ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିତ ଯୁଧିଷ୍ଠିର ପତିଙ୍କ ପରଲୋକ 

ପଣ୍ଡିତ ଯୁଧିଷ୍ଠିର ପତିଙ୍କ ପରଲୋକ 

  କଟକ : ଵୟାଳିଶ ମୌଜା ସ୍ଥିତ କଳପଡା ନିବାସୀ ବିଶିଷ୍ଟ ଶିକ୍ଷାବିତ୍ ତଥା ୪୨ମୌଜା ଶାନ୍ତି କମିଟିର ପ୍ରାକ୍ତନ ସଭାପତି ପଣ୍ଡିତ ଶ୍ରୀଯୁକ୍ତ ଯୁଧିଷ୍ଠିର ପତିଙ୍କର ଗତ କାଲି ମଧ୍ୟ ରାତ୍ରରେ ପରଲୋକ ହୋଇଯାଇଛି। ଗତ କିଛଦିନ ଧରି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ହେତୁ କଟକରେ ରହି ସେ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ତାଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗ୍ରାମ କଳପଡ଼ା ଠାରେ ପହଞ୍ଚିବା କ୍ଷଣି ଶହ ଶହ ଲୋକ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ। ପୂଜ୍ୟ ପ୍ରଣାମ ପଣ୍ଡିତ ଯୁଧିଷ୍ଠିର ପତି ସରକାରୀ ଚାକିରୀରେ ଥିବା ସମୟରେ ରାଜ୍ୟ ଇଣ୍ଡ୍ରଷ୍ଟିୟାଲ୍ ଇନଷ୍ଟ୍ରକ୍ଟର୍ ମହାସଂଘର ସଭାପତି ଥିଲେ। ସେ ଥିଲେ ଏକାଧାରରେ ଜଣେ ପ୍ରବୀଣ ଶିକ୍ଷାବିତ୍, ସୁନ୍ଦର ପାଲା ଗାୟକ, ଦକ୍ଷ ଫୁଟବଲ୍ ଖେଳାଳୀ ଓ ଜଣେ ବିଚାରବନ୍ତ ଆଦର୍ଶ ମୂରବୀ ଭାବେ ସେ ସୁନାମ ଅର୍ଜନ କରିଛନ୍ତି। ସଂସ୍କୃତ ଓ ସାହିତ୍ୟ ଜ୍ଞାନରେ ସେ ଅଗାଧ ପାଣ୍ଡିତ୍ୟର ଅଧିକାରୀ ଥିଲେ। ବହୁ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ କାହୁଁ ଚରଣ ଲେଙ୍କାଙ୍କର ସେ ସହପାଠୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ପଣ୍ଡିତ ଯୁଧିଷ୍ଟିର ପତି ତାଙ୍କ ଛଅ ଭାଇଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ। ଅନ୍ୟମାନେ ଅର୍ଜୁନ ଚରଣ ପତି, ନକୁଳ ଚରଣ ପତି, ବନବିହାରୀ ପତି, ଗୋଲଖ ବିହାରୀ ପତି ଓ ଗୁଣନିଧି ପତି। ଶେଷ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ, ଅଞ୍ଚଳ ବାସୀ, ବହୁ ଅନୁଷ୍ଠାନର କର୍ମକର୍ତ୍ତା ଓ ଜନପ୍ରତିନିଧି ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ଜୟନ୍ତ କୁମାର ପତି (ସାହେବ) ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବହୁମୁଖି ପ୍ରତିଭା ସୁଦାମ ଚରଣ ବେହରାଙ୍କ ସୃତିଚାରଣ

masiha

ବନ୍ଧୁଗାଁ ଥାନା ଦ୍ୱାରା ଚଳାଚଳ କରୁଥିବା ଯାନବାହାନ ଯାଞ୍ଚ ନଅ ହଜାର ଆଦାୟ

Sunil Chandra Nayak

ଅଠାନବେ ତମ ମାସିକିଆ ସାମୁହିକ ଜନ୍ମ ଦିବସ ପାଳନ

masiha

Leave a Comment

error: Content is protected !!