ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଳ୍ପୀ ସଞ୍ଜୁକ୍ତା କୁମାରୀ ତୁମ୍ବା ଆର୍ଟ ପାଇଁ ସମ୍ମାନିତ 

ଶିଳ୍ପୀ ସଞ୍ଜୁକ୍ତା କୁମାରୀ ତୁମ୍ବା ଆର୍ଟ ପାଇଁ ସମ୍ମାନିତ 

ରାୟଗଡ଼ା, ୫ ସେପ୍ଟେମ୍ବର: ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରରେ ରାୟଗଡ଼ା ଜିଲ୍ଲା ପାଇଁ ଆଉ ଏକ ଗୌରବର ଅଧ୍ୟାୟ ଯୋଡ଼ିଛନ୍ତି ଶିଳ୍ପୀ ସଞ୍ଜୁକ୍ତା କୁମାରୀ। ତାଙ୍କର ଅନନ୍ୟ ତୁମ୍ବା ଆର୍ଟ ପାଇଁ ସେ ରାଜ୍ୟସ୍ତରୀୟ ଶିଳ୍ପୀ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ପବିତ୍ର ଗୁରୁ ଦିବସ ପାଳନ ଅବସରରେ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳ, ଭଣ୍ଡରିକୁଦା, ବ୍ରହ୍ମଗିରି, ପୁରୀ ଓ ‘ସମ୍ପର୍କ’, ପୁରୀର ମିଳିତ ଆୟୋଜନରେ ୧୪ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ଓ ହସ୍ତତନ୍ତ ଶିଳ୍ପୀ ସମ୍ବର୍ଧନା ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଥିଲା। ପୁରୀସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ଏହି ସମାରୋହରେ ରାୟଗଡ଼ାର ଶିଳ୍ପୀ ସଞ୍ଜୁକ୍ତା କୁମାରୀଙ୍କୁ ତାଙ୍କର ତୁମ୍ବା ଆର୍ଟ ପାଇଁ ସମ୍ମାନିତ କରାଯାଇଥିଲା।

ସଞ୍ଜୁକ୍ତା କୁମାରୀ ରାୟଗଡ଼ାର ପ୍ରେରଣା ସ୍କୁଲର ଶିକ୍ଷକ ହିମାଂଶୁ ଶେଖର ପାଣ୍ଡିଆଙ୍କ ଶିଷ୍ୟା। ତୁମ୍ବା ଭଳି ପାରମ୍ପରିକ ଉପାଦାନକୁ ନିଜ ସୃଜନଶୀଳତାରେ ରୂପ ଦେଇ ସେ ହସ୍ତଶିଳ୍ପ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି। ତାଙ୍କର ଏହି ସଫଳତା ଯୁବପିଢ଼ିଙ୍କୁ ପାରମ୍ପରିକ କଳା ଓ ହସ୍ତଶିଳ୍ପ ପ୍ରତି ଆକୃଷ୍ଟ କରିବା ସହିତ ସ୍ଥାନୀୟ ପ୍ରତିଭାକୁ ନୂଆ ପରିଚୟ ଦେଇଛି।

ସମ୍ମାନ ପାଇବା ପରେ ସଞ୍ଜୁକ୍ତା କୁମାରୀ କହିଛନ୍ତି, “ମୋ ଗୁରୁ ଶ୍ରୀ ହିମାଂଶୁ ଶେଖର ପାଣ୍ଡିଆଙ୍କ ଶିକ୍ଷା ଏବଂ ମୋ ବାପା-ମାଆଙ୍କ ଆଶୀର୍ବାଦ ହିଁ ମୋତେ ଏହି ସମ୍ମାନ ପାଇବାରେ ସାହାଯ୍ୟ କରିଛି।” ତାଙ୍କ ଏହି କଥାରେ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ପରିବାର ପ୍ରତି କୃତଜ୍ଞତାର ଭାବ ସ୍ପଷ୍ଟ ହୋଇଛି।

ସଞ୍ଜୁକ୍ତାଙ୍କ ଏହି ସଫଳତାରେ ରାୟଗଡ଼ା ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି। ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ତାଙ୍କର ଏହି ସମ୍ମାନ ରାୟଗଡ଼ାର ହସ୍ତଶିଳ୍ପ ପରମ୍ପରାକୁ ରାଜ୍ୟସ୍ତରରେ ଆହୁରି ଗୌରବାନ୍ୱିତ କରିବା ସହିତ ଆଗାମୀ ଦିନରେ ଅନେକ ନୂଆ ପ୍ରତିଭାଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚାଷୀ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି ୫୧ ଲକ୍ଷ ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକଙ୍କୁ ସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତିରେ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ର

Sunil Chandra Nayak

ସୁବର୍ଣ୍ଣରେଖା ର ବାର୍ଷିକ କ୍ରୀଡା ଦିବସ ଉଦଯାପିତ

masiha

ହିନ୍ଦୋଳର ପୂର୍ବତନ ଫେରାର ଟ୍ରେଜେରି ଅଫିସର ଗିରଫ

Sunil Chandra Nayak

Leave a Comment

error: Content is protected !!