ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଅବୁଝା ପ୍ରେମର ଭାଷା

ଅବୁଝା ପ୍ରେମର ଭାଷା—–,

କେତେବେଳେ ତୁମେ କରିଦିଅ ମୋତେ
ଗଙ୍ଗ ଶିଉଳିର ଫୁଲ,
ପ୍ରୀତିର ଧାମରେ ବସାଇଣ ମୋତେ
ଦିଅ ଯେ ଅମୂଲ ମୂଲ।।
କେତେ ଭଲପାଅ ବୁଝି ମୁଁ ପାରେନା
କେତେ ନାମେ ଡାକୁ ଥାଅ,
ପ୍ରୀତିପର୍ଣ୍ଣା ଗୋଟି ମନକୁ ପାଏ ମୋ
ଯେତେ ନାମେ ମୋତେ କୁହ।।
କୋଜାଗର ଚାନ୍ଦ କରିଦିଅ କ୍ଷଣେ
କଳ୍ପନା ରାଜ୍ୟରେ ନେଇ,
ବନ୍ଦୀ କରିଦିଅ ତୁମ ପ୍ରେମ ଫାଶେ
ସପନ ବଣିକ ହୋଇ।।
ଟିକେ ଦୂର ହେଲେ ଯୋଜନ ଦୂରତା
ମାପିଚାଲ ବସି ବସି,
ମାଳତୀ ଲତା ମୁଁ ଆଶ୍ରୟ ଖୋଜଇ
ତୁମରି ବକ୍ଷରେ ଆସି।।
ଯାଦୁଗର ଭଳି ଯାଦୁରେ ତୁମର
ବଶୀଭୂତ କରିପାର,
ପୁଣି କେତେବେଳେ ଛୋଟପିଲା ପରି
ଅଝଟିଆ ହୋଇପାର।।
କେଉଁଠି ଥୋଇବି ଏତେ ପ୍ରେମକୁ ମୁଁ
ଉବୁଟୁବୁ ହେଉଥାଏ,
ଆଖିର ପଲକ ପଡେନିତ ମୋର
ଯେବେ ତୁମ ବାଟ ଚାହେଁ।।
ଅସରା ପ୍ରୀତିର ପସରା ମେଲାଇ
ମୋତେ ଧରିନିଅ କୋଳେ,
କୁନିଝିଅ ପରି ନିଦ ଆସିଯାଏ
ତୁମରି ଗୀତର ତାଳେ।

ଚିତ୍ରା ରାଣୀ ପାତ୍ର

     ବାଲେଶ୍ୱର

Related posts

ପ୍ରତିମା ଶତପଥି ଙ୍କ କବିତା l l ପୌଷ ପୂର୍ଣ୍ଣିମା l l

Sunil Chandra Nayak

ମିନତି ଦାଶ ଙ୍କ କବିତା // ମହାଶିବରାତ୍ରୀ

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା // ପ୍ରିୟା ତୁମେ ଚାଲିଗଲ

Sunil Chandra Nayak

Leave a Comment

error: Content is protected !!