ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା କ୍ରିକେଟ କ୍ଲବ ପକ୍ଷରୁ ଜିଲ୍ଲାର ପ୍ରଥମ ରାତ୍ରିକାଳୀନ ଆଲୋକିତ କ୍ରିକେଟ ପଡ଼ିଆର ଶୁଭ ଉଦଘାଟନ

ରାୟଗଡା କ୍ରିକେଟ କ୍ଲବ ପକ୍ଷରୁ ଜିଲ୍ଲାର ପ୍ରଥମ ରାତ୍ରିକାଳୀନ ଆଲୋକିତ କ୍ରିକେଟ ପଡ଼ିଆର ଶୁଭ ଉଦଘାଟନ

ରାୟଗଡା: ରାୟଗଡା କ୍ରିକେଟ କ୍ଲବ (ଆର୍ସିସି) ପକ୍ଷରୁ ରାୟଗଡା ଜିଲ୍ଲାର ପ୍ରଥମ ରାତ୍ରିକାଳୀନ କୃତ୍ରିମ ଆଲୋକିତ କ୍ରିକେଟ ପଡ଼ିଆର ଶୁଭ ଉଦଘାଟନ କରାଯାଇଛି, ଯାହା ରାୟଗଡା ସହରର କ୍ରୀଡା ଇତିହାସରେ ଏକ ମାଇଲ୍‌ଷ୍ଟୋନ୍ ସୃଷ୍ଟି କରିଛି। ଏହି ଶୁଭ ଉଦଘାଟନ ଉତ୍ସବରେ କ୍ଲବର ୪୦୦ରୁ ଅଧିକ ସଭ୍ୟଙ୍କ ଉପସ୍ଥିତି ଥିଲା।

ଏହି ଅବସରରେ ରାୟଗଡା ଜିଲ୍ଲାର ଯୁବ ବିଧାୟକ ତଥା ରାୟଗଡା କ୍ରିକେଟ କ୍ଲବର ସଭାପତି ଶ୍ରୀ ଅପଲୁ ସ୍ୱାମୀ କାଦ୍ରକା ଓ ମୁଖ୍ୟ ଅତିଥି ରୂପେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଉଲାକା ଉପସ୍ଥିତ ରହି ରାତ୍ରିକାଳୀନ ଟୁର୍ଣ୍ଣାମେଣ୍ଟ ଓ ନୂତନ ଆଲୋକିତ ପଡ଼ିଆର ଶୁଭ ଉଦଘାଟନ କରିଥିଲେ।

ରାୟଗଡା କ୍ରିକେଟ କ୍ଲବର ଯାତ୍ରା ୨୦୧୮ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ୧୦ରୁ ୧୨ଜଣ ଯୁବ କ୍ରୀଡା ପ୍ରେମୀ ଦେଖିଥିଲେ ଯେ ଜେସ୍କୋ ଚିନି କାରଖାନା ବନ୍ଦ ହେବା ପରେ ସରକାରୀ ଜମିଟି ଜଙ୍ଗଲ ହୋଇ ପଡିଥିଲା। ସେମାନେ ନିଜ ଉଦ୍ୟମ, ଅନୁଦାନ ଓ ସହଯୋଗ ମାଧ୍ୟମରେ ଜମିଟି ସଫା କରି ଏକ ଛୋଟ କ୍ରିକେଟ ପଡ଼ିଆ ତିଆରି କରିଥିଲେ।

ଏହା ଦ୍ୱାରା ରାୟଗଡାବାସୀଙ୍କ ପାଇଁ ପ୍ରଭାତ ଓ ସନ୍ଧ୍ୟା ସମୟରେ ପଦଯାତ୍ରା, ବ୍ୟାୟାମ ଓ କସରତ ପାଇଁ ଏକ ସୁନ୍ଦର ସୁଯୋଗ ସୃଷ୍ଟି ହୋଇଥିଲା। ସମୟ ସହିତ କ୍ଲବଟି ବିସ୍ତାରିତ ହୋଇ ଆଜି ୪୨୨ଜଣ ସଭ୍ୟ ସହିତ ଏକ ସୁସଂଗଠିତ ସଂସ୍ଥାର ରୂପ ନେଇଛି।

କ୍ରୀଡା କାର୍ଯ୍ୟକଳାପ ସହ ସହିତ କ୍ଲବ ପକ୍ଷରୁ ରକ୍ତଦାନ, ଆପତ୍କାଳୀନ ସହଯୋଗ, ସ୍ୱାସ୍ଥ୍ୟ ସେବା ଓ ସମାଜ ସେବା ପରି ଅନେକ କାର୍ଯ୍ୟ ହେଉଛି। କ୍ଲବରେ ବରିଷ୍ଠଙ୍କୁ ସମ୍ମାନ ଓ କନିଷ୍ଠଙ୍କୁ ସ୍ନେହ ଦେଇ ଏକ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ପରିବେଶ ଗଢ଼ି ଉଠିଛି।

ବିଶେଷ ଭାବେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନର ରାୟଗଡା ବିଧାୟକ ଶ୍ରୀ ଅପଲୁ ସ୍ୱାମୀ କାଦ୍ରକା କ୍ଲବର ପ୍ରାରମ୍ଭିକ ସଭ୍ୟ ଥିବା ସହ ଏବେ ମଧ୍ୟ ସଭାପତି ଭାବେ ଦାୟିତ୍ୱ ପାଳନ କରୁଛନ୍ତି। କ୍ଲବ ପକ୍ଷରୁ ତାଙ୍କର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଯାଇଛି।

୧୨ଜଣ ସଭ୍ୟ ଠାରୁ ଆରମ୍ଭ ହୋଇ ଆଜି ୪୨୦ରୁ ଅଧିକ ସଭ୍ୟକୁ ଏକ ସୂତ୍ରରେ ବାନ୍ଧି ରଖିବା କ୍ଲବର ଏକ ବିରଳ ସଫଳତା। ସଭ୍ୟମାନଙ୍କ ସହଯୋଗରେ ଆଜି ଏହି କ୍ଲବ ପକ୍ଷରୁ ରାତ୍ରିକାଳୀନ ବିଶାଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। ପ୍ରତି ସନ୍ଧ୍ୟାରେ ୪ଟି ଟିମ୍‌ ମଧ୍ୟରେ ମ୍ୟାଚ୍ ହେଉଛି ଏବଂ ସମୁଦାୟ ୧୬ଟି ଟିମ୍‌ ଏହି ଆର୍ସିସି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି।

ଏହି ଉଦ୍ୟମକୁ ରାୟଗଡାବାସୀ ଓ ପ୍ରଶାସନ ପକ୍ଷରୁ ଭାରି ପ୍ରଶଂସା ମିଳୁଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଜାମଦା ପକ୍ଷରୁ ବାର୍ଷିକ ପତ୍ରିକା ଉନ୍ମୋଚିତ

masiha

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

masiha

ଇମ୍ଫା-ଥେରୁବାଲି ରେ ଅପତ୍କାଳୀନ ଉଦ୍ଧାର ଅଭ୍ୟାସ ଅଭିଯାନ 

masiha

Leave a Comment

error: Content is protected !!