ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

ଭବାନୀପାଟଣା: ୨୨/୦୧ – (ମ.ନି.ସ):- ଭବାନୀପାଟଣା ବ୍କକ ଅନ୍ତର୍ଗତ ଭେଜିପଦର ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗତ ତା ୨୦/୦୧/୨୦୨୩ ରିଖ ଶୁକ୍ରବାର ଦିନ ପଚାଶ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ ହୋଇଯାଇଛି। ସମସ୍ତ ଛାତ୍ରଛାତ୍ରୀ, ପୂରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା, କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀବୃନ୍ଦ ବହୁତ ଉତ୍ସାହ ଓ ଉଦ୍ଦୀପନା ସହକାରେ ଉତ୍ସବଟିକୁ ପାଳନ କରିଥିଲେ।ସକାଳୁ ଗ୍ରାମର ଇଷ୍ଟଦେବୀ ଧରଣୀପୀଠ ରେ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରା ସଂକୀର୍ତ୍ତନ ଦଳ ସହ ନଗର ପରିକ୍ରମା କରିଥିଲେ ! ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବଟିକୁ ମୁଖ୍ୟ ଅତିଥି, ରାଜ୍ୟସଭା ସଦସ୍ୟ ଶ୍ରୀ ସୁଜିତ କୁମାର ଉଦଘାଟନ କରିଥିଲେ!ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ଭବାନୀପାଟଣା ବିଧାୟକ ଅନାମ ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଚୋପଦାର, ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ଅବିନାଶ ଠାକୁର, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁନନ୍ଦା ପଣ୍ଡା, ଗୁଡ଼ିଆଳିପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଇଞ୍ଜିନିଅର ପ୍ରିୟଙ୍କା ମହାଖୁଡ଼, ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ଜୟ କୁମାର ମାଝୀ ଓ ହୃଷିକେଶ ନାଏକ ଯୋଗଦାନ କରିଥିଲେ ! ଉତ୍ସବର ଉଦଘାଟନୀ ପରେ ପ୍ରଧାନଶିକ୍ଷକ ତଥା ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ର ଅଧ୍ୟକ୍ଷ ଡ଼ :ଜୟନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ରେ ଏକ ସଭା ର ଆୟୋଜନ କରାଯାଇଥିଲା!ସୁବର୍ଣ୍ଣ ଜୟନ୍ତୀ ଅବସରରେ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ହୁଳହୁଳି, ଶଙ୍ଖ ଫୁଙ୍କା, ସଂଗୀତ, ଝୋଟି ଓ କ୍ରିକେଟ ମ୍ୟାଚର ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

       ବିଦ୍ୟାଳୟରେ ଶିକ୍ଷକ ଅଭାବ ହେତୁ ସ୍ବେଛାସେବୀ ଭାବରେ ବିଦ୍ୟାଳୟରେ ପ୍ରତିଦିନ ଶିକ୍ଷ୍ୟାଦାନ କରୁଥିବା ପୁରାତନ ଛାତ୍ରୀ ଭାଗ୍ୟବତୀ ପାଣ୍ଡେ ଓ ପୁରାତନ ଛାତ୍ର ତମରେନ୍ଦ୍ର ମାଝୀ ତଥା ବିଦ୍ୟାଳୟକୁ ଜମିଦାନ କରିଥିବା ଶ୍ରୀ ନାରାୟଣ ମାଝୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀ ପରିଚାଳନା କରିଥିଲେ।ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ହିମାଞ୍ଚଳ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

     ଅତିଥି ମାନଙ୍କ ଅଭିଭାଷଣ ପରେ ପ୍ରବଳ ଦର୍ଶକଙ୍କ ଉପସ୍ଥିତିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ଵାଗତିକା ନେଗୀ ଓ ଶିକ୍ଷକ ପ୍ରଶାନ୍ତ ଖମାରୀ ଆକର୍ଷଣୀୟ ଢଙ୍ଗରେ ସଂଯୋଜନା କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମିନତୀ ସାହୁ, ନିକଟସ୍ଥ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଗୀତା ଶତପଥୀ, ସୁନନ୍ଦା ମିଶ୍ର, ଝରଣା ପ୍ରଧାନ, ସୁନିତା ଶତପଥୀ, ସରୋଜିନୀ ହୋତା, ସ୍ଵର୍ଣ୍ଣଲତା ମହାନ୍ତି, ହିନାମଞ୍ଜରୀ ପଟ୍ଟନାୟକ, ଶିକ୍ଷକ ପ୍ରତାପ ପଣ୍ଡା, ରବୀନ୍ଦ୍ର ମହାନ୍ତି, କାଳିପ୍ରସାଦ ରଥ, ନାଗେଶ୍ୱର ରାଓ ଦୋରା, ସି. ଆର. ସି. ସି. ସୂର୍ଯ୍ୟ ନାରାୟଣ ମହାନ୍ତି, ପ୍ରଫୁଲ୍ଲ ଠାକୁର, ବିଶ୍ୱଜିତ ରାୟ, ପରିଚାଳନା କମିଟି ସଦସ୍ୟ ଓ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଛେଣ୍ଡ ହାଟ ଠାରେ ଦହି ପଣା ବଣ୍ଟନ 

masiha

ଲେଫ୍ରିପଡ଼ା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

masiha

Leave a Comment

error: Content is protected !!