ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାୟଗଡ:- ତା.୧୩/୦୬/୨୪- ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ରେ ବିଜେ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ପଵିତ୍ର ରତଯାତ୍ରା ଓ ବାହୁଡା଼ ଯାତ୍ରାକୁ ପୂର୍ବ ବର୍ଷ ପରି ମହାସମାରୋହରେ ଓ ସୁରୁଖୁରୁରେ ଆୟୋଜନ କରାଯାଇପାରିବ ସେଥିପାଇଁ ସମସ୍ତ ସକ୍ରିୟ ସହଯୋଗ କାମାନl କରିଥିଲେ l ଏହାପରେ ତହସିଲଦାର,ରାୟଗଡ ପୂର୍ବ ବର୍ଷ ମାନଙ୍କର ଆୟୋ ବ୍ୟୟ ଉପସ୍ଥାପନ କରିଥିଲେ ଏବଂ ଏହି ବିଷୟରେ ଆଲୋଚନା କରି ଚଳିତବର୍ଷ ନିମନ୍ତେ ପାଣ୍ଠିର ଆବଶ୍ୟକତା ଉପରେ ଆଲୋଚନା କରlଯାଇଥିଲା l ଏହାପରେ ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା କାର୍ଯ୍ୟ ସମ୍ପାଦନ ଉପରେ ଆଲୋଚନା କାଯାଇଥିଲା l ଏମଆଇ ଡିଭିଜନ ତରଫରୁ ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ରଥରେ ରଂଗ କରିବେ l ପୁର୍ତ୍ତ ବିଭାଗ ରଥ ନିର୍ମାଣ ଓ ଫିଟନେସ ସାର୍ଟିଫିକେଟ ଦେବେ l ଜଗନ୍ନାଥ ମନ୍ଦିର ଭିତରେ ଗ୍ରାମ୍ୟ ନିର୍ମାଣ ବିଭାଗ ଓ ବାହାରେ ପୂର୍ତ୍ତ ବିଭାଗ ମିଳିତ ଭାବରେ ମରାମତି ଓ଼ ରଂଗ କାର୍ଯ୍ୟ କରିବେ l ପୌରପରିଷଦ ତରଫରୁ ପରିମଳ ବ୍ୟବସ୍ଥା କରିବେ l ଟ୍ରlଫିକ,ଗାଡି ପାର୍କିଂଗ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା କଥା ଜିଲ୍ଲା ପୋଲିସ ବିଭାଗ କରିବ l ଅବକାରୀ ବିଭାଗ ଏହି ସମୟରେ ବଡଦାଣ୍ଡ ଓ଼ ସାରଳା ଛକରେ ଖୋଲାଯାଇଥିବା ମଦ ଦୋକାନ ବନ୍ଦ କରିବା ପାଇଁ ବୈଠକରେ ଦାବି ଉଠିଥିଲା l ରଥଯାତ୍ରାର ଧାରା ବିବରଣୀ ପ୍ରସାର ଓ ପ୍ରଚାର ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ କୁହାଯାଇଛି l ସ୍ୱାସ୍ଥ୍ୟଗତ ସମସ୍ୟା ଓ ଆମ୍ବୁଲାନ୍ସ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି l ରଥଯାତ୍ରା ସମୟରେ ପିଇବା ପାଣି ଜନସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି l. ଚଳିତ ରଥଯାତ୍ରାରେ ଅଧିକ ସାଜସଜ୍ଜା କରିବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ କରି ଆକର୍ଷଣୀୟ କରିବାକୁ ସଦସ୍ୟ ମାନେ ବୈଠକରେ ଦାବି କରିଥିଲେ l ରଥଯାତ୍ରା ସମୟରେ ସ୍ଵାଦିଷ୍ଟ ଭୋଗ ପ୍ରସ୍ତୁତ କରାଯାଇ ଭକ୍ତ ମାନଙ୍କୁ ବିକ୍ରୟ କରିବାକୁ ନିର୍ବାହୀ ଅଧିକାରୀ ଦେବୋତ୍ତର ବିଭlଗକୁ ଉପସ୍ଥିତ ସଦସ୍ୟ ମାନେ ଅନୁରୋଧ କରିଥିଲେ l ଏହି ବୈଠକରେ , ଅତିରିକ୍ତ ଆରୋକ୍ଷୀ ଅଧିକାରୀ, ମାନ୍ୟବର ସଂlସଦ ପ୍ରତିନିଧି ଦୁର୍ଗା ପ୍ରସାଦ ପଣ୍ଡା ,ତହସିଲଦାର ରାୟଗଡ, ନଗରପାଳ ମହେଶ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ , ଜିଲ୍ଲା ଗ୍ରାମୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ , ଆଞ୍ଚଳିକ ପରିବହନ ଅଧିକାରୀ , ସହକାରୀ ଯୋଗାଣ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ,ସହକାରୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ପୌର ନିର୍ବାହି ଅଧିକାରୀ ,ଅତିରିକ୍ତ ତହସିଲଦାର ,ଅଗ୍ନୀ ସମ୍ମ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ, ରାଜପୁରୋହିତ ବିରଞ୍ଚି ନାରାୟଣ ଦାଶ,ସୁନୀଲ ଚନ୍ଦ୍ର ପଣ୍ଡା, ବଚନିକା ସେବାୟତ ରଞ୍ଜନ ରଥ, ସତ୍ୟବାଦୀ ପତି, ସୁଜିତ ପଣ୍ଡା,ଅନ୍ୟlନ୍ୟ ସେବାୟତ ଓ ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ l  ଶେଷରେ ତହସିଲଦାର ରାୟଗଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ମହାସଂଘ ଗଠିତ

masiha

ତାମଳବନ୍ଧ ବାଲିଘାଟରେ ରାଇର ତହସିଲ ତରଫରୁ ୧୪୪ ଧାରା ଜାରୀ

Sunil Chandra Nayak

ଭାଲୁ ଆକ୍ରମଣ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!