ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମନ୍ଦିର ଅଭିମୁଖେ ଅର୍ପଣ ଚାଉଳ,ଗୁଆ,ନଡ଼ିଆ ଗାଡି

ଶ୍ରୀମନ୍ଦିର ଅଭିମୁଖେ ଅର୍ପଣ ଚାଉଳ,ଗୁଆ,ନଡ଼ିଆ ଗାଡି

 ରାୟଗଡ:-ତା.୨୭/୦୧-ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ଅବସରରେ ଜଗନ୍ନାଥଙ୍କ ଅର୍ପଣ ରଥକୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ଚାଉଳ,ଗୁଆ,ନଡିଆକୁ ନେଇ ବିରୋଧୀଙ୍କ ମୁହଁରେ ତାଲା। ବଦନାମ କରିବା ଚକ୍ରାନ୍ତ ଫସର ଫାଟିଛି। ଯାହାକି ଆଜି ପ୍ରମାଣ କରିଛି ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ରକ ଯୋଗେ ଏହି ସବୁ ବୋଝେଇ ହୋଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଛି। ରାୟଗଡ ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ଅର୍ପଣ କରାଯାଇଥିବା 232 କୁଇଣ୍ଟାଲ ଚାଉଳ, 350 ଟି ନଡ଼ିଆ,56 kg ଗୁଆ ଏକ ଟ୍ରକରେ ଲଡ଼ ହେବା ପରେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା,ନୂଆ ଓ ଉପଦେଷ୍ଟା ପି ଗୌରୀଶଙ୍କର,ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ଶ୍ରୀ ଦେବାଶିଷ ଖାଡ଼ଙ୍ଗା, ଜିଲ୍ଲାପରିସଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ଅତିରିକ୍ତ ଜିଲ୍ଲାପାଳ ,ଭାସ୍କର ରୋଇତ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ,ଗୋଷ୍ଠିଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ , ସକାଳ ପ୍ରତିନିଧି ଉପରେ ହୋଇଥିବା ମିଥ୍ୟା ଏତଲା ପ୍ରତ୍ୟାହାର ଦାବି , ଆନ୍ଦୋଳନ ପାଇ ଚେତାବନୀ ଦେଲା ପ୍ରେସ କ୍ଲବ

Sunil Chandra Nayak

ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନେପାଳ ଏଭରେଷ୍ଟ ସମିଟର ସମିଟରେ ଯୋଗଦାନ କରିବେ ଓଡିଶାରୁ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ 

Leave a Comment

error: Content is protected !!