ଆୟବ୍ୟୟ ଓ ବାର୍ଷିକ ବିବରଣୀ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଜଣାଇବା ଓ ସେମାନଙ୍କ ମତାମତକୁ ଆଗାମୀ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସାଧାରଣ ପରିଷଦର ବୈଠକ ଅନୁଷ୍ଠିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଏହି ବୈଠକରେ ସମସ୍ତ ସଦସ୍ୟଙ୍କୁ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି। ଏହି ସମ୍ମିଳନୀରେ ପେନସନ ବୃଦ୍ଧି, କୋଏଲ ନଗର ରୁ ଆଇଜିଏଚ ପାଇଁ ମୋ ବସ୍ ଚଳାଚଳ ସୁବିଧା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅରବିନ୍ଦ ପାତ୍ର, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର ଓ ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ସଦସ୍ୟଙ୍କ ମଧ୍ୟରେ ସର୍ବଶ୍ରୀ କପିଳେଶ୍ୱର ମହାରଣା,ଚାନ୍ଦମଣୀ ବେହୁରା, ଅଶୋକ କୁମାର ବଳ, ତ୍ରିଲୋଚନ ମଥାନ, ରାଧାମୋହନ ନାୟକ,ରଥିନ୍ଦ୍ର ପ୍ରଧାନ, ବସନ୍ତ କୁମାର ଜେନା, ନାରାୟଣ ଚନ୍ଦ୍ର ସାମଲ, ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପସଭାପତି ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେଡାପଦର ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ନା ଗର୍ଭବତୀ, ନା କାହାପାଇଁ ?

masiha

ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡା ଉଚ୍ଚ ବିଦ୍ୟାପୀଠ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ସମାରୋହରେ ପାଳିତ

masiha

ପଞ୍ଚାୟତ କାର୍ଯ୍ୟଳୟରେ ନାହାନ୍ତି ନିର୍ବାହୀ ଅଧିକାରୀ, ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି

masiha

Leave a Comment

error: Content is protected !!