ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହାୟତା ଅପେକ୍ଷାରେ ପକ୍ଷାଘାତର ଶିକାର ଗଣଶିକ୍ଷକ

ସହାୟତା ଅପେକ୍ଷାରେ ପକ୍ଷାଘାତର ଶିକାର ଗଣଶିକ୍ଷକ

ନବରଙ୍ଗପୁର:(ତା ୨୨/୦୬ )(ରବି ନାରାୟଣ ମହାନ୍ତି)- ଗତ ମାସ ର ୨୦ ତାରିଖ ଦିନ ପାରାଲେସିସ ର ଶିକାର ହୋଇ ନିରାଶ ହତାଶ ରେ ରହୁଛନ୍ତି ଗଣଶିକ୍ଷକ ପଦଲାମ ଜାନୀ (୪୯)। ୨୦୦୮ ମସିହାରେ ଗଣଶିକ୍ଷକ ଭାବେ କାର୍ଯ୍ୟକରି ଆସୁଥିଲେ। ବର୍ତ୍ତମାନ ଖରା ଛୁଟି ପରେ ସ୍କୁଲ ଖୋଲିଛି। ଆଜିକୁ ମାସେ ହେବ ପକ୍ଷାଗତ ର ପୀଡିତ ଶିକ୍ଷକ ବିଦ୍ୟାଳୟକୁ ଯାଇ ପାଠ ପଢ଼ାଇବା ସମ୍ଭବ ହେଉନାହିଁ ବୋଲି କହିଛନ୍ତି ପଦଲାମ ଜାନୀ। ପାରାଲେଶିସ ହେବା ଦ୍ବାରା ତାଙ୍କର ଶରୀରର ବାମ ପାର୍ଶ୍ଵ ସମ୍ପୂର୍ଣ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଚାଲିବା ଉଠିବା ବସିବା ପାଇଁ ଭାରି କଷ୍ଟ ହେଉଛି। ଦଣ୍ଡେ ଦୂରକୁ ଯିବାକୁ ଅନ୍ୟର ସାହାଯ୍ୟ ଲୋଡିବାକୁ ପଡୁଛି। ଶିକ୍ଷକ ଙ୍କ ଘର ହେଉଛି ଝରିଗାଁ ବ୍ଲକ ଠାରୁ ୩୦ କିମି ଦୂର ବାଟ ବଡ ଟେମେରା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡା ପଦର ଗ୍ରାମ। ଗାଁ ଠାରୁ ପ୍ରାୟ ସାତ କିଲୋମିଟର ଦୂର ସାନ ଟେମେରା ୫ ଟି ବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ବିଦ୍ୟାଳୟକୁ ଯାଇ ଶିକ୍ଷକତା କରିବାରେ ସମସ୍ୟା ଦେଖା ଦେଇଛି। ପାରାଲେଶିସ୍ ର ଶିକାର ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଲୋପାଥିକ ଚିକିତ୍ସା ପାଇଁ କୌଣସି ମେଡିକାଲ କୁ ଯାଉନାହାଁନ୍ତି ପଦଳାମ। ପାରମ୍ପାରିକ ଦେଶୀୟ ଚିକିତ୍ସା କରି ଘରେ ପଡ଼ି ରହିଛନ୍ତି। ଆର୍ଥିକ ଅବସ୍ଥା ଭଲ ନଥିବା ଯୋଗୁଁ ଆଧୁନିକ ଚିକିତ୍ସା କରିପାରୁନଥିବା କହିଛନ୍ତି ତାଙ୍କ ସହ ଧର୍ମିଣୀ କାନ୍ତାରି ଜାନୀ (୪୪)। ପଦଳାମ ଜାନୀ ଙ୍କ ପରିବାର କହିଲେ ୫ ଟି ପୁଅ କୁ ନେଇ ସାତ ପ୍ରାଣୀ। ବଡ଼ ପୁଅକୁ ୧୮ ବର୍ଷ ହୋଇଥିବା ବେଳେ ସବା ସାନ ପୁଅକୁ ସାତ ବର୍ଷ। ଦରମା ମିଳୁଛି ୧୦ ହଜାର ଟଙ୍କା। ଯାହାକି ପରିବାରର ବାର୍ଷିକ ଭରଣପୋଷଣ ପାଇଁ ନିଅଣ୍ଟ ହେଉଛି। ପୈତୃକ ସମ୍ପତ୍ତି କହିଲେ ଭାଗବଣ୍ଟା ପରେ ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି ଜମି ୫ ଏକର। ତାହା ମଧ୍ୟ ଚାଷ କରିବାକୁ ସମ୍ବଳ ନଥିବାରୁ ଅଧାରୁ ଅଧେ ପଡିଆ ରହୁଥିବା କହିଛନ୍ତି ଶିକ୍ଷକ। ଘରର ମୂରବୀ ହିସାବରେ ସବୁ ଦାଇତ୍ୱ ସେ ମୁଣ୍ଡାଇ ଆସୁଥିଲେ। ପକ୍ଷାଘାତର ଶିକାର ହେବା ପରେ ପରିସ୍ଥିତି ଅତି ଜଟିଳ ଓ ଶୋଚନୀୟ ହୋଇପଡ଼ିଥିବା କହିଛନ୍ତି ଶିକ୍ଷକ। ବର୍ଷା ଋତୁ ଆସିଲା ଚାଷ କାର୍ଯ୍ୟ ଆରମ୍ଭ ହେଲାଣି ଜମିରେ ଚାଷ କାର୍ଯ୍ୟ କରିବାକୁ ନିକଟରେ ସମ୍ବଳ ନାହିଁ କି ସ୍କୁଲ ଯାଇ ପାଠ ପଢ଼ାଇବା ସମ୍ଭବ ହେଉନାହିଁ। ବଡ଼ ପୁଅ + ୨ ରେ ପଢୁଥିବା ବେଳେ ଦ୍ଵିତୀୟ ପୁଅ ଦଶମ ପଡୁଛି। ଚାଷ କାମ କରିବାକୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ପଦଲାମ ଙ୍କ ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ପରିବାର ଲୋକେ ବଡ଼ ଚିନ୍ତାଗ୍ରସ୍ତ ଓ ନିରାଶ ଅଛନ୍ତି। ଉନ୍ନତ ଆଧୁନିକ ଚିକିତ୍ସା କଲେ ପଦଲାମ ନିଶ୍ଚିତ ସୁସ୍ଥତା ଆସିପାରିବେ ବୋଲି ଆଶା କରିଛନ୍ତି। କିନ୍ତୁ ଏଥିପାଇ ଅର୍ଥ ବାଧକ ସାଜିଛି। ପରିବାର ଲୋକେ ପଦଲାମଙ୍କ ଚିକିତ୍ସା ଲାଗି ସରକାରୀ ସହାୟତା ଅପେକ୍ଷା ରେ ଥିବା ପରିବାର ଲୋକେ କହିଛନ୍ତି। ତାଙ୍କର ଏହି ପରିସ୍ଥିତି କୁ ଦେଖି ପ୍ରଶାସନ ନିଜ ଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟ କୁ ବଦଳି କଲେ ଅନ୍ତତଃ କାର୍ଯ୍ୟ ତୁଲାଇବାକୁ ସୁବିଧା ହେବ ବୋଲି ପଦଲାମ କହିଛନ୍ତି। ଏହି ପକ୍ଷାଘାତ ରୋଗର କବଳରୁ କେବେ ସେ ଆରୋଗ୍ୟ ଲାଭ କରିବେ ସେ ନେଇ ନିଜେ ଓ ତାଙ୍କ ପରିବାର ଚିନ୍ତାଗ୍ରସ୍ତ ହୋଇ ଦୁଃଖ ଓ ଶୋକ କରୁଛନ୍ତି। ବାପାଙ୍କ ଅବସ୍ଥାକୁ ଦେଖି ତାଙ୍କର ୫ ଟି ପୁଅ ନିଜ ଭବିଷ୍ୟତ କଣ ହେବ ବାପା ଆରୋଗ୍ୟତା ପାଇବେ ନା ନାହିଁ ଏଥିପାଇଁ ଗଭୀର ଚିନ୍ତାରେ ରହୁଛନ୍ତି। ସୁସ୍ଥ ଥିବା ବାପାଙ୍କ ଏଭଳି ଅବସ୍ଥା ଦେଖି ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରୁଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୭ ରେ ସମଗ୍ର ଓଡିଶାରେ ଆଦିବାସୀ ପ୍ରାର୍ଥୀ ପାଇଁ ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

Sunil Chandra Nayak

ବଡ଼ ଜାମବିଲା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର ଆହତ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

ବାମନଘାଟୀ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ ଭାରତୀୟ ପ୍ରଶlସନିକ ସେବା ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ

masiha

Leave a Comment

error: Content is protected !!