ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାର ପ୍ରଥମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଜିଲ୍ଲାର ପ୍ରଥମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଚିକିଟି:ଗଞ୍ଜାମ ଜିଲ୍ଲାରେ ପ୍ରଥମ ବିଦ୍ୟାଳୟ ତଥା ଚିକିଟି ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦ ନଗର ଠାରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଦୁଇ ହଳ ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଶିକ୍ଷା ଅନୁକୁଲ୍ୟରେ ଏବଂ ଗଞ୍ଜମ ଜିଲ୍ଲା ଶିକ୍ଷାଧିକାରୀ ଆଜୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାବେ ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଯୋଗଦେଇ ପିଲାମାନଙ୍କୁ ବିଭାଗ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଓ ବିଦ୍ୟାଳୟରେ ନିୟମିତ ଉପସ୍ଥାନ ଉପରେ ପରାମର୍ଶ ଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ବନିତା ବିଷୋୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ଏସଏମସି ସଭାପତି ମନୋରଞ୍ଜନ ସାହୁ ଓ ସିଆରସିସି ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ମୋଟ ୧୧୮ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇହଳ ପୋଷାକ ବଣ୍ଟନ କରାଯାଇଥିଲା। ସେହିପରି କିଶୋରଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୭ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଥିଲା। ଅନୁଷ୍ଠିତ ସଭାରେ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ଦ୍ବାରା ସରକାରୀ ବିଦ୍ୟାଳୟ ମାନଙ୍କରେ ପିଲାମାନେ ଆକ୍ରୁଷ୍ଟ ହୋଇ ଗୁଣାତ୍ମକ ଶିକ୍ଷାବୃଦ୍ଧି ହେଉଥିବାର ଅଭିଭାବକ ମାନେ ମତପ୍ରକାଶ କରିଛନ୍ତି। କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଠିତ ହେଲା ଚାଷୀ ସଙ୍ଗଠନ ,ଚାଷୀଙ୍କୁ ନ୍ୟାୟ ପ୍ରଦାନ ମୁଖ୍ୟ ଏଜେଣ୍ଡା

masiha

ବ୍ୟାଙ୍କ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!