ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ୍ତାଳି ଭାଷା ଅଲଚିକି ପରୀକ୍ଷା ସମାପିତ

ସାନ୍ତାଳି ଭାଷା ଅଲଚିକି ପରୀକ୍ଷା ସମାପିତ

ବସ୍ତା ,୧୧।୬: ବସ୍ତା ବ୍ଲକ୍ ପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ପାଟପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୮ତାରିଖ ଠାରୁ ବାରିପଦା ସାନ୍ତାଳି ଏକାଡ଼େମୀ ଆନୁକୂଲ୍ଯରେ ଆୟୋଜିତ ସାନ୍ତାଳି ଭାଷା ଅଲଚିକି ପରୀକ୍ଷା ମଙ୍ଗଳବାର ସମାପିତ ହୋଇଛି। ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ କିସ୍କୁ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ୍ ଦାୟିତ୍ବ ତୁଲାଇଥିଲେ।’ଗୁରୁଦଲାନ ଅଲ ଇତୁନ ଆଶ୍ଳା’ ବଧିମୁହଁର ଅନେକ ଆଦିବାସୀ ତଥା ଅଣ ଆଦିବାସୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।ଏକାଡ଼େମୀର ଚେଆରମ୍ୟାନ୍ ସୁନାରାମ ସୋରେନ ଓ ଗୁଲାରାମ କିସ୍କୁ ସୋମବାର ପରୀକ୍ଷା କେନ୍ଦ୍ର ପରିଦର୍ଶନରେ ଆସି ପରୀକ୍ଷାର୍ଥୀଙ୍କୁ ଅନୁଧ୍ୟାନ କରିଥିଲେ।୨୦୨୩ ମସିହାର ଦେଇଥିବା ପରୀକ୍ଷାର୍ଥୀ ମାନଙ୍କୁ ତାଙ୍କର କୃତୀ ପ୍ରମାଣପତ୍ର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।ଗୁରୁଦଲାନ ଅଲ ଇତୁନ ଆଶ୍ଳା ବଧିମୁହଁର ପ୍ରଧାନ ଶିକ୍ଷକ ସମରାୟ ବାସ୍କେ,ଶିକ୍ଷକ କାହ୍ନୁ ହେମ୍ରମ୍,ସୁରେନ୍ଦ୍ର ନାଥ ମାର୍ଣ୍ଡିଙ୍କ ସମେତ ପାଟପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନା ସହଯୋଗ କରିଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜିଲା ଖାଦ୍ୟ ସୁରକ୍ଷା ଓ ଟବାକୋ ନିୟନ୍ତ୍ରଣ ବିଭାଗ ମିଳିତ ଚଢାଉ 

Sunil Chandra Nayak

ସାମ୍ବାଦିକ ସୁରକ୍ଷା ସମିତି ର ସଭାପତି ପାଇଲେ ରଫଖାତା ପରିବାର ଆୱାର୍ଡ -2023

Sunil Chandra Nayak

ବିଶ୍ୱକପ ହକିକୁ ଆମପାଣି ଠାରେ ସ୍ୱାଗତ କଲେ କଳାହାଣ୍ଡି ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!