ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ଭବାନୀପାଟଣା ତା ୧୦.୧୦.୨୦୨୬: ଆଜି ପୂର୍ବାହ୍ନ ୯ .୦୦ଘଣ୍ଟା ସମୟରେ ସ୍ଥାନୀୟ ଜିଲ୍ଲା ପରିଷଦ ବୈଠକ ଗୃହରେ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର (D2D) ସର୍ଭେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। । 

ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି ଓ ଅଦ୍ୟତନ କରିବା ଉଦ୍ଦେଶ୍ୟରେ ଘର କୁ ଘର ସର୍ଭେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ଏହି ସର୍ଭେ ମାଧ୍ୟମରେ ଯୋଗ୍ୟ ନାଗରିକମାନଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ସହ ତାଲିକାରେ ଥିବା ତଥ୍ୟର ସଠିକତା ଯାଞ୍ଚ କରାଯିବ।

ଏହି ପ୍ରଶିକ୍ଷଣ ରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ, ପ୍ରକଳ୍ପ ପ୍ରଶାସକ,ଆଇଟିଡିଏ, ଶ୍ରୀ ଦାସ,ଜିଲ୍ଲା ସଂ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡେପୁଟୀ କଲେକ୍ଟର ନିର୍ବାଚନ ଲମ୍ବୋଦର ନାୟକ,ଡେପୁଟୀ କଲେକ୍ଟର ଶ୍ରୀମତୀ ପ୍ରଧାନ,ଜିଲ୍ଲା ପଞ୍ଚାୟତ ଅଧିକାରୀ ବିଶ୍ୱନାଥ ରାଉତ, ସମସ୍ତ ବ୍ଲକ୍ ର ଗୋଷ୍ଠି ଉନ୍ନୟନ ଅଧିକାରୀ,ସମସ୍ତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ଜି ଡି ପି ଓ, ବି ଏଲ୍ ଓ,ସୁପର୍ଭାଇଜର୍ ସମସ୍ତ ଏନଏସି,ମ୍ୟୁନିସିପାଲିଟୀ ର ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଚଳିତବର୍ଷ ବାସନ୍ତୀ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହ ରେ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

masiha

ଜିଲ୍ଲା ମଣ୍ଡଳ ସ୍ତରୀୟ ବୈଠକରେ କର୍ମୀ ସଂଗଠନର ମୂଳଦୁଆ ଓ ମେରୁଦଣ୍ଡ – ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର.

Sunil Chandra Nayak

କାଶିଆବେଡାରେ ପୋଖରୀରେ ଚାଷୀ ମୃତ

Sunil Chandra Nayak

Leave a Comment

error: Content is protected !!