ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ 

ନବରଙ୍ଗପୁର-( ୧୨|୨ )ନବରଙ୍ଗପୁର ବିଧାନସଭା କୋଷାଗୁମୁଡା ବ୍ଲକ ବିଂଜିଲି ପଞ୍ଚାୟତ ଅନ୍ତର୍ଗତ lସିଆଳିମାଳ ଗୁଡା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା lସିଆଳିମାଳ ଗୁଡା ଓ ଉକିଆପାଲି ଗ୍ରାମର ହରେ ସମରଥ, ଜଗନ୍ନାଥ ଭତରା, ଗୋପାଳ ଭତରା, ସନପତି ଭତରା, ଖଗ ଭତରା, ରଘୁନାଥ ଭତରା, ଦୁଲଭ ମାଝୀ, କୃପା ଭତରା, ଶଙ୍କର ସମରଥ, ମନସାଏ ମାଝୀ,ଦୟାରାମ, ନବିନ ପୂଜାରୀ, ପୁରନ ମାଝୀ, ଅଭିମନ୍ୟୁ ମାଝୀ, ତୁଳାରାମ ନାୟକ ଙ୍କ ସହ ଅନେକ ଯୁବକ, ଓ ମାଁ ଭଉଣୀ ମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନହିତକର ଯୋଜନା ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ । ଶ୍ରୀ ଗୌରୀ ଶଙ୍କର ମାଝୀ ଉତ୍ତରୀୟ , ଟୋପି ପିନ୍ଧାଇ ସମସ୍ତଙ୍କୁ ସମ୍ବର୍ଦ୍ଧନା କରି ଦଳରେ ସାମିଲ କଲେ lଆଜିର ମିଶ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସିମାଞ୍ଚଳ ବିଷୋୟୀ, ମଣ୍ଡଳ ସଭାପତି ଗୋପୀନାଥ ଭତରା, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ମାନକୁ ରାମ ଭତରା, ଦୟାସିନ୍ଧୁ ଭତରା , ମହନ କଲାର, ପ୍ରଚେଣ୍ଡା ଭତରା, ଧନେଶ୍ଵର ଭତରା ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୋଲିଂ ଏଜେଣ୍ଟ ରହିବାରୁ ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ 

masiha

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦ ଯାତ୍ରା

masiha

ଧର୍ମଗଡ ରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଓଡିଶାକୁ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି….

masiha

Leave a Comment

error: Content is protected !!