ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୃଷି ଯନ୍ତ୍ରପାତି ମେଳାରେ ମିଶନ ଶକ୍ତିର ଧୂପକାଠି ଷ୍ଟଲ 

ରାଇରଙ୍ଗପୁର କୃଷି ଯନ୍ତ୍ରପାତି ମେଳାରେ ମିଶନ ଶକ୍ତିର ଧୂପକାଠି ଷ୍ଟଲ 

ମୟୂରଭଞ୍ଜ -୩୦/୧୧ ( ମସିହା)ରାଇରଙ୍ଗପୁର ମହୁଲଡିହା ଖେଳ ପଡିଆରେ ୨୮,୨୯ ଏବଂ ୩୦ ତାରିଖ ତିନିଦିନ ଧରି ରାଇରଙ୍ଗପୁର ଉପଖଣ୍ଡ ସ଼୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଭିନ୍ନ ଷ୍ଟଲ ଲାଗିଥିବାବେଳେ ରାଇରଙ୍ଗପୁର ମିଶନ ଶକ୍ତି ତରଫରୁ ଧଊପକଆଠଇ ବିକ୍ରୟ କେନ୍ଦ୍ର ଖୋଲା ଯାଇଥିଲା ।ମିଶନ ଶକ୍ତିର ସଦସ୍ୟଙ୍କ ଦ୍ଵାରା ଉତ୍ପାଦିତ ଧୂପକାଠି ଅତି ଉଚ୍ଚ କୋଟୀର , ଶସ୍ତା,ସୁଲଭ ଏବଂ ଏହାର ମାନ ଉତ୍କୃଷ୍ଟ ଯୋଗୁଁ ସମସ୍ତ ଦେଖଣାହାରୀ, ପ୍ରଶାସନିକ ଅଧିକାରୀ,କୃଷି ବିଭାଗ ଅଧିକାରୀ, କର୍ମଚାରୀ ମିଶନ ଶକ୍ତି ସଦସ୍ୟାଙ୍କୁ ପ୍ରଶଂସିତ କରିବା ସହ ସୁଵାସିତ ଧୂପକାଠି କିଣି ଘରକୁ ନେଇଥିଲେ ।ମେଳା ଉଦଘାଟନୀ ଦିବସରେ ଏମଜିପିଏଲର ଡାଇରେକ୍ଟର ଚିନ୍ମୟ ଦାସ ଯୋଗ ଦେଇ ମିଶନ ଶକ୍ତି ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ ।ଊ ଏଥିରେ ରାଇରଙ୍ଗପୁର ମିଶନଶକ୍ତି ସଭାନେତ୍ରୀ ଲୀଳାବତୀ ମହାନ୍ତ,ସ୍ବର୍ଣ୍ଣାଭ ମହାନ୍ତ,ମୀନା ମହାନ୍ତ,ଲବନ୍ତୀ ଫଡକାର,ବବିତା ମହାନ୍ତ, ସୁକାନ୍ତି ନାୟକ,, ଶକୁନ୍ତଳା ନାଏକ ପ୍ରମୁଖ ଷ୍ଟଲରେ ଉପସ୍ଥିତ ରହି ଧୂପକାଠି ବିକ୍ରୟ କରିବା ସହ ଦୂରଦୂରାନ୍ତରୁ ଆସିଥିବା ମହିଳା ଗୋଷ୍ଠୀ ସଦସ୍ୟଙ୍କୁ ଧଊପକଆଠଇ ତିଆରି,ବିକ୍ରୟ କରିବା କିଭଳି ଆତ୍ମ ନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇପାରିବା ଉପରେ ଅବଗତ କରାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଫାଇଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ

masiha

ନବରଙ୍ଗପୁର ମହାବିଦ୍ୟାଳୟରେ Y20, G20 , ଜିଲ୍ଲାସ୍ତରୀୟ ଯୁବ ଆଲୋଚନା

Sunil Chandra Nayak

ବୃଦ୍ଧା ଙ୍କ ଅଭିଶପ୍ତ ଜୀବନ ହାଡ ଭଙ୍ଗା ଶୀତରେ ଛିଣ୍ଡା ଜରି ଭରସା

masiha

Leave a Comment

error: Content is protected !!