ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେଇଇ- ମେନ୍ ପ୍ରବେଶିକା ପରୀକ୍ଷାରେ ଧର୍ମଗଡ଼ ର ଛାତ୍ର କୌଶିକ କୁମାର ସାହୁଙ୍କ କୃତିତ୍ୱ

ଜେଇଇ- ମେନ୍ ପ୍ରବେଶିକା ପରୀକ୍ଷାରେ ଧର୍ମଗଡ଼ ର ଛାତ୍ର କୌଶିକ କୁମାର ସାହୁଙ୍କ କୃତିତ୍ୱ

ଚଳିତ ବର୍ଷ ର ଜେଇଇ- ମେନ୍ ପ୍ରବେଶିକା ପରୀକ୍ଷାରେ ଧର୍ମଗଡ଼ ର ଛାତ୍ର କୌଶିକ କୁମାର ସାହୁ ସର୍ବାଧିକ ୯୯.୮୩ ପ୍ରତିଶତ ମାର୍କ ରଖି ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି।

କୌଶିକ ସଂପ୍ରତି ବଲାଙ୍ଗୀର ର ଯୁବଦୋୟ କଲେଜ ରେ ଯୁକ୍ତ ଦୁଇ ରେ ଅଧ୍ୟୟନ କରୁଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ରିନା ସାହୁ ଓ କିରଣ କୁମାର ସାହୁ ଙ୍କ ଏକମାତ୍ର ପୁଅ କୌଶିକ ଧର୍ମଗଡ଼ ଏଲନିଶି ମିଶନ ସ୍କୁଲ୍ ରୁ ମାଟ୍ରିକ ପରୀକ୍ଷାରେ ୯୬.୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ।

ତାଙ୍କର ଏହି ସଫଳତାରେ ଧର୍ମଗଡ଼ ଏଲନିଶି ମିଶନ ସ୍କୁଲର ନିର୍ଦ୍ଦେଶକ କେ.ଜୟ କୁଟ୍ଟୀ, ପ୍ରିନ୍ସିପାଲ ସୁହିତ ରଞ୍ଜନ ପଣ୍ଡା ଓ ସ୍କୁଲ୍ ମ୍ୟାନେଜର ପର୍ରସିସ୍ ସାରାବନି ଶୁଭେଛା ଜଣାଇ ତାଙ୍କ ସ୍କୁଲ୍ ର ଛାତ୍ର କୌଶିକ ଙ୍କ ର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ପ୍ରତିଭାଶାଳୀ ଛାତ୍ର କୌଶିକ ଙ୍କର ଏଭଳି ସଫଳତାକୁ ନେଇ ଧର୍ମଗଡ଼ ସହରରେ ଖୁସି ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନବରଂଗପୁର ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ହିନ୍ଦୋଳକୁ 5T ସଚିବଙ୍କ ଆଗମନ ନେଇ ବିଜେଡିର ପ୍ରସ୍ତୁତି ବୈଠକ 

ବାଲ୍ମିକୀ ଜୟନ୍ତୀ ସମାରୋହ

Sunil Chandra Nayak

Leave a Comment

error: Content is protected !!