ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ଜୋନାଲ ସ୍ତରୀୟ ଲୋକ କଳା ରେ ଛାତ୍ର ଅର୍ଜୁନ ଗଣ୍ଡ ଙ୍କ ସଫଳତା 

ବ୍ଳକ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ଜୋନାଲ ସ୍ତରୀୟ ଲୋକ କଳା ରେ ଛାତ୍ର ଅର୍ଜୁନ ଗଣ୍ଡ ଙ୍କ ସଫଳତା 

ଡ଼ାବୁଗାଁ, ୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦ୍ଵାଦଶ ଶ୍ରେଣୀ କଳା ଛାତ୍ର ଅର୍ଜୁନ ଗଣ୍ଡ l ଉକ୍ତ ଛାତ୍ରଟି ବ୍ଳକ ସ୍ତରୀୟ କଳା ଉତ୍ସବ–୨୦୨୪ ରେ ପ୍ରଥମ ସ୍ଥାନ ଅଧିକାର କରି ଜିଲାସ୍ତରୀୟ କଳା ଉତ୍ସବ-୨୦୨୪ କୁ ମନୋନୀତ ହୋଇ ଥିଲେ | ଜିଲା ସ୍ତରୀୟ କଳା ଉତ୍ସବ-୨୦୨୪ ରେ ପୁନର୍ବାର ପ୍ରଥମ ସ୍ଥାନ ଅଧିକାର କରିଥିଲେ l ସେଠାରୁ ଜୋନାଲ ସ୍ତରୀୟ କଳା ଉତ୍ସବ–୨୦୨୪ କୁ ଯାଇ ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ କଳା ଉତ୍ସବ କୁ ମନୋନୀତ ହୋଇଛନ୍ତି l ତାଙ୍କର ଏପରି କୃତିତ୍ଵ ଯୋଗୁଁ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗର୍ବିତ ହେବା ସହିତ ଜିଲା ମଧ୍ୟ ଗର୍ବିତ ହୋଇଛି l ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ ସମସ୍ତ ଛାତ୍ରୀଛାତ୍ରମାନେ ଖୁବ ଖୁସି ହେବା ସହିତ ଶୁଭେଚ୍ଛା ଜଣାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପାଟଣାଗଡରେ କୁଲତା ଦିବସ ପାଳିତ

Sunil Chandra Nayak

ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ

Sunil Chandra Nayak

ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ  କ୍ଷତିପୂରଣ ଦାବିରେ ରାଜରାସ୍ତା  ରୋକିଲେ ଗ୍ରାମବାସୀ 

Leave a Comment

error: Content is protected !!