ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବ୍ରହ୍ମବିଦ୍ୟା ବିହଙ୍ଗମ ଯୋଗ ସନ୍ତ ସମାଜର ସ୍ୱର୍ବେଦ ଯାତ୍ରା

ସ୍ୱର୍ବେଦ ସନ୍ଥ ଗ୍ରନ୍ଥ ଓ “ଅ” ଅଙ୍କିତ ଶ୍ୱେତ ଧ୍ଵଜା ଧରି ସହର ପରିକ୍ରମା….

ଧର୍ମଗଡ ଠାରେ ବ୍ରହ୍ମ ବିଦ୍ୟା ବିହଙ୍ଗମ ଯୋଗର ସ୍ୱର୍ବେଦ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିହଙ୍ଗମ ଯୋଗର ସନ୍ତ ସମାଜ ଏକାଠି ହୋଇ ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରୁ ସ୍ୱର୍ବେଦ ସନ୍ଥ ଗ୍ରନ୍ଥ ଓ “ଅ” ଅଙ୍କିତ ଶ୍ୱେତ ଧ୍ଵଜା ଧାରଣ କରି ଧର୍ମଗଡ ସହର ପରିକ୍ରମା କରିଥିଲେ।ସ୍ୱର୍ବେଦ ସନ୍ଥଗ୍ରନ୍ଥ ଚାରିଗୋଟି ବେଦ ର ସମାହାର କୁ ନେଇ ଏକ ବୃହତ ସଦଗ୍ରନ୍ଥ। ଯାହା କି ବ୍ରହ୍ମ ବିଦ୍ୟା ବିହଙ୍ଗମ ଯୋଗର ପ୍ରଣେତା। ସ୍ୱାମୀଜୀ ଅନନ୍ତ ଶ୍ରୀ ସଦା ଫଳ ଦେବଜୀ ମହାରାଜ ହିମାଳୟ ଶୂନ୍ୟ ଶିଖରରେ ୧୭ ବର୍ଷ କାଳ କଠିନ ତପସ୍ୟା କରି ପ୍ରାପ୍ତ କରିଥିବା ଜ୍ଞାନକୁ ସ୍ୱର୍ବେଦ ମାଧ୍ୟମରେ ଲିପିବଦ୍ଧ କରିଥଲେ। ଉକ୍ତ ଜ୍ଞାନର ପ୍ରଚାର ପ୍ରସାର ପାଇଁ ସନ୍ଥ ସମାଜ ସ୍ୱର୍ବେଦଯାତ୍ରା କରିଥଲେ। ଉକ୍ତ ସ୍ୱର୍ବେଦ ଯାତ୍ରାରେ ଭୁବନେଶ୍ୱର ର ବରିଷ୍ଠ ଉପଦେଷ୍ଟା ଗଣେଶ ପ୍ରସାଦ,କଳାହାଣ୍ଡି ଉପଦେଷ୍ଟା ବିଷ୍ଣୁ ଚରଣ ଖମାରୀ, ସଂଯୋଜକ ଅର୍ଜୁନ ବାଗ ଓ ପ୍ରଚାରକ ବୁଦ୍ଧଦେବ ଠାକୁର, କୃଷ୍ଣ ଚନ୍ଦ୍ରବାଗ, ରାହାସ ପାନ, ଲଛମନ ଦୁର୍ଗା, ଗୀତାଞ୍ଜଳି ଖମାରୀ, ପ୍ରମିଳା ଖମାରୀ, ମଞ୍ଜୁଳା ଠାକୁର ସମେତ ବହୁ ସଂଖ୍ୟାରେ ବିହଙ୍ଗମ ଯୋଗ ସନ୍ତ ସମାଜର ଗୁରୁ ଭାଇ ଓ ଗୁରୁ ଭଉଣୀ ମାନେ ଯୋଗଦାନ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନିଆଁରା ପରମ୍ପରା,ମା ହିଙ୍ଗୁଳାଙ୍କ କଚେରିରେ ଶରଣାଗତ ହେଲେ ମାନସିକଧାରୀ

Sunil Chandra Nayak

ଅସୁରଗଡ଼ରେ ବୈଦିକ ମହାଯଜ୍ଞ

masiha

ମା ମଙ୍ଗଳାଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା

masiha

Leave a Comment

error: Content is protected !!