ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳ ପକ୍ଷରୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବିଜୁ ଜନତା ଦଳ ପକ୍ଷରୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଡାଲଗୁମା ରୁ ଧର୍ମଗଡ ବ୍ଲକ ବେହେରା ପର୍ଯ୍ୟନ୍ତ ବିଜେଡି ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଡାଲଗୁମା ରୁ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଏକ ପଥପ୍ରାନ୍ତ ସଭା ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଧାୟକ ମୌଷଧି ବାଗ, ନାରିନେତ୍ରୀ ଲଳିତା ନାଏକ,ଉପ ସଭାପତି ବଦ୍ରୀ ନାରାୟଣ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ଓମଫେଡ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ସମେତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ନବୀନ ପଟ୍ଟନାୟକ ଙ୍କ ନିର୍ମଳ ଭାବମୂର୍ତ୍ତି କୁ ଅକ୍ଷୁର୍ଣ୍ଣ ରଖିବା ସହ ବିଜେଡି ଦଳ କୁ ଲୋକାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି।ପରେ ଶତାଧିକ କର୍ମକର୍ତ୍ତା ଡାଲଗୁମା ରୁ ବେହେରା ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ରେ ବାହାରି ବିଜେଡି ଶତାଧିକ କର୍ମୀ ଯୋଗଦେଇ ବେହେରା ଧାନ ମଣ୍ଡି ରେ ଆୟୋଜିତ ଦଳୀୟ ସଭା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ କୁ ଧର୍ମଗଡ ବ୍ଲକ ସଭାପତି ଟିକମନ ୟାଦବ ଙ୍କ ସଭାପତିତ୍ୱ ରେ ମଞ୍ଚ ରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ପୂର୍ବତନ ଧର୍ମଗଡ ବିଧାୟକ ମୌଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ବଦ୍ରୀ ନାରାୟଣ ପଟ୍ଟନାୟକ,ଜିଲ୍ଲା ବିଜେଡି ଯୁବ ସଭାପତି ଆଦିତ୍ୟ ନନ୍ଦ, ବରିଷ୍ଠ ନେତା ଭବାନୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ତ୍ରିନାଥ ବାଗ,ଗୋପୀ ମହାନନ୍ଦ, ପ୍ରଣବ ଭାଇସାଲ, ଶଙ୍କର ଜୁଏଡ଼, ନିବେଦିତା ହଂସ, ବୈଜୟନ୍ତି ପୁଝାରି,ଦୁହିତା ମାଝୀ, ପୂର୍ବତନ ଏନଏସି ଅଧ୍ୟକ୍ଷା ଧର୍ମଗଡ ହୀରା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି, ଆଦିବାସୀ ନେତା ଚିତ୍ତରଞ୍ଜନ ପୁଝାରି,ଯୁବନେତା ରାଜେନ୍ଦ୍ର ନାଏକ,ବରିଷ୍ଠ ନାରିନେତ୍ରୀ କଲ୍ୟାଣି ନାଏକ, ବେହେରା ସରପଞ୍ଚ କୁମୁଦିନି ଗଇନ୍ତା,ପୂର୍ବତନ ସରପଞ୍ଚ ସୁଚିତ୍ରା ଗୋପାଳ ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳ ସରକାର ବିଗତ ୨୪ ବର୍ଷ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଓଡିଶା ମାନଚିତ୍ରରେ କୁ ବିଶ୍ୱ ଦରବାରରେ ପହଞ୍ଚାଇ ଓଡିଶା ର ନାଁ ରଖିଛନ୍ତି। ବର୍ତ୍ତମାନ ର ବିଜେପି ଦଳ ସରକାର ଓଡିଶା ର ଅସ୍ମିତା କୁ ଦ୍ୱାହି ଦେଇ ରାଜ୍ୟ ବାସୀ ଙ୍କୁ ଭୁଆଁ ବୁଲାଇବା ସହ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଫେଲ ମାରିଛି ବୋଲି କାର୍ଯ୍ୟକ୍ରମ ରେ କହିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ପ୍ରଶାନ୍ତ ତିବାରି ଧନ୍ୟବାଦ ଅର୍ପଣ କରିଥିଲେ।ଜନ ସମ୍ପର୍କ ପଦଯାତ୍ରା ରେ ଧର୍ମଗଡ, କୋକସରା ଓ କଲମପୁର ବ୍ଲକ ର ବିଜେଡି ର ଶତାଧିକ କର୍ମକର୍ତ୍ତା ଓ କର୍ମି ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ବିରୋଧରେ କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

Sunil Chandra Nayak

ମୟୁରଭଞ୍ଜ ଜିଲ୍ଲା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଜାତୀୟ କଂଗ୍ରେସ ରେ ଯୋଗଦେଲେ

Sunil Chandra Nayak

ପ୍ରଧାନ ମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା ପ୍ରତିବାଦ ରେ ଆଜି ବିଶୋଇ ବ୍ଲକ୍ ବିଜେପି ପକ୍ଷରୁ ବିଶୋଇ ବ୍ଲକ ଘେରାଉ

Sunil Chandra Nayak

Leave a Comment

error: Content is protected !!