ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ. 2000 ଯୁବକ ଯୁବତୀ ଙ୍କୁ ଦକ୍ଷ ତଥା ନିଯୁକ୍ତି ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦେଶ 

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ. 2000 ଯୁବକ ଯୁବତୀ ଙ୍କୁ ଦକ୍ଷ ତଥା ନିଯୁକ୍ତି ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦେଶ 

ଆଜି ସପ୍ତମ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ପି ଅନ୍ଵେଷା ରେଡଡି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି . ଏହି ବୈଠକ ରେ ଜିଲ୍ଲାପାଳ ସମସ୍ତ ITI, ସରକାରୀ ପଲିଟେକନିକ, ତାଲିମ କେନ୍ଦ୍ର ଯଥା ଶାହୀ ଏକ୍ସପୋର୍ଟସ, ବେଦାନ୍ତ ଟ୍ରେନିଂ କେନ୍ଦ୍ର, ଜନ ଶିକ୍ଷଣ ସଂସ୍ଥାନ, ଡାଟା PRO , ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ତାଲିମ କେନ୍ଦ୍ର ର ବିଗତ ଆର୍ଥିକ ବର୍ଷ ର ସମୀକ୍ଷା କରିଥିଲେ ଓ ଚଳିତ ବର୍ଷ ପାଇଁ 2000 ଯୁବକ ଯୁବତୀ ଙ୍କୁ ଦକ୍ଷ ତଥା ନିଯୁକ୍ତି ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ. ଜେଲ ଅନ୍ତେବାସି, ଦିବ୍ୟାଙ୍ଗ ଓ କୁଟିଆ କନ୍ଧ ମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ. ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ସମନ୍ୟୂତ ଭାବରେ କାର୍ଯ୍ୟ କରି ଜିଲ୍ଲାକୁ ଦକ୍ଷତା ବିକାଶ ରେ ଏକ ଅଗ୍ରଣୀ ଜିଲ୍ଲା ରୂପେ ଗଢିତୋଳିବାକୁ ନିର୍ଦେଶ ଦେଇଥିଲେ. ଏହି ବୈଠକ କୁ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିବା ବେଳେ. ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା ITI ଭବାନୀପାଟଣା ର ଅଧ୍ୟକ୍ଷ ଶିବ ପ୍ରସାଦ ସାମନ୍ତରାୟ, ITI ଜୁନାଗଡ଼ ର ଅଧ୍ୟକ୍ଷ ସ୍ନେହାଶିଷ ମୁଦୁଲି, ପି ଏ ଆଇ ଟି ଡି ଏ ରାମକୃଷ୍ଣ ଗୋଂଡ଼ , ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମହାପ୍ରସାଦ ଦାସ ,ବେଦାନ୍ତ ରୁ ଅଭିନୟ ପ୍ରତାପ, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ର ଡିନ ମଧୁଲିକା ସାହୁ ଆଦି ଯୋଗ ଦେଇ ବିଭିନ୍ନ ବିଷୟ ରେ ଆଲୋଚନା କରିଥିଲେ. ଏଥିରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ର ଦକ୍ଷତା ବିକାଶ ଅଧିକାରୀ ସୁବିଦିତ ସାମନ୍ତରାୟ, ଲୋକନାଥ ପଟେଲ, ସୁବ୍ରତ ମେହେର ଆଦି ସହାୟତା କରିଥିଲେ.।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

କାଙ୍କେରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରୁଙ୍ଗଟା କାରଖାନାରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

Sunil Chandra Nayak

କଳାକାର ମାନେ ସମାଜ ସଂସ୍କାରକ ହେତୁ ଆବଜ୍ଞାର ପାତ୍ର ନୁହଁ : ବରିଷ୍ଠ କଳାକାର ସଂଘ 

Sunil Chandra Nayak

Leave a Comment

error: Content is protected !!