ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ଉତ୍କଳ ଯାଦବ ମହାସଭା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ନବରଙ୍ଗପୁର–( ମସିହା)ନବରଙ୍ଗପୁର ଜିଲ୍ଲା ପାପାଡାହାଣ୍ଡି ବ୍ଳକ ସ୍ଥିତ ମୃଗବିହାର ନିକଟ ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଯାଦବ ମହାସଭା ନବରଙ୍ଗପୁର ଜିଲ୍ଲାର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l କିନ୍ତୁ ସଭାପତି ଜ୍ଯୋତିରଞ୍ଜନ କଂସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକକୁ କାର୍ଯ୍ଯକାରୀ ସଭାପତିଦେବଦାସ ମହାଙ୍କୁଡ ପରିଚାଳନା କରିଥିଲେ l ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ସଂଗଠନ, ବ୍ଳକ ସ୍ତରୀୟ ସଂଗଠନ, ପ୍ରତି ବ୍ଲକରେ ଯାଦବ ଭବନ ନିର୍ମାଣ, ଜିଲ୍ଲା ସ୍ତରୀୟ ପାଣ୍ଠି ସଂଗ୍ରହ, ମେଧାବୀ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧନା ଓ ପରବର୍ତ୍ତୀ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସମସ୍ତ ବ୍ଳକ ସଭାପତି ଓ ସମ୍ପାଦକ ଙ୍କ ମତାମତ ନେଇ ଆଲୋଚନା କରାଯାଇଥିଲା l ଜିଲ୍ଲାର ସଂଗଠନ ସମ୍ପାଦକ ମନୋଜ ମହାଙ୍କୁଡ, ଉପ ସଭାପତି ସୈନିକ ଗୌଡ ଓ ଲଖିନାଥ ଗୌଡ, ସାଧାରଣ ସମ୍ପାଦକ ମାନସିଂହ ଗୌଡ, ଜିଲ୍ଲା ସଭାନେତ୍ରୀ ପ୍ରତିମା ଯାଦବ, ଯୁବ ଯାଦବ ସଭାପତି ନବଘନ ଗୌଡ ଓ ଦଶ ଗୋଟି ବ୍ଳକ ଏବଂ ଦୁଇ ଗୋଟି ପୌର ପରିଷଦ ର ସଭାପତି, ସମ୍ପାଦକ, ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ସମେତ ଦୁଇ ଶହରୁ ଉର୍ଦ୍ଧ ଯାଦବ ସମାଜ ଭାଇ ଭଉଣୀ ଉପସ୍ଥିତ ରହି ଥିଲେ l ପରିଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଝାଡୁ କରି ପ୍ରତିବାଦ କଲେ କୋକସରା ବ୍ଲକ ଆନ୍ଦୋଳନ ରତ ଅମଲା କର୍ମଚାରୀ

Sunil Chandra Nayak

ଡାଲଗୁମା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

ପରିକ୍ରମାର ୧୪ ତମ ସ୍ଵନକ୍ଷତ୍ର ମହାସମାରୋହରେ ଅନୁଷ୍ଠିତ ଉତ୍ସବ ଅନୁଷ୍ଠିତ :୧୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା               

masiha

Leave a Comment

error: Content is protected !!