ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୁନିଗୁଡା ପୋଲିସ ପଞ୍ଝାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୫ଗିରଫ 

ମୁନିଗୁଡା ପୋଲିସ ପଞ୍ଝାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୫ଗିରଫ 

ମୁନିଗୁଡା -12.2.024 କିଛିଦିନ ନିରବତା ପରେ ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ହାତରେ ଧରାପଡିଲେ ୫ଜଣ ଗଞ୍ଜେଇ ଚାଲାଣ କାରୀଙ୍କ ସମେତ ୨୮କେଜି ୪୦୦ଗ୍ରାମର ଗଞ୍ଜେଇ, ତାର ଆନୁମାନିକ ମୂଲ୍ୟ ୧ଲକ୍ଷ ୪୨ହଜାର ଟଙ୍କା ଵୋଲି ଆକଳନ କରାଯାଇଛି। ସୂଚନାଯୋଗ୍ୟ ମୁନିଗୁଡା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ରାଜେଶ ସିଂ, ପୁଷ୍ପେନ୍ଦ୍ର ସିଂ ଭଟ୍ଟ, (ମଧ୍ୟପ୍ରଦେଶ,) ରଞ୍ଜିତା ଏମ୍, ଆଲିବାନ ସାଜି, ମହମ୍ମଦ ସେକ୍ (କେରଳ )ଏମାନେ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣି ମୁନିଗୁଡା ବସଷ୍ଟାଣ୍ଡରେ ଓହ୍ଲାଇ ଥିଲେ। ପାଞ୍ଚଟି ଏୟାର ଵ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ଭଦ୍ରଲୋକ ଭଳି ଟିକର ପଡା ଦେଇ ଟ୍ରେନରେ ଷ୍ଟେସନ ଯାଉଥିଲେ। ପୋଲିସର ସନ୍ଦେହ ହେଵାରୁ ସେମାନଙ୍କ ଏୟାର ବ୍ୟାଗରେ ଗଞ୍ଜେଇ ଥିବା ଦେଖି ସେମାନଙ୍କୁ ପେଟ୍ରୋଲିଂ ପୋଲିସ କାବୁ କରି ଥାନାକୁ ଆଣି ତଦନ୍ତ କରିଥିଲେ। ଏହି ଗଞ୍ଜେଇକୁ ଅଜୟ ନାମକ ଲୋକ ଯୋଗାଇଥିଲା ଵୋଲି ଅଭିଯୁକ୍ତମାନେ କହିଥିଲେ। ଥାନା ଅଧିକାରିଣୀ ଶ୍ରୀମତୀ ଶୌଦାମିନି ଵେହେରା ଅଧିକ ତଦନ୍ତ ଜାରିରଖିଥିବା ଵେଳେ ଥାନା କେଶନଂ ୩୦/୨୪ ପ୍ରକାରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀମତୀ ଶୌଦାମିନି ଵେହେରା ସୂଚନା ଦେଇଛନ୍ତି।

ରାୟଗଡ଼ ରୁ ଗୋରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଅବକାରୀ ବ୍ୟାପକ ଚଢାଉ; ୭୨ ଲି ଦେଶୀ ମଦ ଜବତ ସହ ୪ କୋର୍ଟ ଚାଲାଣ 

masiha

କୁଚେଇପାଳ ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ,ଥାନାରେ ଶାନ୍ତିକରଣ ବୈଠକ 

Sunil Chandra Nayak

ଠାକୁରାଣୀ ଙ୍କ ମନ୍ଦିର ର ତାଲା ଭାଙ୍ଗି 5 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ସୂନା ଅଳଙ୍କାର ଏବଂ ଆସବାବପତ୍ର ଲୁଟି ନେଲେ ଦୁର୍ବୁର୍ତ୍ତ

masiha

Leave a Comment

error: Content is protected !!