ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁଙ୍କ ୧୪୮ତମ ଜୟନ୍ତୀ ପାଳନ

ଉତ୍କଳମଣି ଗୋପବନ୍ଧୁଙ୍କ ୧୪୮ତମ ଜୟନ୍ତୀ ପାଳନ

ଜୁନାଗଡ଼: ୧୧/୧୦ (ମନୀସ)ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଓ ଉତ୍କଳମଣି ସେବାସଂସ୍ଥା, ଜୁନାଗଡର ସପ୍ତଦଶ ବାର୍ଷିକୋତ୍ସବ ସହିଦ ରେଣ୍ଡୋମାଝୀ ସଂସ୍କୃତି ଭବନରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ମଧୁସୂଦନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ ପ୍ରାରମ୍ଭିକ ସଙ୍ଗୀତ ଗାନ ଲୀନାରାଣୀ ସାହୁ ଓ ସାଂଗଠନିକ ବିବରଣୀ ପାଠ କରିଥିଲା ସମ୍ପାଦକ ଅଜୟ ଦାସ। ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ମୁଖ୍ୟବକ୍ତା ଓ କବି ବିରଞ୍ଚି ନାରାୟଣ ମୁଣ୍ଡ୍ ସମ୍ମାନିତ ବକ୍ତା, ଅବସରପ୍ରାପ୍ତ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ମୁଖ୍ୟ ଅତିଥି, ଚିନ୍ତାମଣି ପାତ୍ର ଓ ସ୍ୱର୍ଣ୍ଣଲତା ଦାସ ସମ୍ମାନିତ ଅତିଥି ଭାବେ ଉତ୍କଳମଣିଙ୍କ ତ୍ୟାଗପୁତ ସେବକ ଓ ସଂଗ୍ରାମୀ ଜୀବନ ବିଶ୍ୱ ତଥା କଳାହାଣ୍ଡିର ପ୍ରାକୃତିକ ପରିବେଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କଳାହାଣ୍ଡିରେ ଶିକ୍ଷାର ବିକାଶ ପାଇଁ ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଜୟ ପଣ୍ଡା ଏବଂ ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସୁନ୍ଦର ମୋହନ ଛତ୍ରିଆଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଗୋପସ୍ମୃତି ନାମରେ ଏକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ହାଇସ୍କୁଲ ପରୀକ୍ଷାରେ କୃତିତ୍ତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିବା ଓ ଅନୁଷ୍ଠାନ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରା ଯାଇ ଥିଲା। ଅଧ୍ୟାପକ ଶାନ୍ତନୁ ପରିଡ଼ା ମଞ୍ଚ ପରିଚାଳନା କରିଥିଲା ବେଳେ ନିରଞ୍ଜନ ସାହାଣୀ, ଚନ୍ଦ୍ରଶେଖର ସିଂହ, ଭଗବାନ ସାହୁ, ନିରଞ୍ଜନ ସାହୁ, ଦାମୋଦର ବେହେରା, ରବିନ୍ଦ୍ର ସାହୁ, ହେମନ୍ତସାସମଲ ପ୍ରଭୃତି ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ନବଘନ ସାହୁ। ଇତ୍ୟବସରରେ ଆୟୋଜିତ କବିତା ଆସରରେ କୈଳାସ ରାଉତ, ଉଦ୍ଧବ ସାହୁ, ନେପାଳ ଚନ୍ଦ୍ର ବାଗ, ସୁଧୀର ମେହେର,ସୁତ୍ତମ ନାୟକ, ରାଜେଶ ମୁଣ୍ଡ ପ୍ରମୁଖ ମଞ୍ଚାସୀନ ଥିଲା ବେଳେ ୩୦ରୁ ଅଧିକ କବି ଉତ୍କଳମଣିଙ୍କ ଉପରେ ସ୍ବରଚିତ କବିତା ପାଠ କରିଥିଲେ। ଏହାକୁ ସଂଯୋଜନା କରିଥିଲେ ଭାଗିରଥୀ ସାଗର। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଅବାସ ମେଳା ଅନୁଷ୍ଠିତ 

masiha

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

କୁସୁମିରେ ବାଲି ଯାତ୍ରା ଆରମ୍ଭ 

masiha

Leave a Comment

error: Content is protected !!