ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାପି ମୋମେଣ୍ଟସ ଇଣ୍ଡିଆ ର ୧୩ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ 

ହାପି ମୋମେଣ୍ଟସ ଇଣ୍ଡିଆ ର ୧୩ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ 

ରାଉରକେଲା : ରାଉରକେଲା ର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଂଟସ ଇଣ୍ଡିଆ ପକ୍ଷରୁ ୧୩ ତମ ପ୍ରତିଷ୍ଠା ଦିବସ, ଆଲୋଚନାଚକ୍ର ଓ ପ୍ରତିଭା ସମ୍ମାନ ସମାରୋହ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ଆବାହକତ୍ବ ଓ ଶିବାନନ୍ଦ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ବତନ୍ତ୍ର ଅତିଥି ଭାବେ ତାମିଲନାଡୁ ତିରୁବନ୍ତପୂରମ ବେଦ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ ହରିହର କାନୁନଗୋ, ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ଦାର୍ଶନିକ ପ୍ରଫେସର ନୀଳକଣ୍ଠ ରାଉତ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ରାଜ୍ୟ ସଭାପତି ଶଶଧର ପଣ୍ଡା ,ସମାଜସେବୀ ସକୀଲ ରହମାନ, ଡ଼ଃ ଅଭୟ ମହାରଣା ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ବର୍ଷ ତମାମ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ହୋଇପାରିଛି ବୋଲି ମତ ରଖିଥିଲେ। ଡ କାନୁନଗୋ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ପର୍କ, ସାହାଯ୍ୟ,ସେବା, ସଂସ୍କାର ଓ ସମର୍ପଣ ଅନୁଷ୍ଠାନରେ ପରିଲକ୍ଷିତ ହେଉଥିବାରୁ ହାପି ମୋମେଣ୍ଟସ କୁ ସ୍ବତନ୍ତ୍ର ପରିଚୟ ଦେବାରେ ସମର୍ଥ ହୋଇଛି। ସେହିପରି ଭାଷା ହେଉଛି ଅନ୍ତରର କଥା। ଭାରତୀୟ ସଂସ୍କୃତି ହେଉଛି ଆଧ୍ୟାତ୍ମିକ ଚେତନାର ସଂସ୍କୃତି। ପ୍ରଫେସର ରାଉତ ଓ ଶ୍ରୀ ପଣ୍ଡା ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଭାଷା ହିଁ ସମାଜକୁ ପରିବର୍ତ୍ତନ କରିପାରିବ। ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ହିଁ ମୂଳ ଶକ୍ତି। ଅତିଥି ଶ୍ରୀ ରାଉତ ହାପି ମୋମେଣ୍ଟସ ର ୧୩ ବର୍ଷର ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରତିଶ୍ରୁତି ବଦ୍ଧତା କୁ ପ୍ରଶଂସା କରିଥିଲେ। ମୁଖ୍ୟଅତିଥି ଶ୍ରୀ ଜେନା ସେବା କରିବା ପାଇଁ ମାନସିକତା ଓ ଖୁସି ବାଣ୍ଟିବା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ୭ ଜଣକୁ ପ୍ରତିଭା ସମ୍ମାନ,୧୨ ଜଣଙ୍କୁ ବିବେକାନନ୍ଦ ସ୍ମତି ସମ୍ମାନ ଓ ଅନ୍ୟାନ୍ୟ ସମ୍ମାନ ରେ ସୁଚିତ୍ରା ଦର୍ଜି,ଡିମ୍ପଲ ସାହୁ ଙ୍କ ସମେତ ସମୁଦାୟ ୧୨୨ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସାଇଋତୁପର୍ଣ୍ଣା ପରିଡ଼ା ଏକ ସୁନ୍ଦର ସଂଗୀତ ପରିବେଷଣ କରିଥିବା ବେଳେ ପ୍ରାରମ୍ଭରେ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ ମନ୍ତ୍ରୋଚ୍ଚାରଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରିଚାଳନାରେ ହୃଦାନନ୍ଦ ସାସ୍ମଲ, କାଦମ୍ବିନୀ ମହାନ୍ତି ଓ ସ୍ଵର୍ଣ୍ଣମୟୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନର୍ଲା ଭାୟା ମ. ରାମପୁର ରାଜ୍ୟ ରାଜପଥର ବାଗପୁର ତାରିଣୀ ମନ୍ଦିର ଛକ ନିକଟରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୬ ଗୁରୁତର 

Sunil Chandra Nayak

ପ୍ରକାଶ ପାଇଲା ସଂକ୍ଷିପ୍ତ ଭୋଟର ତାଲିକା

masiha

ଓଡିଶା ମାଧ୍ୟମିକ ବୋର୍ଡ଼ ପରୀକ୍ଷା ରେ କିସ, କଳାହାଣ୍ଡି ର ଶତପ୍ରତିଶତ ଛାତ୍ରୀ କୃତକାର୍ଯ୍ୟ

Leave a Comment

error: Content is protected !!