ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ତିକ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୦୦୧ ମସିହା ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ

ବାଲେଶ୍ଵର,୦୨/୫/୨୩- କାର୍ତିକ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ନାରାୟଣପୁର ରେ ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି । ୨୦୦୧ ମସିହାର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ ତଥା ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭିତରେ ତିନି ବର୍ଷର ପୁରୁଣା ସୃତି ମନେପକାଇ ପରସ୍ପର ଭିତରେ ସୁଖ ଦୁଃଖ ହୋଇଥିବା ଦେଖିବାକୁ ମିଳିଥିଲା । ଅଷ୍ଟମରୁ ଦଶମ ଶ୍ରେଣୀ ତିନିବର୍ଷ ଭିତରେ ଘଟି ଯାଇଥିବା କଥାକୁ ମନେପକାଇ ନିଜ ନିଜ ଭିତରେ ଖୁସି ମନଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ପଟ୍ଟାୟତଙ୍କ ସଭାପତିତ୍ୱରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଚହୋଇଥିଲା । ଅବସର ଶିକ୍ଷକଙ୍କୁ ମାନପତ୍ର ସହିତ ସାଲ, ଗୀତା, ପେନ ଓ ବେଗ ଦେଇ ସମ୍ମାନିତ କରାଯାଇଥିଲା । କେବଳ ପାଠ ପଢିଲେ ଭଲ ମଣିଷ ହୁଅନ୍ତି ନାହିଁ ପ୍ରଥମେ ବାପା ମାଆଙ୍କ ସୁଖ ଦୁଃଖରେ ସାଥି ହେବାର ଆବଶ୍ୟକତା ଅଛି । ବିଷ୍ନୁପଦ ମହାନ୍ତି, ବୁଦ୍ଧଦେବ ପଢ଼ିଆରୀ, ଶମ୍ବୁନାଥ ଗିରି, ଚିତ୍ତରଞ୍ଜନ ପାତ୍ର, ହିମାଂଶୁ ପରିଡା, ଉମେଶ ରାଉତ, ସତ୍ୟରଞ୍ଜନ ବାଡ଼ି, କାହ୍ନୁ ଚରଣ ବାରିକ, ମହେନ୍ଦ୍ର ଦାସ, ଜ୍ୟୋସ୍ନାରାଣୀ ହାଜିରା, ସସ୍ମିତା ପରିଡା, କବିତା ସାମନ୍ତରାୟଙ୍କ ପ୍ରଚେଷ୍ଟାରେ ଏହି ବନ୍ଧୁ ମିଳନ ହୋଇଥିଲା । ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଧୀରେନ୍ଦ୍ର ହାଜିରା, ରବୀନ୍ଦ୍ର ଦାସ, ବିଦ୍ୟାଧର ପରିଡା, ନାରାୟଣ ଦାସ, କେଶବ ଚରଣ ବାରିକ, ରମାନାଥ ପାତ୍ର, ଅମେରେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତି ରହି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସୁଖମୟ ଓ ଦୀର୍ଘାୟୁ କାମନା କରିଥିଲେ । ଶେଷରେ ପୂର୍ବତନ ଛାତ୍ର ବିଷ୍ନୁପଦ ମହାନ୍ତି ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇ ଏହି ବନ୍ଧୁ ମିଳନ ଉତ୍ସବକୁ ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୂଜ୍ୟ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା ନକରିବା ପାଇଁ ନିବେଦନ 

Sunil Chandra Nayak

କୋକସରା ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଶିକ୍ଷା ଉପରେ ପାଲା ମାଧ୍ୟମରେ ସଚେତନତା       

Sunil Chandra Nayak

Leave a Comment

error: Content is protected !!