ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାର ବଦଳିଲା,ଇନ୍ଦ୍ରାବତୀ ଡେମ ସର୍କଲ ରେ ଚାଲୁଥିବା ପିସି ରାଜ ବନ୍ଦ ହେବ ? ଗାର୍ଡ ୱାଲ୍ ନିର୍ମାଣ ରାସ୍ତା ମରାମତି କାର୍ଯ୍ୟ ତଦାରଖ ହେଉନି:ପ୍ରଶାସନର ଦୃଷ୍ଟି ପଡୁ 

ସରକାର ବଦଳିଲା,ଇନ୍ଦ୍ରାବତୀ ଡେମ ସର୍କଲ ରେ ଚାଲୁଥିବା ପିସି ରାଜ ବନ୍ଦ ହେବ ? ଗାର୍ଡ ୱାଲ୍ ନିର୍ମାଣ ରାସ୍ତା ମରାମତି କାର୍ଯ୍ୟ ତଦାରଖ ହେଉନି:ପ୍ରଶାସନର ଦୃଷ୍ଟି ପଡୁ 

ନବରଙ୍ଗପୁର(୧୩/୦୬/୨୪(ରବିନାରାୟଣମହାନ୍ତି)ବହୁବାର ଦାବୀ ତଥା ବାରମ୍ବାର ପ୍ରକଳ୍ପ କର୍ତ୍ତୁପକ୍ଷ ଦୃଷ୍ଟି ଆକର୍ଷଣ ପରେ ଇନ୍ଦ୍ରାବତୀ ଡେମ୍ ସର୍କଲ ଅଧୀନ ଓ ଏଚ ପି ସି ର କର୍ପୋରେଟ ଢାଞ୍ଚା ମନୋମୁଖୀ ବ୍ୟବସ୍ଥା ରୁ ଜଳ ସମ୍ପଦ ବିଭାଗ କୁ ଆସିଲା । କିନ୍ତୁ ଢାଞ୍ଚା ବଦଳି ପାରିନି। ଉନ୍ନୟନ କାର୍ଯ୍ୟ ,ମରାମତି କାର୍ଯ୍ୟ ଆଦି କୁ ଟେଣ୍ଡର ନ କରି କିଛି ମୋଟା ଅଙ୍କ ର ପ୍ରୋସେଶିଂ ଫି ବାବଦ ରେ ଆଦାୟ କରିବାକୁ କେ ଟୁ କରି ପାଞ୍ଚ ଲକ୍ଷ ରୁ କମ୍ କରି କାମ ବଣ୍ଟନ କରୁଛନ୍ତି। ମୋଟା ଅଙ୍କରେ ଟଙ୍କା ଦେଇ କାମ ଉଚ୍ଚ ମାନ ର ଆଦାୟ ସମ୍ଭବ କି। ସେପଟେ କାମ ଶେଷ ରେ ବିଭାଗୀୟ ଯନ୍ତ୍ରୀ ଓ କ୍ୟାସିଅର ନିଜ ନିଜ ପାଉଣା ଆଦାୟ କରିବାକୁ ଭୂଲୁ ନାହାନ୍ତି। ଦୀର୍ଘ ବର୍ଷ ହେବ ଇନ୍ଦ୍ରାବତୀ ପ୍ରକଳ୍ପ ରେ ଆସ୍ଥାନ ଜମାଇ ବସିଥିବା ସହକାରୀ ଯନ୍ତ୍ରୀ କ୍ୟାଡ଼ର ର ଅଧିକାରୀ ଙ୍କ ଓ କ୍ୟାସିଅର ଙ୍କ ଦବ ଦବା ଦେଖିବାକୁ ମିଳୁଛି। ପ୍ରକଳ୍ପ ରେ ଆବଶ୍ୟକ ଥିବା ରାସ୍ତା ,ପାନୀୟ ଜଳ ବ୍ୟବସ୍ଥା ପ୍ରତି ନଜର ଅନ୍ଦାଜ କରି ଗାର୍ଡ ୱାଲ,ଡ୍ରେନ ମରାମତି ଓ ନିର୍ମାଣ କୁ ଗୁରୁତ୍ଵ ଦେଇ ଇତି ମଧ୍ୟରେ କେ ଟୁ ମାଧ୍ୟମରେ ଦୁଇ ବର୍ଷରେ ସାତ କୋଟି ରୁ ଉର୍ଦ୍ଧ୍ ଟଙ୍କା ର କାମ କରା ଗଲାଣି ବୋଲି ଶୁଣିବାକୁ ମିଳୁଛି। ବନ୍ଧ କୁ ସଂଯୋଗ କାରୀ ରାସ୍ତା ବର୍ତ୍ତମାନ ମରାମତି ଚାଲିଛି। କେବଳ ଡ଼ାଇକ ରାସ୍ତା , ଦେଓପାଲି ବନ୍ଧ ରାସ୍ତା, ପୋଡ଼ା ଗଡ ବନ୍ଧ ରାସ୍ତା ମରାମତି ପାଇଁ ଟେଣ୍ଡର କରାଯାଇ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ଟେଣ୍ଡର କରାଯାଇ ନିର୍ମିତ ପାଚେରୀ ନିର୍ମାଣ ବେଳେ ଫାଉଣ୍ଡେସନ ବେଳେ ଖୋଲାଯାଇଥିବା ମାଟି ପାଚେରୀ ପାର୍ଶ୍ୱରେ ହିଁ ପଡ଼ି ରହିଛି ଏଥିପ୍ରତି ନଜର ନ ଦେଇ ଠିକାଦାର ଙ୍କ ପ୍ରାପ୍ୟ ଅର୍ଥ ଦିଆଯାଇଛି। ବର୍ତ୍ତମାନ ଉକ୍ତ ମାଟି ପିଚୁ ରାସ୍ତା ଉପରକୁ ଆସି ରାସ୍ତା ର ସ୍ଥାୟୀତ୍ବ ପ୍ରତି ବିପଦ ସୃଷ୍ଟି କରୁଛି।ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ କାମ କରାଯାଉଛି, କିନ୍ତୁ ଉପଯୁକ୍ତ ତଦାରଖ କରାଯାଉନଥିବା କାର୍ଯ୍ୟସ୍ଥଳ କୁ ଗଲେ ଦୃଷ୍ଟିଗୋଚର ହେଉଛି। ସହଜରେ ମରାମତି କାର୍ଯ୍ୟ ଗୁଣବତ୍ତା ବଜାୟ ରହୁନି । ପୁରୁଣା ପିଚୁ ରାସ୍ତା ରେ ଯେତେ ସବୁ ଗର୍ତ୍ତ ଥିଲା ସେସବୁ ପ୍ୟାକ କରିବା ବେଳେ କନିଷ୍ଠ ଯନ୍ତ୍ରୀ ରହିବା କଥା କିନ୍ତୁ ପ୍ୟାକିଂ ହୋଇନଥିବା ଦେଖାଯାଇଛି। ରାସ୍ତା ର ଉଭୟ ପାର୍ଶ୍ଵ ରେ ମାଟି ର ସ୍ତର ରାସ୍ତା ସମାନ ରେ ରହୁନି। ରାସ୍ତା ପାର୍ଶ୍ବ ମାଟି ମଧ୍ୟ କିଛି ସ୍ଥାନ ରେ ପ୍ୟାକ କରା ଯାଇନି ,ବର୍ଷାହେଲେ ରାସ୍ତା ଧୋଇ ହୋଇଯିବା ସମ୍ଭାବନା ରହୁଛି। ଇନ୍ଦ୍ରାବତୀ ଡେମ ସର୍କଲ ହେବା ପର ଠାରୁ ପ୍ରକଳ୍ପ ରେ କୋଟି କୋଟି ଟଙ୍କା ର ଗାର୍ଡ ୱାଲ୍ ଓ ଡ୍ରେନ ହେଲାଣି । କିନ୍ତୁ ଦେଖାଯାଇଛି କେଉଁଠି ବୋଲଡର ରେ କରାଯାଉଛି ତ କେଉଁଠି ମେଟାଲ ରେ କରାଯାଉଛି ଏପରିକି କିଛି ସ୍ଥାନରେ ପୁରୁଣା ଗାର୍ଡ ୱାଲ୍ ର ପ୍ଲାଷ୍ଟର ଛଡ଼ାଇ ମରାମତି କରାଯାଇଛି। ଓଡ଼ିଶା ସରକାର ଙ୍କ ଅନ୍ୟ ବିଭାଗ ର ଉନ୍ନୟନ କାମ ରେ ସୂଚନା ଫଳକ ଲାଗିବାର ନିୟମ ରହିଥିବା ବେଳେ ଜଳସେଚନ ବିଭାଗ ର ଅଲଗା ଗାଇଡ ଲାଇନ କି ବୋଲି ପ୍ରଶ୍ନ ହେଉଛି।କୌଣସି ଫଳକ କରି କାର୍ଯ୍ୟ ର ନାମ ଆଦି ତଥ୍ୟ ଲେଖିବା ବ୍ୟବସ୍ଥା ନ ଥିବାରୁ ପ୍ରକୃତରେ ଏଷ୍ଟିମେଟ କଣ ରହିଛି ଜଣା ପଡୁନି । ସାଧାରଣ ରେ ସନ୍ଦେହ ସୃଷ୍ଟି ହେଉଛି ଏଭଳି ଫରକ୍ ଦେଖି। ଗାର୍ଡ ୱାଲ୍ ଉପରେ ମାଟି ରହୁଛି ଯଦ୍ୱାରା ବର୍ଷା ହେଲେ ଉପର ମାଟି କ୍ଷୟ ହୋଇ ଡ୍ରେନ ପୋତି ହୋଇଯିବା ସଂଭାବନା ରହୁଛି। ଦୁଇ ବର୍ଷ ହେଲାଣି କାମ ହେଉଛି କିଛି ଠିକାଦାର କାମ କରି ବିଲ ପାଇ ନଥିବା ଅଭିଯୋଗ କରୁଛନ୍ତି । କନିଷ୍ଠ ଯନ୍ତ୍ରୀ ଯଥେଷ୍ଟ ସଂଖ୍ୟାରେ ଥିବା ସତ୍ତ୍ୱେ କାର୍ଯ୍ୟ ତଦାରଖ କାହିଁକି କରାଯାଇ ଏଭଳି ତ୍ରୁଟି ସୁଧାର କରା ଯାଉ ନାହିଁ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି। ମୁରାନ୍ , ଦେଓ ପାଲି ,ପୋଡାଗଡ ବନ୍ଧ, ଡାଇକ ରାସ୍ତାରେ ଗାର୍ଡ ୱାଲ୍ ଓ ଡ୍ରେନ କରାଯାଉଛି। ରାସ୍ତା ପାର୍ଶ୍ବ ଡ୍ରେନ ,ଗାର୍ଡ ୱାଲ୍ ଓ ରାସ୍ତା କାର୍ଯ୍ୟ ଦେଖିଲେ ସାଇଟ୍ କୁ କେହି ତଦାରଖ କରୁଥିବା ଭଳି ଦୃଷ୍ଟି ଗୋଚର ହେଉନି। ଦେଓପାଲି ପୋଡଗଡ ଡ଼ାଇକ୍ ରେ କେବଳ ଟେଣ୍ଡର କରାଯାଇ ପିଚୁ ରାସ୍ତା କାମ ଚାଲିଛି। ତ୍ରୁଟି ସମ୍ବନ୍ଧରେ ନିର୍ବାହୀ ଯନ୍ତ୍ରୀ ଜନାର୍ଦ୍ଦନ ତହସିଲଦାର ଙ୍କୁ ପଚାରିବାରୁ କହିଲେ କୌଣସି ଅଭିଯୋଗ ଦୃଷ୍ଟିକୁ ଆସିନି ,ଉକ୍ତ ଟେଣ୍ଡର କାମ ଚାଲିଛି ବିଲ ହୋଇନି, କିଛି ଅଭିଯୋଗ ଓ ସମସ୍ୟା ଥିଲେ ସମାଧାନ କରାଯିବ ବୋଲି କହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ରକ୍ତଦାନ ଶିିବିର ଅନୁଷ୍ଠିତ

masiha

ଜାତୀୟ ହାମରା ବଲ୍ ଚମ୍ପିୟାନ ସିପରେ ବିଶ୍ବଜିତ୍ ସାହୁ

masiha

Leave a Comment

error: Content is protected !!