ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଟ କେନାଲରେ ଭାସିଯାଇ ନାବାଳକର ମୃତ୍ୟୁ

ରାଇଟ କେନାଲରେ ଭାସିଯାଇ

ନାବାଳକର ମୃତ୍ୟୁ

 ଚିଲିଗୁଡ଼ା/  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଙ୍କ ପଳାସ ଗ୍ରାମର ତରୁଙ୍ଗ ମାଝି ୪୫ ର ସ୍ତ୍ରୀ ପ୍ରମିଳା ମାଝି ୪୦ ନିକଟସ୍ଥ ରାଇଟ ମୁଖ୍ୟ କେନାଳକୁ ଗତ ୨୫ ତାରିଖ ଅପରାହ୍ନ ୪ଟା ୩୦ ମିନିଟ ସମୟରେ ନିଜର ୫ ବର୍ଷର ପୁଅ ମାନସ କୁ ଧରି ମୁଖ୍ୟ କେନାଳକୁ ଆସିଥିଲେ ।ମୁଖ୍ୟ କେନାଲ ହୁଡ଼ାରେ ପୁଅ କୁ ଛାଡି ମାଆ ଶୌଚ ପାଇଁ ପଡିଆକୁ ଯାଇଥିଲେ ।ଏହି ସମୟରେ ମାନସ ଲୋକେ ଗାଧୋଇ ବା ପାଇଁ ତିଆରି ହୋଇଥିବା ପାହାଚକୁ ଚାଲି ଆସିଥିଲା ।ଏତିକି ବେଳେ ମାନସ ପାହୁଚ ରେ ଖସିଯିବାରୁ ପ୍ରବଳ ପାଣି ସ୍ରୋତରେ ତାଙ୍କୁ ଭସେଇ ନେଲା ।ମା ଶୌଚ ହୋଇ ଆସି ଦେଖିଲା ପରେ ପୁଅ ଘରକୁ ଚାଲିଯାଇଥିବା ବୋଲି ମା ଘରକୁ ଯାଇ ଖୋଜା ଖୋଜି କରିଥିଲା ।ଯେତେ ଖୋଜା ଖୋଜି କଲାପରେ ମଧ୍ୟ ପୁଅକୁ ସେମାନେ ପାଇଲେ ନାହିଁ ।ପରେ କେନାକରେ ହି ଭାସିଯାଇଥିବା ବୋଲି କେନାଲରେ ମଧ୍ୟ ଖୋଜା ଖୋଜି କରିଥିଲେ ମଧ୍ୟ ପୁଅର କୌଣସି ଖବର ମିଳି ପାରିଲା ନାହିଁ ।ଏପରିକି ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଖୋଜା ଯାଇଥିଲା ।କିନ୍ତୁ ସନ୍ଧ୍ୟା ହେବାରୁ ସେମାନେ ମଧ୍ୟ ନିରାଶ ହୋଇଥିଲେ ।ପରେ ଆସନ୍ତା ୨୬ ତାରିଖ ଦିନ ସକାଳେ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ୍ୟୁ ବାଳକଟି କୁ ଉଦ୍ଧାର କରିଥିଲେ ।ଖବର ପାଇ ଚିଲିଗୁଡ଼ା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତର ଖାନାକୁ ପଠେଇଥିଲେ ।ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ଶବ ହସ୍ତାନ୍ତର କରାଯାଇଥିଲା ।ନାବାଳକ ମାନସର ମୃତ୍ୟୁ ଖବର ପ୍ରଚାର ହେଲା ପରେ ଗାଁରେ ଶୋକ।କୁଳ ପରିବେଶର ବାତାବରଣ ସୃଷ୍ଟି ହୋଇଥିଲା ।ପୋଲିସ ପକ୍ଷରୁ ଏକ ଅପ ମୃତ୍ୟୁ ମାମଲା ରୁଜୁକରାଯାଇଥିବା ଜଣା ପଡ଼ିଛି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାରେ ବ୍ଲକ ଶିକ୍ଷାଧିକାରୀ ଙ୍କ ଅଭାବ! ୧୧ଟି ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅତିରିକ୍ତ ଙ୍କ ଦାୟିତ୍ବ ରେ, ଦରମା ପାଇ ନାହାନ୍ତି ଶିକ୍ଷକ !

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜନ୍ତାରିବୋଲ, କାମାକ୍ଷାନଗରରେ ସ୍ୱାଗତଉତ୍ସବ ମହାସମାରୋହରେ ପାଳିତ 

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!