ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁସ୍ତକ ମେଳା ର ସପ୍ତମ ସଂଧ୍ୟା

ରାଉରକେଲା/ ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳାର ସପ୍ତମ ଦିନରେ ଗୋପବନ୍ଧୁ ପାଠାଗାର ଓ ସ୍ବସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଇଂ ନବଘନ ସାହୁ ପୌରହିତ୍ୟ ଓ ବିଭୁତି ଭୂଷଣ ଦାସଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ଆଲୋଚନାଚକ୍ର ରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ ଯୋଗଦେଇ ଆଲୋଚ୍ୟ ବିଷୟ ‘ ଆଧୁନିକ ଶିକ୍ଷା ଓ ଭାରତୀୟ ସଂସ୍କୃତି ‘ ଉପରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବରେ ପ୍ରଫେସର ଗିରିଜା ଶଂକର ଗୋସ୍ବାମୀ ଙ୍କ ପୌରହିତ୍ୟ ଓ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ସହରର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ୪୦ ଜଣ ତୀର୍ଥଯାତ୍ରୀ ଫଶୀ ରହିଥିଲେ : ଥାନା ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳକୁ ଗଲେ 

Sunil Chandra Nayak

ଡାବୁଗାଁ ଥାନାରେ ଯୋଗଦାନ କଲେ ନୂଆ ଥାନା ଅଧିକାରୀ 

masiha

ଆସନ୍ତା ମାର୍ଚ୍ଚ ୧୬ ର କାର୍ଯ୍ୟକ୍ରମ ପାଇଁ ଅବସର ଭବନରେ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!