ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

“ପରିଆ ଗାଁରେ ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ,ଲବଣୀପୁର ଫାଇନାଲକୁ ଉନ୍ନୀତ

“ପରିଆ ଗାଁରେ ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ,ଲବଣୀପୁର ଫାଇନାଲକୁ ଉନ୍ନୀତ

ଜୁନାଗଡ଼:୧୦/୨(ମନୀ ସ) ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ପରିଆ ଗାଁରେ ପଞ୍ଚାୟତ ସ୍ତରୀୟ ରାଧାକୃଷ୍ଣ କ୍ରିକେଟ୍ କ୍ଳବ୍ ର ଆନୁକୂଳ୍ୟରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଲବଣୀପୁର ଓ କନ୍ଧ ବ୍ରାହ୍ମଣୀଗୁଡ଼ା ଦଳ ମଧ୍ୟରେ ଉତ୍ସାହପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି।

ଟସ୍ ଜିତି ଲବଣୀପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୧୧୪ ରନ ସଂଗ୍ରହ କରିଥିଲା। ଲକ୍ଷ୍ୟ ପଛୁଆ କରି କନ୍ଧ ବ୍ରାହ୍ମଣୀଗୁଡ଼ା ଦଳ ୧୦ ଓଭରରେ ୧୦୪ ରନରେ ସୀମିତ ରହି ପରାଜୟ ସ୍ୱୀକାର କରିଥିଲା। ଏହି ଜୟ ସହ ଲବଣୀପୁର ଦଳ ଫାଇନାଲ ମ୍ୟାଚ୍ ପାଇଁ ଯୋଗ୍ୟତା ହାସଲ କରିଛି।

ମ୍ୟାଚ୍ ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଲବଣୀପୁର ଦଳର ଲକ୍ଷ୍ମୀକାନ୍ତ ଙ୍କୁ “ମ୍ୟାନ ଅଫ୍ ଦି ମ୍ୟାଚ୍” ପୁରସ୍କାର ପ୍ରଦାନ କରାଯାଇଥିଲା।ଉକ୍ତ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ କାଞ୍ଚନ ବେମାଲ, ବହୁଜନ ସଂଗ୍ରାମ ସମିତିର ସଭାପତି ଶ୍ରୀ ରଞ୍ଜନ କୁମାର ଜାଲ ଉପସ୍ଥିତ ଥିବାବେଳେ ପ୍ରମୁଖ କର୍ମକର୍ତ୍ତା ଭାବେ ନରେନ୍ଦ୍ର ଖିତି , ପୂର୍ଣ୍ଣେନ୍ଦୁ କୁମାର ମାଝୀ, ଉଗ୍ରସେନ କନ୍ଧପାନ, ଗୌରାଙ୍ଗ ମାଝୀ, ବାବୁଲି ଗହିର, ସୁବାସ ନାଗ, ଆକାଶ ଓ ଶ୍ରୀ ଟୁନା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ରଞ୍ଜନ କୁମାର ଜାଲ ତାଙ୍କ ଭାଷଣରେ କହିଥିଲେ ଯେ, କ୍ରିକେଟ୍ ଭଳି ଖେଳ ମାଧ୍ୟମରେ ଯୁବଶକ୍ତିର ମନୋବଳ, ଶିସ୍ଟାଚାର ଓ ଭାଇଚାରା ବୃଦ୍ଧି ପାଉଛି। ବିଜୟ–ପରାଜୟକୁ ସମାନ ଭାବେ ଗ୍ରହଣ କରି ସ୍ୱସ୍ଥ କ୍ରୀଡ଼ାଭାବନା ସହ ଖେଳକୁ ଆଗକୁ ବଢ଼ାଇବାକୁ ସେ ଖେଳାଳିମାନଙ୍କୁ ଆହ୍ୱାନ କରିଥିଲେ।

ଶେଷରେ ଆୟୋଜକ ରାଧାକୃଷ୍ଣ କ୍ରିକେଟ୍ କ୍ଳବ୍ ର ସଭାପତି ସୌରଭ ମିଶ୍ର, ଉପଦେଷ୍ଟା ସୁଧାକର ମିଶ୍ର ଓ କମିଟିର ସଦସ୍ୟବୃନ୍ଦ ସମସ୍ତ ଅତିଥି, ଖେଳାଳି ଓ ଦର୍ଶକଙ୍କୁ ଧନ୍ୟବାଦ୍ ଜଣାଇଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଚିଲିଗୁଡ଼ା କଲେଜରେ ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାଙ୍କୁ ବ୍ରୋଞ୍ଜ

Sunil Chandra Nayak

ରାଜପୁର ସ୍କୁଲରେ ରାଣୀଲଷ୍ମୀବାଇ ପ୍ରଶିକ୍ଷଣ ଶିବିର

masiha

Leave a Comment

error: Content is protected !!