ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜେସିବି ପୋଡ଼ିଲେ ଦୃର୍ବୃତ୍ତ , କାରଣ ଅସ୍ପଷ୍ଟ

ବନ୍ଧୁଗାଁ ତା,୨୮/୫/୨୩, କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତର ଭିତରପଡା ନିକଟରେ କର୍ଣ୍ଣକୋଣ୍ଡା ପାହାଡରେ ବକ୍ସାଇଟ ଖଣି ମାନ ଓ ପରିମାଣ ପରୀକ୍ଷା ନିମନ୍ତେ ରାସ୍ତା ନିର୍ମାଣରେ ଲାଗିଥିବା ତ୍ରିବେଣୀ କମ୍ପାନୀର ଏକ ଜେସିବି ମେସିନକୁ ଦୁର୍ବୁତ୍ତ ମାନେ ପୋଡି ଦେଇଛନ୍ତି । ଏହି କାମ ପାଇଁ ବ୍ୟବହୃତ ଆଉ କେତୋଟି ମେସିନ ଗୁଡିକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛନ୍ତି।ସୂଚନା ଯୋଗ୍ୟ ଯେ ଏହି ପାହାଡ଼ ରେ ଥିବା ୯ ହେକ୍ଟର ପରିମାଣ ଜମିରେ ଥିବା ବକ୍ସାଇଟ ପାଇଁ ମରିଚ ମାଳ ଗାଁରେ ଓଡିଶା ମିନେରାଲ ଏକ୍ସପ୍ଲରେସନ ଲିମିଟେଡ଼ ଦ୍ୱାରା ପରୀକ୍ଷଣ ପାଇଁ ଗତ ଫେବୃଆରୀ ମାସରେ ପ୍ରଶାସନ ଦ୍ୱାରା ଏକ ଜନଶୁଣାଣୀ ହୋଇଥିଲା । ସେତେବେଳେ ଏହାକୁ ଅଞ୍ଚଳବାସୀ ବିରୋଧ କରିଥିଲେ । ପରେ ପୁଣି ସହମତି ପ୍ରକାଶ ପାଇବା ପରେ ପରୀକ୍ଷଣ ମେସିନ ଗୁଡିକ ନେବାପାଇଁ ଗତ ତିନିମାସ ହେବ ଉକ୍ତ ପାହାଡ଼ ଉପରକୁ ରାସ୍ତା ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇଥିଲା । ପ୍ରାୟ ୫୦% କାମ ଚାଲୁଥିବା ବେଳେ ଗତ କାଲି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଦୁର୍ବୁତ୍ତ ମାନେ ନିଆ ଲଗାଇ ଜାଳି ଦେଇଛନ୍ତି । ଗୋଟିଏ ଜେସିବି ମେସିନ ପ୍ରାୟ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଖଣିକୁ ବିରୋଧ କରି ଏପରି ହୋଇଛି ନା ଏହା ପଛରେ ମାଓବାଦୀଙ୍କ ହାତ ରହିଛି ତାହା ଅସ୍ପଷ୍ଟ ରହିଛି । ଏହା ଏକ ମାଓ ପ୍ରବଣ ଅଞ୍ଚଳ ଭାବେ ପୂର୍ବରୁ ପରିଚିତ ରହିଛି । ତେବେ ଘଟଣା ସ୍ଥଳରେ କୌଣସି ପୋଷ୍ଟର କିମ୍ବା ବ୍ୟାନର ନ ଥିବା ବେଳେ କିଏ ଓ କାହିଁକି ଏପରି ଘଟାଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟ ପଟେ ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ଜେସିବି ଚାଳକ ରତ୍ନ ଗୌଡ଼ କହିଛନ୍ତି ଯେ ସାନ୍ଧ୍ୟ ୬ ପରେ କାମ ସାରି ତଳକୁ ଓଲ୍ହାଇବା ପରେ କେହି ଦୁର୍ବୁତ୍ତ ମାନେ ଏପରି କାଣ୍ଡ ଘଟାଇଛନ୍ତି । ଦୀର୍ଘ ଦିନ ପରେ ପୁଣି ଏପରି ହିଂସା ଘଟଣା ପୁଣି ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି । ଖଣି ଖନନକୁ ନେଇ ନାଁ ରାସ୍ତା କାମକୁ ନେଇ ଅଞ୍ଚଳ ବାସି ଏହାର ବର୍ତ୍ତମାନ କେଉଁ ଆଡକୁ ଅଞ୍ଚଳର ମତ ରଖିବେ ତାକୁ ନେଇ ପ୍ରଶ୍ନ ହେଉଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

୧୭ଜଣ ମହିଳା ଗ୍ରୁପର ଟିପଚିନ୍ହ ନେଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବା କୁ ନେଇ କେଗାଁ ଥାନାରେ ଅଭିଯୋଗ

Sunil Chandra Nayak

ବେଆଇନ ଧାନ ବେପାରୀଙ୍କ ଗୋଦାମ ରୁ ୩୭୪ ବସ୍ତା ଧାନ ଓ ପଚାଶ କ୍ଵିଣ୍ଟାଲରୁ ଅଧିକ ମହୁଲ ଜବତ୍ 

Sunil Chandra Nayak

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ

masiha

Leave a Comment

error: Content is protected !!