ଜୁନାଗଡ଼,୧୦/୧(ମ ନି ସ) ଜୁନାଗଡ ଠାରେ ଅନୁଷ୍ଠିତ ହେଉଥିବା ତିନି ଦିନିଆ ବ୍ଲକ ଓ ଏନ୍ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଶେଷ ସନ୍ଧ୍ୟା ରେ ଅନେକ କାର୍ଯ୍ୟକ୍ରମ ସହିତ ଓଡିଶା ର ପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡା ଙ୍କ ସାସ୍କୃତିକ କର୍ଯ୍ୟ କ୍ରମ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା l ଶେଷ ଦିନ ରେ ଦିନ ତମାମ ଜନସମାଗମ ଲାଗି ରହିଥିବା ବେଳେ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ପ୍ରବଳ ମାତ୍ରl ବୃଦ୍ଧି ପାଇ ଉତ୍ସବ ପଡିଆ ଜନ ସମୁଦ୍ର ହୋଇଥିଲା l ଦିନ ର କାର୍ଯ୍ୟକ୍ରମ ମଧ୍ୟ ରେ ସ୍ତାନୀୟ କଳା ବିକାଶ କେନ୍ଦ୍ରର ସୋଲୋ ଡାନ୍ସ ପ୍ରତିଯୋଗିତା, । ନିର୍ବାଚିତ ପଞ୍ଚାୟତ ମହିଳା ପ୍ରତିନିଧି ବନାମ୍ ଏନ୍ ଏ ସି ପ୍ରତିନିଧି ମଧ୍ୟ ରେ ମ୍ୟୁଜିକ୍ ଚେୟାର ପ୍ରତିଯୋଗୀତା ହୋଇଥିଲା ଏହିକାର୍ଯ୍ୟକ୍ରମରକୁ ସତିଶ ପ୍ରଧାନ ପରିଚାଳନା କରିଥିଲେ l ଏଥି ସହିତ ଶିଶୁ ମାନଙ୍କ ଦ୍ଵାରା ଶିଶୁ ବିଚିତ୍ରl କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କଳା ବିକାଶ କେନ୍ଦ୍ର ର ଶିଶୁ ମାନଙ୍କ ଦ୍ଵାରା ତାଇ କୁଣ୍ଡୁ ପ୍ରଦର୍ଶନ, ଚମେଲୀ ଦେବୀ ମହିଳା ମହାବିଦ୍ୟାଲୟ ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା l ପରେ ପରେ ବିଭିନ୍ନ ବିଭାଗ ରେ ଅନୁଷ୍ଠିତ ପ୍ରତିଯୋଗିତା ର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ସବୁ କାର୍ଯ୍ୟକ୍ରମ ରେ ଜୁନାଗଡ ନଗରପାଲ ମୁକେଶ୍ ଅଗ୍ରୱାଲ. ବ୍ଲକ ଅଧ୍ୟକ୍ଷl ସବିତା ମେହେର୍, ଏନ୍ ଏ ସି ଉପାଧ୍ୟକ୍ଷl ହିମାଦ୍ରୀ ନାଏକ, ବ୍ଲକ ଉପାଦକ୍ଷ ପ୍ରମୋଦ ବେହେରା, ବିଡିଓ ଦୁଲା ରାମ ମାରାଣ୍ଡି, ତହସିଲଦାର ବେଦ ବ୍ୟାସ ଭୋଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷl ସୁଧୀରl ମେହେର୍, ସରପଞ୍ଚ ସଂଘ ସଭାପତି ତାରା ପ୍ରସାଦ ରାୟ ଗୁରୁ ପ୍ରମୂଖ ଉପସ୍ଥିତ ରହିଥିଲେ l ସେହି ପରି ସନ୍ଧ୍ୟା ର ଉଦଯାପନୀ ସାସ୍କୃତିକ କାର୍ଯ୍ୟକ୍ରମ ରେ ନଗରପାଲ ମୁକେଶ୍ ଅଗ୍ରୱାଲ ସଭପତିତ୍ବ କରିଥିଲେ l ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ମଞ୍ଚ ପୂଜା ଅର୍ଚ୍ଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସଂଘ ସଭାପତି ତାରା ପ୍ରସାଦ ରାୟଗୁରୁ ସ୍ୱାଗତ୍ ଭାଷଣ ଦେଇଥିଲେ l ସନ୍ଧ୍ୟା କର୍ଯ୍ୟକ୍ରମ ରେ ଅତିଥି ଭାବେ ଓଡିଶା ସରକାରଙ୍କ କେବିନେଟ୍ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଓଡିଶା ସାମାଜିକ ଉନ୍ନୟନ ବୋର୍ଡ ଅଧ୍ୟକ୍ଷl କଲ୍ୟାଣୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଆୟୋଜକ କମିଟି ସଭାପତି ଜୁନାଗଡ ବିଧାୟକ୍ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ତତ୍ତ୍ଵlବଧାନ ରେ ଅନୁଷ୍ଠିତ ହୋଇଥିଲା l ଜୁନାଗଡ ବିଡିଓ ଡୁଲା ରାମ ମାରାଣ୍ଡି ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୋ ଅର୍ଡିନେଟର ସାମ୍ବାଦିକ ସନ୍ତୋଷ ସିଂହଦେଓ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ରେ ସାମ୍ବାଦିକ ହିମାଂଶୁ ବରାଡ଼, ଅଶୋକ ପଟ୍ଟନାୟକ, ସରୋଜ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ l ସଭା କାର୍ଯ୍ୟକ୍ରମ ପରେ ଛୋରିଆଗଡ଼ କଳାକାରଙ୍କ ଦ୍ଵାରା ଘୁମୁରା ନୃତ୍ୟ ପରିବେଷଣ ହୋଇଥିଲା l ସେହିପରି ଓଡିଶା ର ପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡା ଓ ସାଥି ଙ୍କ ଦ୍ଵାରା ସାସ୍କୃତିକ କର୍ଯ୍ୟକ୍ରମ ରେ ଦର୍ଶକ ଓ ଆୟୋଜକ କମିଟି କୁ ମନ୍ତ୍ର ମୁଗ୍ଧ କରିଥିଲା l କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ହଜାର ହଜାର ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ l ଜୁନାଗଡ ରେ ଅନୁଷ୍ଠିତ ଏହିଁ ତିନିଦିନଆ କଳାହାଣ୍ଡି ଉତ୍ସବ ଘୁମୁରା ଜିଲ୍ଲା ସ୍ତରୀୟ ଉତ୍ସବ ସହ ତାଳ ଦେଇ ଅନୁଷ୍ଠିତ ହୋଇଥାଏ l ଯାହା ଦ୍ୱାରା ଏହି ଉତ୍ସବ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଉତ୍ସବ ପରି ବିଭିନ୍ନ କାର୍ଯ୍ୟକ୍ରମ ସହ ମୀନାବଜାର, ର ବିଭିନ୍ନ ସ୍ଥାୟୀ ଅସ୍ଥାୟୀ ଦୋକାନ ବଜାର୍ ଖୋଲି ଥାଏ l ଯାହା ଫଳ ରେ ଚଳିତ ବର୍ଷ ମଧ୍ୟ ଦୁଇ ବର୍ଷ ର କୋଭିଡ କଟକଣା ପରେ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା l ଯାହା ଫଳରେ ତିନି ଦିନ ବ୍ୟାପୀ ପ୍ରବଳ ଜନସମାଗମ ହୋଇଥିଲା l ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ କୁମାର ଓ ଜୁନାଗଡ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଙ୍କ ତତ୍ତ୍ଵlବଧାନ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l
previous post