ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଧିରେଜ ଲେଙ୍କା ଙ୍କ ଲୋକପ୍ରିୟତା ବଢୁଛି!ଚୋରା ମଦ ବେପାରୀ ଙ୍କ ମନରେ କୋକୁଆଭୟ

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଧିରେଜ ଲେଙ୍କା ଙ୍କ ଲୋକପ୍ରିୟତା ବଢୁଛି!ଚୋରା ମଦ ବେପାରୀ ଙ୍କ ମନରେ କୋକୁଆଭୟ

କେନ୍ଦ୍ରାପଡ଼ା : 25.02.2025 ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାଆଇ ଆଇସି ଧିରେଜ ଲେଙ୍କା ଯୋଗ ଦେବା ଦିନ ଠାରୁ ପଟ୍ଟାମୁଣ୍ଡାଇ ଆଖପାଖ ୧୫ ରୁ ଊର୍ଦ୍ଧ୍ବ ପଞ୍ଚାୟତ ରେ ଚୋରି ତ କମିଛି। ଆଜି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ର ଆଇଆଇସି ବେଡି ସାହି ରୁ ପଞ୍ଚାନବେ ଲିଟର ମଦ ଜବତ ସହିତ ଜଣଙ୍କୁ ଗିରଫ କରିଛନ୍ତି।ସେଇ ଚୋରା ମଦ ବେପାରୀ ବାସୁଦେବ ସେଠି ଙ୍କ ଘର ଉପରେ ଚଢ଼ାଉ କରି ମଦ ଜବତ ସହିତ ଗିରଫ କରିଛନ୍ତି।ଦିନକୁ ଦିନ ବିଭିନ୍ନ ପଞ୍ଚାୟତ ଅଞ୍ଚଳ ରେ ଅସାମାଜିକ ଯୁବକ ଙ୍କ ଦୌରତ୍ମ୍ୟା ବଢ଼ିଥିବା ବେଳେ ନୂତନ ଆଇ ଆଇ ସି ଙ୍କ ଯୋଗ ଦାନ ଫଳରେ ଛକଛକରେ ଅସାମାଜିକ ଆଡା ଉପରେ ଚଢ଼ାଉ କରିବା ଦ୍ୱାରା ପଟ୍ଟାମୁଣ୍ଡାଇ ର ସମସ୍ତ ପଞ୍ଚାୟତ ରେ ଥିବା ଗ୍ରାମ ରେ ଅସାମାଜିକ ଯୁବକ ଙ୍କ ଖରାପ କାର୍ଯ୍ୟକଳାପ କମିବାରେ ଲାଗୁଛି।ଚୋରା ରେ ଵିକୁ ଥିବା ମଦ ବେପାରୀ ଛାନିଆରେ ମଦ ବେପାର ଏକ ପ୍ରକାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଜୋର୍ ରେ ଗାଡ଼ି ଚଳାଇବା , ବାଇକ୍ ରେ ଠୋ ଠା ଶଦ୍ଦ କରିବା , ବିନା ଲାଇସେନ୍ସରେ ଗାଡ଼ି ଚାଲକ ଙ୍କ ଗାଡ଼ି କୁ ଧରି ଥାନା କୁ ଆଣିବା ଦ୍ଵାରା କିଛି ଅସାମାଜିକ ଯୁବକ ଙ୍କ ମନ ରେ କୋକୁଆ ଭୟ ସଂଚାର କରିଛି ।ନୂତନ ଥାନା ଅଧିକାରୀ ଙ୍କ ସମସ୍ତ ପଞ୍ଚାୟତ ରେ କଡ଼ା କଡ଼ି ପେଟ୍ରୋଲିଂ କରିବା ଦ୍ୱାରା ଏକ ପ୍ରକାର ଅସାମାଜିକ ଯୁବକ ଙ୍କ ମନରେ ଭୟ ସୂର୍ଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବନି।, ଗ୍ରାମାଞ୍ଚଳ ଥାନା ର ଥାନା ଅଧିକାରି ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳ ଥାନା ଆଇଆଇସି ଧୀରେଜ୍ ଲେଙ୍କା କାର୍ଯ୍ୟ ରେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ଅଞ୍ଚଳ ବାସୀ ସନ୍ତୁଷ୍ଟ ହେବା ସହିତ ,ଜଣେ ସଚ୍ଚୋଟ ପୋଲିସ ଅଫିସର ଭାବେ ପଞ୍ଚାୟତ ଅଞ୍ଚଳ ବାସୀ ପାଇ ଥିବାରୁ ବହୁତ୍ ଖୁସି ଅଛନ୍ତି । ପ୍ରତି ପଞ୍ଚାୟତ ରେ ହେଉ ଥିବା ସମସ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକମାନଙ୍କ ସହିତ ମିଶୁ ଥିବାରୁ ସମସ୍ତ ଙ୍କ ର ପ୍ରିୟପାତ୍ର ପାଲଟିଛନ୍ତି।ପ୍ରତି ପଞ୍ଚାୟତ ରେ ଚୋରି , ଗୁଣ୍ଡାଗିରି, ଓ ଅସାମାଜିକ ଯୁବକ ଙ୍କ ଝିଅ ବୋହୂ ଙ୍କୁ କମେଣ୍ଟ ମାରିବା କମିଛି। ଥାନା କୁ ଆସୁଥିବା ମହିଳା ମାନଙ୍କ ଅଭିଯୋଗ କୁ ଶୁଣି ତୁରନ୍ତ ପଦକ୍ଷେପ ନେଉ ଥିବାରୁ ସାରା ପଞ୍ଚାୟତ ବାସୀ ଙ୍କ ନିକଟରେ ପ୍ରଶଂସା ପାତ୍ର ବନିଛନ୍ତି ଗ୍ରାମାଞ୍ଚଳ ଥାନା ଆଇଆଇସି ଧୀରେଜ ଲେଙ୍କା।ପ୍ରତି କାର୍ଯ୍ୟ ରେ ଭୁଲ ଓ ଠିକ୍ ର ବିଚାର କରି ଲୋକ ମାନଙ୍କୁ ନ୍ୟାୟ ଦେବା ସହିତ ,ଥାନା କୁ ଆସୁଥିବା ସମସ୍ତ ଲୋକ କଥା କୁ ସ ହୁର୍ଦୟର ସହ ଶୁଣୁ ଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

୪୩ ବର୍ଷରେ ପଦାର୍ପଣ : ଭଙ୍ଗା ଗୃହରେ ବିପଦ ସଂଙ୍କୁଳ ଅଵସ୍ଥାରେ ବାରଣ୍ଡା ରେ ଚାଲିଛି ଶିକ୍ଷାଦାନ : ପ୍ରଶାସନ ର ନିଘା ନାହିଁ

masiha

କାର୍ଯ୍ୟକ୍ଷମ ହେଲା ଆରଜିଏଚ ପରିସରରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ 

Sunil Chandra Nayak

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!