ବାଲୁଗାଁ:- ବାଲୁଗାଁ କଲେଜର +୩ ଛାତ୍ରୀ ଦୀପ୍ତି ସାହୁ ଅନେକ ଜାଗାରେ ନିଜର କଳା ପ୍ରତିଭାକୁ ପଦର୍ଶନ କରି ସାଧାରଣରେ ସେ ଏବେ ବେଶ ଜଣା ଶୁଣା ଅଛନ୍ତି। ଆମେ କହୁଚୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ସୁବୁଦ୍ଧି ପାଟଣା ଗ୍ରାମର ବାପା ବସନ୍ତ କୁମାର ସାହୁ ଓ ମାଆ ଛବି ସାହୁଙ୍କ ସାନ ଝିଅ ଦୀପ୍ତି ସାହୁଙ୍କ କଥା। ଦୀପ୍ତିଭଲ ପାଠ ପଢିବା ସହିତ ଗୀତ ଗାଇବା ସହ ନୃତ୍ୟ ପରିବେଷଣ, ଭାଷଣ ଦେବା, କବିତା ଲେଖିବା ଓ ଭଲ ଚିତ୍ର କରନ୍ତି ମଧ୍ୟ ଏହି ନିଜର କଳା ପ୍ରତିଭାକୁ ବିଭିନ୍ନ ଜାଗାରେ ପରିବେଷଣ କରି ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପାରିଛନ୍ତି।
ଦୀପ୍ତି ବର୍ତ୍ତମାନ ମାନ ବାଲୁଗାଁ କଲେଜର +୩ ଛାତ୍ରୀ ଅଟନ୍ତି। ଦୀପ୍ତି ଯେତେବେଳେ ସେ ବଡକୂଳ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସଙ୍ଗୀତ ପତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଓ ପରବର୍ତ୍ତୀ ମୁହୁର୍ତ୍ତରେ ବ୍ଲକସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ହାଇସ୍କୁଲ ର ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦୀପ୍ତି ଯେତେବେଳେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ସେହି ସମୟରେ ସିନୀୟର ଜୁବ୍ଲି ଏଯେୟାଇସି କ୍ଲବର ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ସଙ୍ଗୀତ ପରିବେଷଣ କରି ସେଠାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବିଗତ ଦିନରେ ନିଜ ଗ୍ରାମ ନିକଟସ୍ଥ ଓଡ଼ି ଆର୍ଟ ସେଣ୍ଟର ପରିସରରେ ଆୟୋଜିତ ରଜଉତ୍ସବ ରେ ଭାଗ ନେଇ ନୃତ୍ୟ ପରିବେଷଣ କରି ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି। ଓ ତା ପରେ ପରେ ବାଲୁଗାଁ କଲେଜରେ ୬୭ ତମ ବନ୍ୟଜନ୍ତୁ ସପ୍ତାହ କାର୍ଯ୍ୟକ୍ରମରେ ଇଂରାଜୀ ରେ ଭାଷଣ ଦେଇ ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗତକିଛି ଦିନ ତଳେ ବାଲୁଗାଁ କଲେଜର ବାର୍ଷିକଉତ୍ସବ ରେ ବିଭିନ୍ନ ପତିଯୋଗିତା ହୋଇଥିଲା। ସେହି ପତିଯୋଗିତା ମାନଙ୍କରେ ଭାଗନେଇ ଦୀପ୍ତି କବିତା ଲିଖନ ଓ ଭାଷଣରେ ପ୍ରଥମ ସ୍ଥାନ ଅଧିକାର କରିଥିବାର ଜଣା ପଡ଼ିଛି। ଦୀପ୍ତିଙ୍କ ଏହି ସଫଳତାର ଶ୍ରେୟ ତାଙ୍କ ବାପା ମାଆ ଙ୍କ ସମେତ ବଡ଼ ଭଉଣୀ ଲକ୍ଷ୍ମୀପ୍ରିୟା ସାନ ଭାଇ ସୋମନାଥ ଙ୍କୁ ଦେଇ ଥିବାର କହିଛନ୍ତି। ଆଗାମୀ ଦିନରେ ରାଜ୍ୟ ତଥା ଅନ୍ତଜାତୀୟ ସ୍ଥରରେ ନିଜ ପାଖରେ ରହିଥିବା କଳା ଗୁଡ଼ିକ ପଦର୍ଶନ କରି ଗୈାରବ ଆଣିବା ତାଙ୍କର ଲକ୍ଷ୍ୟ ବୋଲି ଦୀପ୍ତି ଦୃଢତାର ସହ କହିଛନ୍ତି।।
ବାଲୁଗାଁ ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ


