ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣର ବର୍ଷେ ହୋଇନି ରାସ୍ତାରୁ ଉଠିଲା ପିଚୁ ଓ ଚିପ୍ସ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

ନିର୍ମାଣର ବର୍ଷେ ହୋଇନି ରାସ୍ତାରୁ ଉଠିଲା ପିଚୁ ଓ ଚିପ୍ସ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

ରାୟଗଡା /କୋଲନରା ବ୍ଲକ ଅନ୍ତର୍ଗତ କାଟିକଣା ଗ୍ରାମ ପଞ୍ଚାୟତର ଲେପଣା ଛକ ଠାରୁ ପେହେଲା ଗାଁ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ଆରଡି ରାସ୍ତା ନିମ୍ନ ମାନର କାର୍ଯ୍ୟ ଯୋଗୁଁ ନିର୍ମାଣର ବର୍ଷେ ବି ହୋଇନି ରାସ୍ତାରୁ ପିଚୁ ଓ ଚିପ୍ସ ଉଠି ପଡ଼ିଥିବା ଦେଖିବାକୁ ମିଳିଛି | ଠିକାଦାର ଜଣକ ନିଜ ମନମୁଖୀ ନିମ୍ନ ମାନର କାର୍ଯ୍ୟ କରି ଚାଲି ଯାଇଥିବା ହେତୁ ରାସ୍ତା ଏବେ ନଷ୍ଟ ହେବାକୁ ବସିଲାଣି ବୋଲି ଲୋକେ ଅଭିଯୋଗ କରିଛନ୍ତି | ଏମିତିକି କେଉଁ ଯୋଜନାରେ ଉକ୍ତ ରାସ୍ତା ନିର୍ମାଣ କରାଗଲା ଆଜି ପର୍ଯ୍ୟନ୍ତ ତାହାର ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ | ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀଙ୍କ ରାସ୍ତାର ମାନ ତଦାରଖର ଅଭାବ ଯୋଗୁଁ ଏଭଳି ସମସ୍ୟା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ସୂଚନା ମୁତାବକ, ପେହେଲା ଓ ଲେପଣା ଗ୍ରାମବାସୀ ରାସ୍ତା ନ ଥିବା ହେତୁ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଏକ ଖବର ୨୦୨୨ ମସିହାରେ ଖବର ପ୍ରସାରଣ କରାଯାଇ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା | କାରଣ ଯେଉଁ ରାସ୍ତା ରହିଛି ପୂର୍ବରୁ ବୁଲିକି ଲୋକଙ୍କୁ ୫ କିଲୋମିଟର ଯିବାକୁ ପଡୁଥିଲା | ଏବେ ଯେଉଁ ରାସ୍ତା ନିର୍ମାଣ ହୋଇଛି ତାହା ଦୁଇ ଗାଁ ମଧ୍ୟରେ ଦୂରତା କହିଲେ ୩ କିଲୋମିଟର | ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ପ୍ରଶାସନ ତରଫରୁ ଆରଡି ରାସ୍ତା ନିର୍ମାଣ କରିବା ନିମନ୍ତେ ପ୍ରାୟ ୩୮ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା | ରାସ୍ତାର ନିର୍ମାଣ କାର୍ଯ୍ୟ ବୈକୁଣ୍ଠ ନାଏକ ନାମକ ଠିକାଦାର କାର୍ଯ୍ୟାଦେଶ ପାଇ ନିର୍ମାଣ କାମ ଆରମ୍ଭ କରିଥିଲେ | ତେବେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଜାନୁଆରୀ କିମ୍ବା ଫେବୃଆରୀ ମାସରେ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା | ତେବେ ଉକ୍ତ ରାସ୍ତା ନିର୍ମାଣର ବର୍ଷେ ବି ହୋଇନାହିଁ କିଛି ସ୍ଥାନରେ ଚିପ୍ସ ଓ ପିଚୁ ଉଠିଯାଇ ଥିବା ଦେଖିବାକୁ ମିଳିଛି | ରାସ୍ତା ନିର୍ମାଣ ସମୟରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଭଲଭାବେ ପିଚୁ ପକାଇବାକୁ କହିଥିବା ବେଳେ ଠିକାଦାର ଜଣକ ଲୋକଙ୍କ କଥାକୁ ଗୁରୁତ୍ୱ ନ ଦେଇ ନିଜ ଇଚ୍ଛା ମୁତାବକ ନିମ୍ନ ମାନର କାର୍ଯ୍ୟ କରିଥିବା ଲୋକେ ଅଭିଯୋଗ କରିଛନ୍ତି | ଉକ୍ତ ରାସ୍ତାର ପେହେଲା ଗାଁ ପାଖରେ ପ୍ରାୟ ୨୦ ଫୁଟ ଦୂରତା ପର୍ଯ୍ୟନ୍ତ ପିଚୁ ଓ ଚିପ୍ସ ଉଠି ଯାଇଥିବା ବେଳେ ରାସ୍ତା ଉପରେ ଗୋଡ ପକେଇଲେ ଚିପ୍ସ ସବୁ ବାହାରି ପଡୁଛି | ସେହିପରି ଉକ୍ତ ଗାଁ ଠାରୁ ଅଧା କିଲୋମିଟର ଦୂରତାରେ ମଧ୍ୟ ସମାନ ଅବସ୍ଥା | ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରତ୍ୟେକ କ୍ଷେତ୍ରର ବିକାଶ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି | କିନ୍ତୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଦେଖିଲା ପରେ ଗୋଟିଏ କଥା ମନକୁ ଆସୁଛି କି, ସରକାରଙ୍କ ଯୋଜନା କିଭଳି ବାଟମାରଣ ହେଉଛି | ଏଭଳି ନିମ୍ନ ମାନର କାର୍ଯ୍ୟ କରି ଠିକାଦାର ମାଲାମାଲ ହୋଇ ଚାଲି ଯାଉଛନ୍ତି କିନ୍ତୁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ଅସୁବିଧା ଭୋଗ କରୁଛନ୍ତି ତାହା କିଏ ବୁଝିବ | ବୁଲାଣି ସ୍ଥାନରେ ଚିପ୍ସ ଉଠି ଯାଇଥିବା ହେତୁ ପ୍ରାୟ ସମୟରେ ବାଇକ୍ ଆରୋହୀ ମାନେ ବାଇକ୍ ଚକା ସ୍ଲିପ ହୋଇ କିଛି ଲୋକେ ପଡ଼ି ଖଣ୍ଡିଆଖାବରା ହୋଇଥିବା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ରାସ୍ତା ନିର୍ମାଣ ପରେ ତାର ରକ୍ଷଣା ବେକ୍ଷଣ ଦାୟିତ୍ଵ ମଧ୍ୟ ଠିକାଦାରଙ୍କ ହୋଇଥିବା ବେଳେ ଠିକାଦାରଙ୍କ ଦେଖା ମିଳୁ ନ ଥିବା ଲୋକେ କହିଛନ୍ତି ଏବଂ ଏହି ରାସ୍ତାର ଭବିଷ୍ୟତ କଣ ହେବ ତାହା କାହାକୁ ଜଣାନାହିଁ | କେବଳ ଏହି ରାସ୍ତା ନୁହେଁ ମାଣ୍ଡିଆକୋଟା ଗାଁ ପାଖରେ ଥିବା ଘାଟି ରାସ୍ତାରେ ମଧ୍ୟ କିଛି ସ୍ଥାନରେ ରାସ୍ତା ଖରାପ ହୋଇଯାଇଛି | ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ରାସ୍ତାର ମରାମତି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଉଭୟ ପେହେଲା ଓ ଲେପଣା ଗ୍ରାମବାସୀ ଦାବି କରିଛନ୍ତି | 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

CONGRESS CELEBRATES ONE YEAR WITH REPORT CARD

masiha

କୁସୁମି ବ୍ଳକ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା ଦିଵ୍ଯାଙ୍ଗ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଧାରଣା

masiha

ଓଡ଼ିଶାର ଵିଶିଷ୍ଠ ସାରସ୍ୱତ ସାଧକ,ଦକ୍ଷ ସଙ୍ଗଠକ,ସମାଜସେବୀ ସ୍ବର୍ଗତ ଅଭୟ ଚରଣ ଚଳାନ ଙ୍କ ୮୪ ତମ ଜୟନ୍ତୀ ସମାରୋହ ପାଳିତ

Sunil Chandra Nayak

Leave a Comment

error: Content is protected !!