ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓରିଜିନାଲ ପାଓ୍ବାର କ୍ଲବ୍ ପକ୍ଷରୁ ଓପନ୍ ସୁନ୍ଦରଗଡ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ – ୨୦୨୪

ଓରିଜିନାଲ ପାଓ୍ବାର କ୍ଲବ୍ ପକ୍ଷରୁ ଓପନ୍ ସୁନ୍ଦରଗଡ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ – ୨୦୨୪

ରାଉରକେଲା: ଶିଳ୍ପପତି ଦିପ୍ତିରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓରିଜିନାଲ ପାଓ୍ବାର କ୍ଲବ୍ ଆୟୋଜିତ ଓପନ୍ ସୁନ୍ଦରଗଡ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ – ୨୦୨୪, ସେକ୍ଟର-୭ କମ୍ଯୁନିଟି ସେଣ୍ଟର ଠାରେ ଉଦ୍ଘାଟିତ ହୋଇଯାଇଛି। ବାସୁ ବାନାର୍ଜୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ପ୍ରଭାତ କୁମାର ଭୋଇ, ସମ୍ମାନୀୟ ଅତିଥି ଭାବେ ରାଉରକେଲା ଜୋନ୍ – ୧ ଡିଏସପି ପୁଷ୍ପାଞ୍ଜଳୀ ନେଗି, ଶିଳ୍ପପତି ପଦ୍ମିନୀ ପାଣିଗ୍ରାହୀଙ୍କ ସମେତ ଓରିଜିନାଲ ପାଓ୍ବାର କ୍ଲବ୍ ଆୟୋଜକ ଓ ପି ସିଂହ ପ୍ରମୁଖ ଯୋଗ ଦେଇଥିଲେ।

        ପ୍ରତିଯୋଗୀତା ଆରମ୍ଭରେ ହନୁମାନଙ୍କ ପୂଜାର୍ଚ୍ଚନା କରାଯିବା ସହିତ ରାଷ୍ଟ୍ରୀୟଗାନ ଗାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ୧୪୬ ମହିଳା ଓ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗୀତାର ବିକ୍ରମ ସ୍ବାଇଁ, ସୋମନାଥ ପଟ୍ଟନାୟକ ଏବଂ ସମୀତା ବାରିକ୍ ରେଫେରି ଭାବରେ ଡେଡଲିଫ୍ଟ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାର ଆୟୋଜକ ଓ. ପି. ସିଂହଙ୍କ ସମେତ ସୁରେଶ ଶର୍ମା, ଋଷି ସେବକ, ସିଦ୍ଧାର୍ଥ ଲୋହାନୀ, ହରିଶଙ୍କର ସା,ରଘୁ ଶର୍ମା ଓ କାର୍ଯ୍ୟକ୍ରମ ପରିଚାଳନା ରେ ସାମସୁ ଲାକ୍ରା, ବିଜୟ ରାଉଳ, ରବିନ୍ଦ୍ର ଗଣ୍ଡ,ଦିଲେଶ୍ବର ସାହୁ,ଶରତ ବେହେରା,ନକୁଳ ଶର୍ମା, ସୈାମ୍ୟରଞ୍ଜନ ମହାନ୍ତି,ତାପସ ଭଟ୍ଟାଚାର୍ଯ୍ୟ,ଏନ ଡି ରେଡୀ,ଲବ ମହାନନ୍ଦିଆ, କଲ୍ୟାଣୀ ସିଂ, ବନାନୀ ବିଶ୍ବାସ ଓ ଅରବିନ୍ଦ ନାୟକ ପ୍ରମୁଖ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଷ୍ଟିଲ ସିଟି ପ୍ରିମିୟର ଲିଗ୍ ପାଇଁ ଖେଳାଳୀ ନିଲାମ

ପାଇକ ପୁରୁଣାକୋଟ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ

Sunil Chandra Nayak

କର୍ଲାପଡା ଠାରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!