ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପ୍ରସିଦ୍ଧ ପୂର୍ଣେଶ୍ବର ଶୈବପୀଠରେ ଦୈବୀ ମିଳନର ଅନ୍ୟନ୍ୟ ପର୍ବ ଶିବ ଵିଵାହ

ରାଇରଙ୍ଗପୁର ପ୍ରସିଦ୍ଧ ପୂର୍ଣେଶ୍ବର ଶୈବପୀଠରେ ଦୈବୀ ମିଳନର ଅନ୍ୟନ୍ୟ ପର୍ବ ଶିବ ଵିଵାହ

 ମୟୂରଭଞ୍ଜ -୧୧/୦୬ ( ମସିହା) ଶିବ ବିବାହ ଓ ଶୀତଳଷଷ୍ଠୀ ଆମ ଧାର୍ମିକ ପରମ୍ପରାର ଏକ ମହାନ ଗଣପର୍ବ ।ଓଡିଶାରେ ଏହା ସଵୁର ଉର୍ଦ୍ଧ୍ବରେ ଉତ୍କଳୀୟ ଧର୍ମ ସଂସ୍କୃତିର ଏକ ଏକତାର ପ୍ରତୀକ ।

ରାଇରଙ୍ଗପୁର ସହରରର କୁଚେଇବୁଢୀ ଗ୍ରାମସ୍ଥ ପୂର୍ଣେଶ୍ବର ଶୈବପୀଠରେ ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କ   ବିବାହ ଉତ୍ସବ ତଥା ଶୀତଳ ଷଷ୍ଠୀ ମଙ୍ଗଳବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଷଷ୍ଠୀ ତଥା ଶୀତଳ ଷଷ୍ଠୀ ହେଉଛି ଐତିହ୍ୟ, ସଂସ୍କୃତି, ପରମ୍ପରା ଧର୍ମ ବିଶ୍ବାସର ଆଇନା । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ରୁଦ୍ରରୂପୀ ଶିବଙ୍କୁ ପୂଜାର୍ଚ୍ଚନା କରାଯାଇ ଶିବଙ୍କୁ ପ୍ରସନ୍ନ କରାଯାଇଥାଏ । ଆଜି ପୂର୍ଣେଶ୍ବର ଶିଵମନ୍ଦିର ପରିସର ଓ ପୀଠକୁ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇଥିବାବେଳେ ଫୁଲରେ ଝଲସୁ ଥିଲା ମନ୍ଦିର ଫାଟକ ଓ ମୁଖ୍ୟଦ୍ବାର । ଦାନବ ରାଜା ତାରକାଶୁର ର ଅତ୍ୟାଚାର, ,ଅନ୍ୟାୟ, ଓ ଦୌରାତ୍ମ୍ଯରୁ ସୃଷ୍ଟିକୁ ରକ୍ଷା କରିବା ଲାଗି ଯୋଗେଶ୍ୱର ମହାଦେବ ଏବଂ ଶକ୍ତି ସ୍ବରୂପିଣୀ ମାତା ପାର୍ବତୀଙ୍କ ଵିଵାହ ବା ମହାମିଳନର ଅବସର । ମଙ୍ଗଳବାର ସକାଳୁ ପଣ୍ଡିତ ପ୍ରସନ୍ନ ଷଡ଼ଙ୍ଗୀ ଏବଂ ତାଙ୍କ ସହଯୋଗୀ ଟିକ ଓତା, ସଂଗ୍ରାମ ଷଡ଼ଙ୍ଗୀ ଦ୍ବାରା ହାଣ୍ଡିମଙ୍ଗଳା, ଦିଅଁ ମଙ୍ଗୁଳା,ଶିବ ପାର୍ବତୀଙ୍କ ମହାସ୍ନାନ, ବାଟ ବରଣ ନୀତି, ପରେ ପ୍ରଥମା ବରଣ,ଦ୍ଵିତୀୟା ବରଣ ବୈଦିକ ରୀତିନୀତି , ବିବାହ ନୀତି ଓ ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିବାହ କାର୍ଯ୍ୟକ୍ରମକୁ କନ୍ଯାପିତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣେଶ୍ୱର ଦାସ ଏବଂ ବରର ପିତା ଭାବେ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ ପିତାମାତା ଦାୟିତ୍ଵ ନିଭାଇଥିଲେ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ପୂଜାର୍ଚ୍ଚନା କରି ଶିବ ପାର୍ବତୀଙ୍କ ଆଶୀର୍ବାଦ ନେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର କମିଟି ସଦସ୍ୟ,ବାଜଲ ମୁର୍ମୁ , ନିହାର ରଂଜନ ପାତ୍ର,କଟି ପଣ୍ଡା,ସୁନାରାମ ମାଝୀ, ସ୍ମିତା ମହାକୁଡ, ଅନୁରାଧା ପାଲ, ଗିରିଧାରୀ ପାତ୍ର,ରାଜେଶ ମହାନ୍ତ, ରାଜେନ୍ଦ୍ର ଜ୍ଯୋତିଷ,ସଂଜୟ ବିନ୍ଧାଣି ,ଗୋବିନ୍ଦ ସି, ସାମ୍ବାଦିକ ଅକ୍ଷୟ ବିଶ୍ବାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ମନ୍ଦିର କମିଟି ତରଫରୁ ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଭେଟେରାନ ଫୁଟବଲ ଆସୋସିଏଶନ ର ବନ୍ଧୁମିଳନ

masiha

ଜିଲ୍ଲା କଳାକାର ସଂଘ ଭତ୍ତା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ

Sunil Chandra Nayak

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

Leave a Comment

error: Content is protected !!