ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର

୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

ବସ୍ତା ,୧୨।୨ : ରୂପସା ଥାନା ଅଧୀନସ୍ଥ ବସ୍ତା ବ୍ଲକ୍ ଅନ୍ତର୍ଗତ ରାଉତପଡ଼ା ପଞ୍ଚାୟତର ରାଉତପଡ଼ା ଗ୍ରାମରେ ସୋମବାର ମଧ୍ୟାହ୍ଣରେ ଗ୍ରାମର ଚନ୍ଦନ ବେହେରାଙ୍କ ଘରେ ହଠାତ୍ ନିଅ‌ାଁ ଲାଗିଯାଇ ୨ ବଖରା ଘର ପୋଡ଼ି ପାଉଁଶ ହେବା ସହିତ ଏହି ଅଗ୍ନିକାଣ୍ଡରେ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଛି।ଘଟଣାରୁ ପ୍ରକାଶ ଚନ୍ଦନଙ୍କ ୨ବଖରା ଘରକୁ ଲାଗି ଏକ ନୁଆଁଣିଆ ଛୋଟ ରୋଷେଇ ଘରଟିଏ ଥିଲା।ଆଜି ମଧ୍ୟାହ୍ଣରେ ଘର ଲୋକେ ରୋଷେଇ କରୁଥିବା ସମୟରେ ନିଆଁର ହୂଳ/ଝୁଲ ଉଡ଼ିଆସି ଝାଟିମାଟିରେ ନିର୍ମିତ ୨ ବଖରା ଘରେ ଅଗ୍ନି ସଂଯୋଗ ହେବା ସହ ଘର ପାଖରେ ଥିବା ୨ଟି ନଡ଼ାଗଦାରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ଦେଖିପାରି ବସ୍ତା ଦମକଳ ବାହିନୀକୁ ଖବର ଦେବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।ବସ୍ତା ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ପ୍ରତାପ ପାଲ ସଦଳବଳେ ଘଟଣା ସ୍ଥଳରେ ପହଂଚି ଦୀର୍ଘ ୨ ଘଣ୍ଟାର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲା।ଏହି ସମୟରେ ଉକ୍ତ ନିଆଁର ଝୁଲ ଉଡ଼ି ଚନ୍ଦନଙ୍କ ଘରଠୁ ୫୦ ମିଟର ଦୂର ପଡ଼ୋଶୀ ରାଧେଶ୍ୟାମ ବେହେରାଙ୍କ ୨ବଖରା ଚାଳ ଛପର ଘରେ ନିଆଁ ଲାଗିବା ଦେଖି ଦମକଳ ବାହିନୀ ତୁରନ୍ତ ପାଣି ସିଞ୍ଚନ କରିବାରୁ ଉକ୍ତ ପରିବାର କ୍ଷତିଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।ଏହି ଅଗ୍ନିକାଣ୍ଡରେ ଚନ୍ଦନଙ୍କର ପାଖା ପାଖି ୫/୭ ବସ୍ତା ଧାନ,ଚାଉଳ,ଲୁଗାପଟା,ଘରେ ଥିବା ଟଙ୍କା ପଇସା ସମେତ ପାଖାପାଖି ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଛି ବୋଲି ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ଶ୍ରୀ ପାଲ ସୂଚନା ଦେଇଛନ୍ତି।ଖବର ପାଇ ସ୍ଥାନୀୟ ସରପଞ୍ଚ ଓ ରାଜସ୍ବ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତିର ଆକଳନ ଜାରି ରଖିଛନ୍ତି।ଉକ୍ତ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

masiha

ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳନ

masiha

ସଚେତନ ନାଗରିକ ମଞ୍ଚର ୧୧ତମ ବାର୍ଷିକୋତ୍ସବ ଓ ଆଲୋଚନା ସଭା

masiha

Leave a Comment

error: Content is protected !!