ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ

ଚନ୍ଦାହାଣ୍ଡି (ମ ନି ସ ) ଚନ୍ଦାହାଣ୍ଡି ଜେଏମଏଫସି କୋର୍ଟ ରେ କାର୍ଯ୍ୟରତ କନିଷ୍ଠ କିରାଣୀ ସର୍ବେଶ୍ବର ପୁଜାରୀ ଙ୍କୁ ଆଜି ଚନ୍ଦାହାଣ୍ଡି ଓକିଲ ସଂଘ ଏବଂ କୋର୍ଟ କର୍ମଚାରୀ ଙ୍କ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଏହି ଅବସରରେ ଚନ୍ଦାହାଣ୍ଡି ଫୁଲଝରୀ ଡ୍ୟାମ ପରିସରରେ ଆଇନଜୀବୀ ମହମ୍ମଦ ହୁସେନ ଙ୍କ ଆବାହକତ୍ବ ରେ ଏକ ବିଦାୟ କାଳୀନ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜେଏମଏଫସି ହିମାଂଶୁ ଶେଖର ଆଚାର୍ଯ୍ୟା , ସମ୍ମାନିତ ଅତିଥି ଭାବେ ଏପିପି ସତିସ ନାୟକ,ଓକିଲ ଜୟଦେବ ଖମାରୀ, କ୍ଷେମରାଜ ବାଘ, ହୁମେଶ୍ୱର ହଂସ ,ଭିଷ୍ମ ସୁନା, ହିରାଧର ମାଳି ପ୍ରମୁଖ ଯୋଗଦେଇ ଶ୍ରୀ ପୁଜାରୀ ଙ୍କ ସମୟାନୁବର୍ତିତା ଓ ଆମାୟିକ ବ୍ୟବହାର ଉପରେ ଆଲୋକପାତ କରିବା ସହ ଉପଢୌକନ ପ୍ରଦାନ କରିଥିଲେ। ଶ୍ରୀ ପୁଜାରୀ ୨୦୧୯ ମସିହାରେ ଚନ୍ଦାହାଣ୍ଡି କୋର୍ଟରେ କନିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ । ତାଙ୍କୁ ନବରଙ୍ଗପୁର ଏସଡିଜେଏମ କୋର୍ଟ କୁ ବଦଳି ହୋଇଛି । ତାଙ୍କ ସ୍ଥାନରେ ନୂତନ କିରାଣୀ ଭାବେ ଯୋଗ ଦେଇଥିବା କୁଲଦୀପ ଙ୍କୁ ସ୍ବାଗତ କରାଯାଇଥିଲା । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେଦାର ଗୌରୀ ପାଞ୍ଜିଆ, କେଶରୀ ପ୍ରସାଦ ମନହିରା,ଆଶିଷ ସାହୁ, କୁବେର ଦିଗାଲ,ରବିନ୍ଦ୍ର ସାହୁ , ସୀମାଞ୍ଚଳ ଗଣ୍ଡା, ରାମେଶ୍ୱର ଗୌଡ଼, ବୃନ୍ଦାବନ ଜାନୀ, ଭରତ ଦାସ ,କାର୍ତ୍ତିକ ନାୟକ,ଦେବରାଜ ବିଶି, ପ୍ରଫୁଲ୍ଲ ଗହିର ପ୍ରମୁଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ମହାବିଦ୍ୟାଳୟ, ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାକ୍ଷରତା ଅଭିଯାନ ପାଳିତ

masiha

କାମାକ୍ଷାମାଟିର ଗର୍ବ ଗୌରବ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ

Sunil Chandra Nayak

ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡ଼ବର

Sunil Chandra Nayak

Leave a Comment

error: Content is protected !!