ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଙ୍କ ଦ୍ଵାରା ବ୍ଲକ ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ

ଜୁନାଗଡ଼,୨୨/୬(ମ ନି ସ) ଜୁନାଗଡ ବ୍ଲକ ମୁଖ୍ୟ ଜାତୀୟ ରାଜପଥ ପାର୍ଶ୍ୱ ରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ୍ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ଦ୍ଵାରା ଆଜି ସନ୍ଧ୍ୟାରେ ବ୍ଲକ ଦୋକାନ ଗୃହ ଉଦଘାଟିତ ହୋଇଯାଇଛି l ବ୍ଲକ ଦ୍ଵାରା ଏଥି ପୂର୍ବ ରୁ ଏକ ଦୋକାନ ଗୃହ ରହିଥିଲା l ହେଲେ ଏହା ପରେ ମାନ୍ୟବର ବିଧାୟକ୍ ଙ୍କ ପ୍ରୟାସ ରେ ଏହାର ଉପର ମହଲl ରେ ଦୋକାନ ଗୃହ ନିର୍ମାଣ କରାଯାଇଛି l ଏହି ଉଦଘାଟନ ସଭା ରେ ଜୁନାଗଡ ବିଧାୟକ୍ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରl ମେହେର୍ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଏନ୍ ଏ ସି ଉପାଧ୍ୟକ୍ଷା ହିଁମାଦ୍ରୀ ନାଏକ, ଏବ୍ଂ ଜୁନାଗଡ ବିଡିଓ ଦେବାଶିସ୍ କର ବି ଏସ୍ ଏସ୍ ଓ ତୁଷାର ରଞ୍ଜନ ସାହୁ, ବ୍ଲକ କନିଷ୍ଟ ଯନ୍ତ୍ରି ସଞ୍ଜୟ ମଲ୍ଲିକ, ଜି ପି ଓ ରାଜେନ୍ଦ୍ର ମଲ୍ଲିକ ପ୍ରମୂଖ ଉପସ୍ଥିତ ରହିଥିଲେ l ଏହି ବ୍ଲକ ଦୋକାନ ଗୃହ ରେ ୧୧ ଗୋଟି ଦୋକାନ ସହିତ ଗୋଟିଏ କେଫେ ରହିଚି l ଏହି ଦୋକାନ ଗୃହ ଦ୍ଵାରା ଗ୍ରାମାଞ୍ଚଳର ଯୁବକ ସହରାଞ୍ଚଳରେ ବ୍ୟବସାୟୀ କରି ଉପକୃତ ହେବେ ଏବ୍ଂ ଏହି ପରି ଆହୁରି ଅନେକ୍ ଦୋକାନ ଗୃହ ନିର୍ମାଣ କରାଯାଇ ବେକାର ଯୁବକ ଯୁବତୀ ଙ୍କୁ ଥଇଥାନ କରାଯିବ ବୋଲି ବିଧାୟକ୍ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟ କ୍ରମ ରେ ଅନ୍ୟମାନଙ୍କ ମଧ୍ୟ ରୁ ଦିନେଶ୍ ବଗର୍ତ୍ତୀ, ପୂର୍ବତନ ଏନ୍ ଏ ସି ନଗର ପାଲ୍ ମହେଶ୍ ସାହୁ, ଶୁକ ମେହେର୍ ଏବ୍ଂ ବ୍ଲକ ର ସମସ୍ତ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଧବା ମହିଳା ପେନସନ ପାଇବାରେ ବିଳମ୍ବ

Sunil Chandra Nayak

ତେରେସିଂହା: ୨୦୦୬ ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ

Sunil Chandra Nayak

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା

Sunil Chandra Nayak

Leave a Comment

error: Content is protected !!