କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରରେ ଆଜି ସଂଧ୍ୟାରେ ବେ ପରଓ୍ବା ଗାଡି ଚାଳନା ଯୋଗୁଁ ଏକ ବଡ ଅଘଟଣ ଘଟିଛି । ହାଇସ୍କୁଲ ନିକଟରେ ଥିବା ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର ଙ୍କ ମେଡିକାଲ ଷ୍ଟୋର କୁ ଏକ ମଟର ସାଇକଲ କୁ ଧକ୍କା ଦେଇ ଘରେ ପଶିଯାଇ ଥିଲା ଟ୍ରାକ୍ଟର । ଫଳରେ ବାଇକ ଆରୋହୀ ଟିକେଶ୍ବର ବୋଡକିଆ ଗୁରୁତର ଆହତ ହୋଇ ଭବାନୀପାଟଣା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ଟ୍ରାକ୍ଟର ର ବେଗ ଏତେ ଯୋରରେ ଥିଲା ଯେ ଏକ ମାରୁତି ଆରଟିଗା କୁ ଧକ୍କା ଦେବାପରେ ଗାଡିଟି ଚୁରମାର ହୋଇଯାଇଛି । ଧର୍ମଗଡ ପୋଲିସ ଡ୍ରାଇଭର ଓ ଗାଡିକୁ ଜଵତ କରି ତଦନ୍ତ ଆରମ୍ଭ କରିଛି।