ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଓ ବିଜୟ ଦଶମୀ ଉତ୍ସବ ଉପଲକ୍ଷେ ରାଇଘର ଖଣ୍ଡ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ 

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଓ ବିଜୟ ଦଶମୀ ଉତ୍ସବ ଉପଲକ୍ଷେ ରାଇଘର ଖଣ୍ଡ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୧୪|୧୦)(ରବି ନାରାୟଣ ମହାନ୍ତି)ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଓ ବିଜୟ ଦଶମୀ ଉତ୍ସବ ଉପଲକ୍ଷେ ରାଇଘର ଖଣ୍ଡ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ଖଣ୍ଡ ସଂଘଚାଳକ ମାନନୀୟ ଶ୍ରୀଯୁକ୍ତ ମିହିର କାନ୍ତି ଢାଲିଙ୍କ ତତ୍ତ୍ୱାବଧାନରେ ଏକ ଭବ୍ୟ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଯୁଗୁଡ଼ୁ ଗଣ୍ଡ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବୌଦ୍ଧିକ ପ୍ରମୁଖ ଶ୍ରୀ ଶୁଭେନ୍ଦୁ ପଣ୍ଡା, ସମ୍ମାନୀତ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉମରକୋଟ ଖଣ୍ଡର ସଂଘଚାଳକ ଶ୍ରୀ ପ୍ରେମଚାନ୍ଦ ଦାସ, ଜିଲ୍ଲା ଗୋ ସେବା ପ୍ରମୁଖ ଶ୍ରୀ ବୃନ୍ଦାବନ ସାହୁ, ଜିଲ୍ଲା ସମସ୍ତ ପ୍ରମୁଖ ଶ୍ରୀ ତୁଷାରକାନ୍ତି ଠାକୁର, ଜିଲ୍ଲା ଶାରୀରିକ ପ୍ରମୁଖ ଶ୍ରୀ ଦେବସିଂ ଭତରା, ଜିଲ୍ଲା ପ୍ରଚାରକ ଶ୍ରୀ ହିରଣ୍ୟ ଗୌଡ଼, ଉମରକୋଟ ଓ ରାଇଘର ବିସ୍ତାରକ ଶ୍ରୀ ନରେନ୍ଦ୍ର ଗୌଡ଼, ଝରୀଗାଁ ଓ ଚନ୍ଦାହାଣ୍ଡି ବିସ୍ତାରକ ଶ୍ରୀ ସହଦେବ ପନକା, ରାଇଘର ଖଣ୍ଡ ଶାରୀରିକ ପ୍ରମୁଖ ଶ୍ରୀ ଚୈତନ୍ୟ ମୁଦୁଲି, ଖଣ୍ଡ ପ୍ରଚାର ପ୍ରମୁଖ ଶ୍ରୀ ସୁମନ କୁମାର ଦାସ, ସେବା ପ୍ରମୁଖ ଶ୍ରୀ ଭୋଳାନାଥ ଗଣ୍ଡ ଏବଂ ରାଇଘର ଖଣ୍ଡର ସମସ୍ତ ସ୍ୱୟଂସେବକ, ସଂଘ ମାତୃ ମଣ୍ଡଳୀ ଓ ଗୁଣୀଜ୍ଞାନୀ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଉକ୍ତ ଐତିହାସିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି।

ଏହି ଅବିସ୍ମରଣୀୟ ଉତ୍ସବକୁ ଆହୁରି ସ୍ମରଣୀୟ କରିବା ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଗ୍ରାମ ପରିକ୍ରମା କରି ମିନି ଷ୍ଟାଡ଼ିଅମରେ ପହଞ୍ଚିଥିଲେ। ସେଠାରେ ବିଭିନ୍ନ ଶାରୀରିକ ପ୍ରଦର୍ଶନୀ ଓ ଜିଲ୍ଲା ବୌଦ୍ଧିକ ପ୍ରମୁଖଙ୍କର ସୁନ୍ଦର ବକ୍ତବ୍ୟ ସହିତ ସଭା କାର୍ଯ୍ୟକ୍ରମ ପରିସମାପ୍ତ ହୋଇଥିଲା। ଶେଷରେ ସମସ୍ତ ସ୍ୱୟଂସେବକ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଓଡ଼ିଶା ଡ଼୍ରାଇଭର ସଂଘ,ରାଇରଙ୍ଗପୁର ତରଫରୁ ଵିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

masiha

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରକ, ଚାଳକ ଗୁରୁତର 

masiha

ପ୍ରାଣୀ ସହାୟକ କେନ୍ଦ୍ରରେ ନାହାନ୍ତି କର୍ମଚାରୀ

masiha

Leave a Comment

error: Content is protected !!