ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦଧିବାମନ ଜୀଉ ମନ୍ଦିର ଠାରେ ବାମନ ଜନ୍ମ ପାଳିତ 

ଦଧିବାମନ ଜୀଉ ମନ୍ଦିର ଠାରେ ବାମନ ଜନ୍ମ ପାଳିତ 

କାମାକ୍ଷାନଗର (ମନିସ)4/9/25 — ଭାଦ୍ରବ ମାସର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁ ଙ୍କ ପଞ୍ଚମ ଅବାତାର ବାମନ ଙ୍କ ଆବିର୍ଭାବ ଦିବସ। ତେଣୁ ବାମନ ଜନ୍ମ ବା ବାମନ ଦ୍ୱାଦଶୀ’ ଭାବରେ ମଧ୍ୟ ଏହି ଦିନଟି ଆଖ୍ୟାୟିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ସ୍ଵରୂପୀ ତେଣୁ ମହାପ୍ରଭୁଙ୍କ ର ବାମନ ଜନ୍ମ ନୀତି ଶ୍ରୀ ମନ୍ଦିରରେ ବିଧି ବିଧାନ ସହ ପାଳନ କରାଯାଏ। ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ଵାଦଶୀ ତିଥିର ମଧ୍ୟାହ୍ନ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ରୁପରେ ଆବିର୍ଭାବ ହେବାର ନୀତି ଅନୁଷ୍ଠିତ ହୋଇଥାଏ।ତାଙ୍କୁ ବାମନ ଭାବରେ ଅବିହିତ କରାଯାଇ ସେହି ତିଥି ରେ ତାଙ୍କ ଜନ୍ମ ନୀତି ପାଳିତ କରାଯାଏ। ଯେଉଁପରି ଭାବରେ ମହାପ୍ରଭୁଙ୍କର ଶ୍ରୀରାମ ଜନ୍ମ ନୀତି ଶ୍ରୀ କୃଷ୍ଣ ଜନ୍ମ ନୀତି ପାଳନ କରାଯାଏ ସେହିପରି ଭାବରେ ମଧ୍ୟ ବାମନ ଦ୍ଵାଦଶୀ ରେ ମହାପ୍ରଭୁଙ୍କର ବାମନ ଜନ୍ମ ନୀତି ପାଳିତ ହୁଏ।

ସେହିପରି ଭାବରେ କାମାକ୍ଷାନଗର ସହର ଅନ୍ତର୍ଗତ ଆଳତୁମା ଗ୍ରାମର ଦଧିବାମନ ଜୀଉ ମନ୍ଦିର ଠାରେ ଆଜି ମଧ୍ୟାହ୍ନ ସମୟରେ ପ୍ରଭୁ ଶ୍ରୀ ଦଧିବାମନ ଜୀଉ ଙ୍କ ଜନ୍ମ ଉତ୍ସବ ପାଳନ କରାଯିବା ସହିତ ହୋମ ଏଵଂ ରିତିନିତୀ ଅନୁଯାୟୀ ପୂଜାର୍ଚ୍ଚନା କାରାଯାଇଛି ।କାମାକ୍ଷାନଗର ଉପଖଣ୍ଡ ଭିତରେ ଆଳତୁମା ଗ୍ରାମର ଦଧିବାମନ ଜୀଉ ମନ୍ଦିର ବହୁ ପୁରାତନ ଏଵଂ ଦେବୋତ୍ତର ବିଭାଗ ଅଧିନସ୍ଥ। ଅଖଣ୍ଡ ଆଳତୁମା ଗ୍ରାମବାସୀଙ୍କ ଆରାଧ୍ୟ ଠାକୁର ହେଉଛନ୍ତି ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜୀଉ । 

ବାମନ ଜନ୍ମର ଶୁଭ ଅଵସରରେ ଦଧିବାମନ ଜୀଉ ମନ୍ଦିର ରେ ଅନୁଷ୍ଠିତ ଵାମନ ଜନ୍ମ ଉତ୍ସଵରେ ପ୍ରଭୁ ଙ୍କ ପ୍ରଥମ ସେଵକ ସନାତନ ପଟ୍ଟନାୟକ ଙ୍କ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ହୋମ ରେ ବସିବା ସହିତ ପୂଜାର୍ଚ୍ଚନା କରିଥିଲେ ।

ଅନନ୍ତ ପ୍ରେମ, କରୁଣା ଏବଂ ଭକ୍ତିର ପ୍ରତୀକ ପ୍ରଭୁ ଦଧିବାମନ ଜୀଉ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି, ସମୃଦ୍ଧି, ଆନନ୍ଦ ଏବଂ ଉତ୍ତମ ସ୍ୱାସ୍ଥ୍ୟର ଆଲୋକରେ ପରିପୂର୍ଣ୍ଣ କରିବେ। ତାଙ୍କର ଦିବ୍ୟ ଆଶୀର୍ବାଦ ସର୍ବଦା ସମସ୍ତଙ୍କ ଉପରେ ରହୁ ବୋଲି ଆଳତୁମା ଗ୍ରାମବାସୀ ଙ୍କ ଏତିକି କାମନା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମା ଭୈରବୀ ଙ୍କ ୧୨ ତମ ମହା ଯଂଜ୍ଞ ଅନୁଷ୍ଠିତ

Sunil Chandra Nayak

ମହାସମାରୋହରେ ମାତା ପାର୍ବତୀ ଙ୍କ ସହ ଜଳେଶ୍ୱର ଦେବଙ୍କ ଦିବ୍ୟ ବିବାହ ସମ୍ପନ୍ନ

Sunil Chandra Nayak

ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ ହନୁମାନ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!