ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରଯାତ୍ରୀ ଵୋଲରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ,ଜଣେ ମୃତ

ମୟୂରଭଞ୍ଜ -୨୭/୫ (ମସିହା) ଆସିଥିଲେ ଵରଯାତ୍ରୀ ହୋଇ, ଫେରିଲେ ଶବ ହୋଇ ।ଆସିଥିଲେ ଖୁସି ମନାଇବାକୁ ଫେରିଲେ ଆଖିରେ ପୁଳାଏ ଲୋତକ ଗଡ଼ାଇ ।ସତେ ଯେମିତି ଯମ ଜଗିଥିଲା ଶ୍ଶଶାନ ଘାଟରେ । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅଧିନସ୍ଥ ସୁଲାଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମି ବ୍ଳକର ଜୟପୁରୁଣିଆ ଗ୍ରାମ ଶ୍ଶଶାନ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବରଯାତ୍ରୀ ଗାଡି ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ ଖାଲରେ ଓଲଟିପଡିଵା ଫଳରେ ଜନୈକ ବରଯାତ୍ରୀ ଗାଡ଼ି ତଳେ ପଡିଯାଇ ମୃତ୍ୟୁ ବରଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରୁ ଵରଯାତ୍ରୀ ଦଳ କୁସୁମି ଗ୍ରାମକୁ ବାହାଘର ଉତ୍ସବରେ ଯୋଗଦେଇଥିଲେ।ଶ୍ମଶାନ ପାଖ ରାସ୍ତାରେ ବୋଲେରୋ ଗାଡ଼ିଟି ଭାରସାମ୍ୟ ହରା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ତାଙ୍କର ନାମ ସଂଜୟ ଚୌଧୁରୀ (୨୮) । ପୋଲିସ ମୃତକଙ୍କୁ ଉଦ୍ଧାର କରି ଅପମୃତ୍ୟୁ ମାମଲା କେଶ ନମ୍ବର ୭୮ /୨୩ ରୁଜୁ କରିବା ସହ ଶବକୁ ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଛେଦ ପାଇଁ ପଠାଇଛି । ସେଠାରେ ପୋଲିସ ଶବକୁ ବ୍ୟବଛେଦ କରାଇବା ସହ  ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ ବିଜ୍ଞାପିତ ଅଂଚଳରେ ଶିଶୁଶ୍ରମିକ ନିରାକରଣ ପାଇଁ ସଚେତନତା ଅଭିଯାନ

masiha

ସ୍ୱାଧୀନତା ଦିବସ–୨୦୨୬ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ନିଖୋଜ ହେମନ୍ତର ମିଳୁନାହିଁ ପତ୍ତା, ଚିନ୍ତାରେ ପରିବାର 

masiha

Leave a Comment

error: Content is protected !!