ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଗୁନ ପରିବାର ପକ୍ଷରୁ ସନ୍ତାଳୀ ଭାଷାର ସୁରକ୍ଷା ଓ ବିକାଶ ପାଇଁ ରାଷ୍ଟ୍ରପତିଙ୍କୁ ସାକ୍ଷାତ

ଫାଗୁନ ପରିବାର ପକ୍ଷରୁ ସନ୍ତାଳୀ ଭାଷାର ସୁରକ୍ଷା ଓ ବିକାଶ ପାଇଁ ରାଷ୍ଟ୍ରପତିଙ୍କୁ ସାକ୍ଷାତ

ମୟୂରଭଂଜ – ୨/୧୦ — ମାସିକ ସନ୍ତାଳୀ ପତ୍ରିକା ଫାଗୁନର ସମ୍ପାଦିକା ମାଲତୀ ମୁର୍ମୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭାରତର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ସନ୍ତାଳୀ ଭାଷାର ସୁରକ୍ଷା ଓ ବିକାଶ ପାଇଁ ବିସ୍ତୃତ ଦାଵିପତ୍ର ପ୍ରଦାନ କରିଛନ୍ତି।

ଏହି ପ୍ରତିନିଧି ଦଳରେ ଫାଗୁନର ସହ-ସମ୍ପାଦିକା ସୁରୁକୁନୀ ମୁର୍ମୁ, ମିଶନ ଅଲଚିକିର ପରାମର୍ଶଦାତା ମାଙ୍ଗାତ ମୁର୍ମୁ, ସାଓଁହେଦ ଆଖଡ଼ାର ସମ୍ପାଦକ କୈଳାଶ ବାସ୍କେ, ଆଇଆଇଏସ୍‌ସି ବାଙ୍ଗାଲୋରରେ ଅଵସରପ୍ରାପ୍ତ ପ୍ରୋଫେସର ରମେଶ ଚନ୍ଦ୍ର ହାଁସଦା, ସନ୍ତାଳୀ ୱିକିପିଡିଆନ୍ ଆର. ଅଶ୍ୱନୀ ବଞ୍ଜନ ମୁର୍ମୁ ଓ ସୁନିଆ ମାର୍ଣ୍ଡି, ଜାସ୍କାନ୍ଦ ହେମ୍ବ୍ରମ, ବାସ୍‌ୱା ବାଙ୍ଗାଳୋରର ସମ୍ପାଦକ ଚନ୍ଦ୍ରମୋହନ୍ ହାଁସଦା, ସାଓଁହେଦ  ଆଖଡ଼ାର ପରାମର୍ଶଦାତ୍ରୀ ଶକୁନ୍ତଳା ମୁର୍ମୁ, ଧନାଇ ବାସ୍କେ ଓ ଖଡଗପୁରର ନାଇକେ କଳୀରାମ ହେମ୍ବ୍ରମ୍ ଯୋଗ ଦେଇଥିଲେ।

ଦାଵିପତ୍ରରେ ରାଷ୍ଟ୍ରପତିଙ୍କୁ ତିନି ବର୍ଷର ସଫଳ କାର୍ଯ୍ୟକାଳ ସମ୍ପୁର୍ଣ୍ଣ କରିବା ପାଇଁ ଅଭିନନ୍ଦନ ଜଣାଇ, ରାଷ୍ଟ୍ରପତି ଭବନର ୱେବସାଇଟ୍‌କୁ ସମସ୍ତ ୨୨ଟି ଅଷ୍ଟମ ସୂଚୀଭୁକ୍ତ ଭାଷାରେ ଉପଲବ୍ଧ କରାଇବା ପାଇଁ ସ୍ୱାଗତ କରାଯାଇଛି। ସନ୍ତାଳୀ ଭାଷାକୁ ଅଲଳଚିକି ଲିପିରେ ସେଥିରେ ସ୍ଥାନ ଦେଇଥିବାରୁ ବିଶେଷକରି ୧୯୨୫ ମସିହାରେ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ଆବିଷ୍କୃତ ଅଲଚିକି ଲିପିର ଶତବାର୍ଷିକୀ (୧୯୨୫–୨୦୨୫) ପାଳନ କାଳରେ ଏହି ପ୍ରୟାସକୁ ଐତିହାସିକ ବୋଲି କୁହାଯାଇଛି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସମ୍ବିଧାନରେ ସ୍ୱୀକୃତି ପାଇଥିବା ସତ୍ତ୍ୱେ, ସନ୍ତାଳୀ ଭାଷାରେ ଶିକ୍ଷା ଓ ସରକାରୀ  ସ୍ତରରେ ଅନେକ ପଛରେ ରହିଯାଇଛି। ଏଥିପାଇଁ ସାନ୍ତାଳୀ ଭାଷାକୁ ସିଵିଏସ‌ଇ ପାଠ୍ୟକ୍ରମରେ ସାମିଲ କରି ଅଲଚିକି ଲିପିରେ ଶିକ୍ଷା ଆରମ୍ଭ କରିବାର ଆବଶ୍ୟକତା, ୟୁପିଏସସି  ପରୀକ୍ଷା ସହିତ ସିଆଇଆଇଏଲର ପ୍ରକଳ୍ପଗୁଡିକରେ ସନ୍ତାଳୀ ଭାଷା ପାଇଁ ଅଲଚିକିଲିପିର ବ୍ୟବହାର କରିବା, ଭାରତୀୟ ମୁଦ୍ରାରେ ସାନ୍ତାଳୀ ଭାଷାକୁ ସ୍ଥାନ ଦେବା, ଦୂରଦର୍ଶନ ଓ ଆକାଶବାଣୀରେ ସନ୍ତାଳୀ ଭାଷାର ସମ୍ବାଦ ଓ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରିବା, ଓଡ଼ିଶାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ଆଦି ରହିଛି।

ଏହା ସହିତ, ଅଲଲିପିର ଶତବାର୍ଷିକୀ ପାଳନକୁ କେନ୍ଦ୍ର ସରକାରୀ ମାନ୍ୟତା ଦେଇ, ୧୦୦ଜଣ ପ୍ରତିଷ୍ଠିତ ଅବଦାନକାରୀଙ୍କୁ ସମ୍ମାନ କରିବା, ସନ୍ତାଳୀ ଭାଷାର ଅପ୍ରକାଶିତ ପାଣ୍ଡୁଲିପି ପ୍ରକାଶ କରିବା ଏବଂ ଭାରତୀୟ ଡାକ ବିଭାଗ ଦ୍ୱାରା ଅଲଚିକି ଲିପି ଶତବାର୍ଷିକୀ ସ୍ମାରକୀ ଭାବରେ ଡାକ ଟିକଟ ପ୍ରଚଳନ କରିବା ପାଇଁ ଅନୁରୋଧ କରାଯାଇଛି।

ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଏହି ଦାବିଗୁଡିକୁ ପୂରଣ କରିବା ପାଇଁ ସମ୍ବନ୍ଧିତ ମନ୍ତ୍ରଣାଳୟ ଓ ବିଭାଗକୁ ଯଥାଯୋଗ୍ୟ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହା ସନ୍ତାଳୀ ଭାଷା ଓ ସଂସ୍କୃତିର ସୁରକ୍ଷାରେ ଐତିହାସିକ ପଦକ୍ଷେପ ହେବ ଓ ଦେଶର ଲକ୍ଷାଧିକ ସନ୍ତାଳୀଭାଷୀଙ୍କୁ ଉପକୃତ ହେବେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ 

Sunil Chandra Nayak

କଳାହାଣ୍ଡି ଚେସ୍ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ଚେସ୍ ଦିବସ ପାଳିତ

Sunil Chandra Nayak

ଚାଷୀ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି ୫୧ ଲକ୍ଷ ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକଙ୍କୁ ସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତିରେ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ର

Sunil Chandra Nayak

Leave a Comment

error: Content is protected !!